ETV Bharat / technology

Spotify ସର୍ଚ୍ଚ ରେଜଲ୍ଟରେ ଅଶ୍ଳୀଳ ଭିଡିଓ; ଏମିତି କହିଲେ ୟୁଜର୍‌ - ADULT CONTENT IN SPOTIFY

ବଡ଼ ବିବାଦରେ ଫସିଲା ସ୍ପଟିଫାଏ । ଜଣେ ୟୁଜର ଏହି ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇଛନ୍ତି । ଏହାପରେ ଅସନ୍ତୋଷର ଶିକାର ହେଲା ପ୍ଲାଟଫର୍ମ ।

ADULT CONTENT FOUND IN SPOTIFY SEARCH RESULTS
ADULT CONTENT FOUND IN SPOTIFY SEARCH RESULTS (Spotify Newsroom)
author img

By ETV Bharat Tech Team

Published : Dec 30, 2024, 5:47 PM IST

ହାଇଦ୍ରାବାଦ: ଭାରତ ଏବଂ ବିଶ୍ବର ପ୍ରମୁଖ ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟରୁ ସ୍ପଟିଫାଏ ଅନ୍ୟତମ । କିନ୍ତୁ ଏହି କମ୍ପାନୀ ଏବେ ଏକ ବଡ ବିବାଦରେ ଛନ୍ଦି ହୋଇପଡିଛି । ଏକ ରିପୋର୍ଟ ଅନୁଯାୟୀ କିଛି ଉପଭୋକ୍ତା ଏହି ପ୍ଲାଟଫର୍ମର ସର୍ଚ୍ଚ ରେଜଲ୍ଟରେ ଅଶ୍ଳୀଳ ବିଷୟବସ୍ତୁ ଓ ଭିଡିଓ ଦେଖିବାକୁ ପାଇଛନ୍ତି । ଏହାପରେ ୟୁଜର୍ସ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତି କରିଥିବା ଦେଖିବାକୁ ମିଳିଛି ।

ବିବାଦରେ ସ୍ପଟିଫାଏ

ଦି ଭର୍ଜ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍ (Reddit)ର ଜଣେ ୟୁଜର ସ୍ପଟିଫାଏ ସର୍ଚ୍ଚରେ ଦେଖିବାକୁ ପାଇଥିବା ଏକ ଅଶ୍ଳୀଳ ଭିଡିଓର ସ୍କ୍ରିନସଟ୍ ସେୟାର କରିଛନ୍ତି । ରିପୋର୍ଟ ଅନୁଯାୟୀ ଏହି ସ୍କ୍ରିନସଟରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଉପଭୋକ୍ତା ସ୍ପଟିଫାଏ ସର୍ଚ୍ଚ ବିଭାଗକୁ ଯାଇ "rapper M.I.A" ଖୋଜିଥିଲେ ତାଙ୍କ ସାମ୍ନାରେ ଏକ ଅଶ୍ଳୀଳ ଭିଡିଓ ଆସିଥିଲା ।

ଏ ସମ୍ପର୍କରେ ସ୍ପଟିଫାଏର ଜଣେ ମୁଖପାତ୍ର ପ୍ରକାଶନକୁ କହିଛନ୍ତି ଯେ, 'ଏହି ପ୍ରକାରର ବିଷୟବସ୍ତୁ ଆମର ନୀତି ଉଲ୍ଲଂଘନ କରୁଛି ଏବଂ ତେଣୁ ଏହାକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି । ମ୍ୟୁଜିକ୍ ପ୍ଲାଟଫର୍ମର ବିଷୟବସ୍ତୁ ନିୟନ୍ତ୍ରଣ ନୀତି ଅନୁଯାୟୀ, ପ୍ଲାଟଫର୍ମ ଯୌନ ବିଷୟବସ୍ତୁ ଅନ୍ତର୍ଭୂକ୍ତ କରୁଥିବା କଣ୍ଟେଣ୍ଟକୁ ଅପସାରଣ କରିଥାଏ ।' ନିକଟରେ Redditରେ କିଛି ଉପଭୋକ୍ତା ସେମାନଙ୍କ ପୋଷ୍ଟରେ ଦର୍ଶାଇଥିଲେ ଯେ ସ୍ପଟିଫାଏ ସର୍ଚ୍ଚ ରେଜଲ୍ଟରେ ଅଶ୍ଳୀଳ ଭିଡିଓ ଦେଖାଯାଉଛି ।

2022ରେ ଆସିଥିଲା ସମାନ ଅଭିଯୋଗ

ସୂଚନା ଥାଉ କି ଏହା ପ୍ରଥମ ଥର ନୁହେଁ ଯେ ସ୍ପଟିଫାଏ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆସିଛି, ଏହାପୂର୍ବରୁ 2022 ମସିହାରେ ଏକ Vice ରିପୋର୍ଟରେ ଦାବି କରାଯାଇଥିଲା ଯେ ସ୍ପଟିଫାଏରେ ହାର୍ଡକୋର ଅଶ୍ଳୀଳ ଚିତ୍ର ଅପଲୋଡ୍ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ।

ରିପୋର୍ଟ ଅନୁଯାୟୀ, ଆପ୍‌ରେ ଏକ ସେଟିଂ ଅଛି ଯାହା ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ଆପତ୍ତିଜନକ କଣ୍ଟେଣ୍ଟକୁ ବ୍ଲକ୍‌ କରିଥାଏ, କିନ୍ତୁ କିଛି ସର୍ଚ୍ଚ ସେହି ଫିଲ୍ଟରକୁ ବାଇପାସ୍ କରିଥାଏ । ସ୍ପଟିଫାଏର ବ୍ୟବହାର ସର୍ତ୍ତାବଳୀ କୌଣସି ପ୍ରକାରର ଅଶ୍ଳୀଳ ଭିଡିଓ କିମ୍ବା ଅଶ୍ଳୀଳ ଭିଡିଓ ବ୍ୟବହାରକୁ କଡ଼ା ବାରଣ କରିଛି, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଅଗ୍ରଣୀ ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଅନେକ ଅଶ୍ଳୀଳ ବିଷୟବସ୍ତୁ ଦେଖିବାକୁ ମିଳିଛି ।

Spotify ସମ୍ପର୍କରେ...

ସ୍ପଟିଫାଏ 2008ରେ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମରେ 100 ମିଲିୟନରୁ ଅଧିକ ଟ୍ରାକ୍‌, 6 ମିଲିୟନରୁ ଅଧିକ ପଡ୍‌କାଷ୍ଟ ଏବଂ 350,000 ଅଡିଓ ବୁକ୍ ଉପଲବ୍ଧ ଯାହା ଉପଭୋକ୍ତାମାନେ ସହଜରେ ଖୋଜି ଉପଭୋଗ କରିପାରିବେ ।

କମ୍ପାନୀ କହିଛି, "ଆମେ ବିଶ୍ବର ସବୁଠାରୁ ଲୋକପ୍ରିୟ ଅଡିଓ ଷ୍ଟ୍ରିମିଂ ସବସ୍କ୍ରିପସନ୍ ସେବା ପ୍ରଦାନକାରୀ, ଯେଉଁଥିରେ 640 ନିୟୁତରୁ ଅଧିକ ଉପଭୋକ୍ତା ଅଛନ୍ତି, ଯେଉଁଥିରେ 180ରୁ ଅଧିକ ମାର୍କେଟରେ 252 ନିୟୁତ ୟୁଜର ଅଛନ୍ତି ।" ଏହି କମ୍ପାନୀର ଗ୍ଲୋବାଲ୍ ପ୍ରିମିୟମ୍ ସବସ୍କ୍ରାଇବର ବେସ୍‌ 2024ର ତୃତୀୟ ତ୍ରୟମାସ (ସେପ୍ଟେମ୍ବର 30 ସୁଦ୍ଧା)ରେ 252 ନିୟୁତରୁ ଅଧିକ ହୋଇଯାଇଥିଲା ।

ଏହା ବି ପଢନ୍ତୁ
  1. ଆସିଲା ନୂଆ ଫିଚର; ଗୋଟିଏ କ୍ଲିକରେ ନିଜ Playlistରେ ଡାଉନଲୋଡ କରନ୍ତୁ Insta ଗୀତ
  2. TVରେ ଆପେ ଆପେ ବ୍ଲର୍‌ ହେବ Adult ସିନ୍‌; ଏଣିକି ଅଚିନ୍ତାରେ ପରିବାର ସହ ଦେଖିବେ ଟିଭି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.