thumbnail

By ETV Bharat Odisha Team

Published : Jun 13, 2024, 1:16 PM IST

ETV Bharat / Videos

ଉପାନ୍ତ ଅଞ୍ଚଳରେ ଅଜଣା ରୋଗ ଆତଙ୍କ, ଗଡ଼ିଲାଣି 4ଶିଶୁଙ୍କ ମୁଣ୍ଡ - children sick with unknown disease

RAYAGADA CHILDREN DEATH: ରାୟଗଡ଼ା: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । ଅଜଣା ରୋଗରେ ୮ ଦିନରେ ଗଡ଼ିଲାଣି    4ଶିଶୁଙ୍କ ମୁଣ୍ଡ । ସବୁବେଳେ ଚର୍ଚ୍ଚାରେ ରହୁଥିବା ଉପାନ୍ତ ଓ ଦୁର୍ଗମ ବ୍ଲକ କାଶୀପୁର ଅନ୍ତର୍ଗତ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର୍ ଗାଁରେ ଗତ କିଛି ଦିନ ହେଲା ଏକ ଅଜଣା ରୋଗ ବ୍ୟାପି ଥିବା ଜଣା ପଡ଼ିଛି । ଏହି ରୋଗରେ ଗତ ସପ୍ତାହେ ମଧ୍ୟରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଶିଶୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ରୋଗରେ ସାଧାରଣତଃ ଛୋଟ ଶିଶୁମାନେ ଆକ୍ରାନ୍ତ ହୋଇଥିବା ବେଳେ ସପ୍ତାହ ମଧ୍ୟରେ ୩ଜଣ ଶିଶୁ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ । 

ତେବେ ମୃତ ଶିଶୁ ମାନେ ହେଲେ ମୁନୁଷପଦର୍ ଗାଁର ଶିବ ମାଝୀଙ୍କ ଝିଅ ପୂର୍ଣ୍ଣା ମାଝୀ(୧୦), ସିନ୍ଦୂର ମାଝୀଙ୍କ ପୁଅ ନରେନ୍ଦ୍ର ମାଝୀ(୪), ଡମ୍ବୁ ମାଝୀଙ୍କ ପୁଅ ଦାସ ମାଝୀ (୧୦) ବୋଲି ଜଣା ପଡ଼ିଛି ସେଇଭଳି ଆଜି ମଧ୍ୟ ଉକ୍ତ ରୋଗରେ ପୀଡ଼ିତ କାଳିରାମ ମାଝୀ (୧୫) ଗାଁରେ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଶିଶୁମାନେ ହେଲେ ପବିତ୍ର ମାଝୀ (୬) ପି ସବା ମାଝୀ, ମହେନ୍ଦ୍ର ମାଝୀ(୫) ପି ଆସୁ ମାଝୀ, ଜୟରାମ ମାଝୀ(୫) ପି ଶିବ ମାଝୀ ଓ ପାଲସି ମାଝୀ (୧୨) ପି ବିରିଂ ମାଝି ବୋଲି ସୂଚନା ମିଳିଛି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଚିକିତ୍ସା କରୁଥିବା ବେଳେ ଏକ ବିଶେଷଜ୍ଞ ଦଳ ଆସିଲା ପରେ ଚିକିତ୍ସା ତ୍ୱରାନ୍ୱିତ ହେବେ ବୋଲି ସୂଚନା ମିଳିଛି । 

ଏହା ମଧ୍ୟ ପଢନ୍ତୁ ....ବର୍ଷା ପୂର୍ବରୁ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; ଫୋକସରେ ଡାଇରିଆ-ମ୍ୟାଲେରିଆ-ଡେଙ୍ଗୁ - Waterborne Diseases In Odisha 

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ କହିଛନ୍ତି ଯେ, ଅଜଣା ରୋଗରେ ପୀଡ଼ିତଙ୍କ ନମୂନା ସଂଗ୍ରହ କରି ପଠାଯାଇଛି । ଆସିଲେ ପରେ ସଠିକ୍ ରୋଗ ନେଇ ଜାଣିହେବ । ଏହା ଡେପଥରିଆ ରୋଗ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଗାଁରେ ଜଣେ ରୋଗୀ ରହିଥିବା ବେଳେ ସେ ଚିକିତ୍ସା ପାଇଁ ଆସୁନାହିଁ । ତେବେ କଥା ହେଉଛି ସପ୍ତାହେ ମଧ୍ୟରେ ତିନି ତିନୋଟି ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞ ଦଳ କାହିଁକି ଉକ୍ତ ଗାଁକୁ ଯାଇ ପରୀକ୍ଷା କଲେ ନାହିଁ । ଏହାହିଁ ଏହି ଉପାନ୍ତ ଅଞ୍ଚଳରେ ସ୍ପଷ୍ଟ ଦେଖାଯାଇଛି ସ୍ଵାସ୍ଥ୍ୟ ସେବା କିଭଳି ଭାଙ୍ଗି ପଡ଼ିଛି ।


ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.