ପ୍ରଶ୍ନକାଳରେ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ ପଦ୍ମଲୋଚନ - BJP MLA Confronts State Govt

By ETV Bharat Odisha Team

Published : Jul 29, 2024, 4:16 PM IST

thumbnail
ସରକାରଙ୍କୁ ଅଡ଼ୁଆରେ ପକାଇଲେ ବିଜେପି ବିଧାୟକ ପଦ୍ମଲୋଚନ (ETV Bharat Odisha)

ଭୁବନେଶ୍ବର: ଆଜି ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନ । ପ୍ରଶ୍ନକାଳରେ ସରକାରଙ୍କୁ ଘେରିଲେ ଶାସକ ଦଳର ବିଧାୟକ ପଦ୍ମଲୋଚନ ପଣ୍ଡା । ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକରେ କୌଣସି ଅଗ୍ନିଶମ କେନ୍ଦ୍ର ନାହିଁ । ସରକାର କେବେ ନୂଆ ଅଗ୍ନିଶମ କେନ୍ଦ୍ର ନିର୍ମାଣ କରିବେ ବୋଲି ପଦ୍ମଲୋଚନ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ଗୃହରେ ଖାଇରା ବ୍ଲକର ଅଡା ଠାରେ ଏକ ଅଗ୍ନିଶମ କେନ୍ଦ୍ର ଅଛି ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ଉତ୍ତର ପରେ ପଦ୍ମଲୋଚନ 'ଇଟିଭି ଭାରତ'କୁ ସାକ୍ଷାତକାର ଦେଇ କହିଛନ୍ତି, "ରାଜ୍ୟର 314 ବ୍ଲକରୁ 313 ବ୍ଲକରେ ଅଗ୍ନିଶମ କେନ୍ଦ୍ର ଅଛି । ହେଲେ ସିମୁଳିଆ ଏଭଳି ଏକ ବ୍ଲକ ଯେଉଁଠି ନିଆଁ ଲାଗିଲେ ଏହାର ମୁକାବିଲା କରିବାକୁ ତତକ୍ଷଣାତ କୌଣସି ସୁବିଧା ନାହିଁ । ସିମୁଳିଆରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଗକୁ ଏ ବିଷୟରେ ଅବଗତ କରାଇବି ।"  

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ, ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.