ETV Bharat / technology

ପାର୍ବଣ ଋତୁରେ Toyota ଲଞ୍ଚ କଲା Rumionର ଫେଷ୍ଟିଭ ଏଡିସନ; ଜାଣନ୍ତୁ କଣ ଖାସ

ଜାପାନ ଅଟୋମୋବାଇଲ କମ୍ପାନୀ ଟୋୟୋଟା ପାର୍ବଣ ଋତୁରେ ଟୋୟାଟା ରୁମିଅନର ଲିମିଟେଡ ଫେଷ୍ଟିଭ ଏଡିସନ ଲଞ୍ଚ କରିଛି । ଏହାର ଦାମ ଓ ଫିଚର କଣ ରହିଛି ଜାଣନ୍ତୁ...

Festive Edition of Rumion SUV
Festive Edition of Rumion SUV (Photo- Toyota Kirloskar Motor)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଜାପାନର କାର ନିର୍ମାତା କମ୍ପାନୀ Toyota Kirloskar Motor ନିଜର ଲୋକପ୍ରିୟ ଟୋୟୋଟା ରୁମିଅନର ଲିମିଟେଡ ଫେଷ୍ଟିଭ ଏଡିସନ ଲଞ୍ଚ କରିଛି । କମ୍ପାନୀ ଏହି ସ୍ପେଶାଲ ଏଡିସନକୁ ଫେଷ୍ଟିଭ ସିଜନକୁ ଦୃଷ୍ଟିରେ ରଖି ଲଞ୍ଚ କରିଛି । ଯାହାଦ୍ବାରା କମ୍ପାନୀର ବିକ୍ରି ବୃଦ୍ଧି ପାଇବ । ଏଥିରେ ଅନେକ ଷ୍ଟାଇଲିସ ଫିଚର ରହିଥିବା ଜଣାପଡ଼ିଛି ।

Toyota Rumionର ଫେଷ୍ଟିଭ ଏଡିସନରେ କଣ ଖାସ ?

  • ସୂଚନା ଅନୁସାରେ, ଏହି ଏସୟୁଭିକୁ TGA ପ୍ୟାକେଜ ସହିତ କମ୍ପାନୀ ଲଞ୍ଚ କରିଛି, ଯାହାଦ୍ବାରା ଏହି ଯାନଟି ଅଧିକ ଭଲ ଚାଲିବ ।
  • ଏଥିରେ ଅନେକ ଷ୍ଟାଇଲିସ ଅପଗ୍ରେଡ କରାଯାଇଛି । ଯାହାକି ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ।
  • ଏଥିରେ ମୁଖ୍ୟତଃ ଡାହାଣ ହାତର ଡ୍ରାଇଭ୍ ମଡେଲ୍ ପାଇଁ ବ୍ୟାକ୍ ଡୋର ଗାର୍ନିସ୍, ମଡ୍‌ ଫ୍ଲାପ୍, ରିଅର ବମ୍ପର ଗାର୍ନିସ୍ ଏବଂ ଡିଲକ୍ସ କାର୍ପେଟ୍ ମ୍ୟାଟ୍ ରହିଛି ।
  • ଏହାବାଦ ଅନ୍ୟାନ୍ୟ ଫିଚରଗୁଡିକ ମଧ୍ୟରେ ହେଡଲ୍ୟାମ୍ପ ଗାର୍ନିସ୍, ନମ୍ବର ପ୍ଲେଟ୍ ଗାର୍ନିସ୍, କ୍ରୋମ୍ ଡୋର ଭିଜର୍, ରୁଫ୍‌ର ଏଜ ସପ୍ଲାଏର ସହିତ ବଡି ସାଇଡ୍ ମୋଲିଡିଂ ଅନ୍ତର୍ଭୁକ୍ତ । ଯାହା ଏହି କାରକୁ ଏକ ଭିନ୍ନ ରୂପ ଦେଇଥାଏ ।
  • ମାରୁତି ସୁଜୁକି ଏର୍ଟିଗା ଉପରେ ଆଧାର କରି ଟୋୟୋଟା ରୁମିଅନ୍ 4ଟି ଭାରିଏଣ୍ଟରେ ଉପଲବ୍ଧ - S, G, V ଏବଂ S CNG । ଏହାର ମୂଲ୍ୟ 10.44 ଲକ୍ଷରୁ 13.73 ଲକ୍ଷ (ଏକ୍ସ-ଶୋ’ରୁମ୍) ମଧ୍ୟରେ ରହିଛି ।
Festive Edition of Rumion SUV
Festive Edition of Rumion SUV (Photo- Toyota Kirloskar Motor)

Toyota Rumionର ପାୱାରଟ୍ରେନ:-

ସ୍ପେଶାଲ୍ ଫେଷ୍ଟିଭ୍ ସିଜନ୍ ଏଡିସନର ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବ 1.5-ଲିଟର କେ ସିରିଜ୍ ପେଟ୍ରୋଲ୍ ଇଞ୍ଜିନ୍ ରହିଛି, ଯାହା 5-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ କିମ୍ବା ଟର୍କ କନଭର୍ଟର ସ୍ବୟଂଚାଳିତ ଗିଅରବକ୍ସ ସହିତ ଆସିଥାଏ । ବିକଳ୍ପ ଇନ୍ଧନ ଖୋଜୁଥିବା ଗ୍ରାହକଙ୍କ ପାଇଁ ଏହି 7-ସିଟ୍ କାର୍ ପେଟ୍ରୋଲ୍ ଏବଂ ସିଏନଜି ପାୱାର୍ ଟ୍ରେନ୍ ସହିତ ଉପଲବ୍ଧ । ଯାହା କେବଳ 5-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ପାଇଥାଏ ।

ଏହା ବି ପଢନ୍ତୁ

ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର

ଲଞ୍ଚ ହେଲା 2025 Jeep Meridian ଏସୟୁଭି; ଜାଣନ୍ତୁ ଦାମ ଓ ଫିଚର୍ସ

ଏହାର ଏକମାତ୍ର ପେଟ୍ରୋଲ୍ ଏଡିସନ 6,000 rpmରେ 101 bhpର ପାୱାର ଏବଂ 4,400 rpmରେ ସର୍ବାଧିକ ଟର୍କ 136.8 Nm ପ୍ରଦାନ କରିଥାଏ । ଯେତେବେଳେ କି CNG ଇନ୍ଧନରେ ସମାନ ଇଞ୍ଜିନ୍ 5,500 rpmରେ 86.63 bhp ଏବଂ ସର୍ବାଧିକ ଟର୍କ 121.5 Nmର 4,200 rpmରେ ପ୍ରଦାନ କରିଥାଏ । ଏହାର ପେଟ୍ରୋଲ୍ ଏଡିସନ 20.51 କିଲୋମିଟର / ଲିଟର ମାଇଲେଜ୍ ଦେଇଥାଏ ଏବଂ CNG ସଂସ୍କରଣ 26.11 କିଲୋମିଟର / କିଲୋଗ୍ରାମ ମାଇଲେଜ୍ ଦେଇଥାଏ ।

କଣ ମିଳିବ ଫିଚର୍‌ ?

  • ରୁମିଅନ କେବଳ ପରଫର୍ମାନ୍ସ ପାଇଁ ନୁହେଁ, ବରଂ ଫିଚର ପାଇଁ ମଧ୍ୟ ବେଶ ଭଲ ।
  • ଏଥିରେ 7 ଇଞ୍ଚ ସ୍ମାର୍ଟପ୍ଲେ କାଷ୍ଟ ଟଚସ୍କ୍ରିନ ଅଡିଓ ସିଷ୍ଟମ, ୱେୟାରଲେସ ଆଣ୍ଡ୍ରଏଡ ଅଟୋ ଓ ଆପଲ୍‌ କାରପ୍ଲେ ଫିଚର ମିଳେ ।
  • ଏଥିରେ ଟୋୟୋଟା ଆଇ-କନେକ୍ଟ ସାମିଲ, ଯାହାକି କ୍ଲାଇମେଟ କଣ୍ଟ୍ରୋଲ, ଲକିଂ ଓ ଅନଲକିଂ, ହାଜାର୍ଡ ଲାଇଟ୍‌ ଓ ଅନେକ କନେକ୍ଟିଭିଟି ଲାଗି ରିମୋଟ୍‌ ଆକ୍ସେସ ପ୍ରଦାନ କରେ ।

Toyota Rumionର ସେଫ୍ଟି ଫିଚର୍‌:-

ସୁରକ୍ଷା ସମ୍ପର୍କରେ କଥା ହେଲେ, ଏହି କାରରେ ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ, ABS ସହିତ EBD, ହିଲ ହୋଲ୍ଡ ଓ ଇଲେକ୍ଟ୍ରୋନିକ ଷ୍ଟାବିଲିଟି ପ୍ରୋଗ୍ରାମ (ESP) ଫିଚର ମିଳେ । ଏହି ସ୍ପେଶାଲ ଏଡିସନର ଅନେକ TGA ପ୍ୟାକେଜ ରହିଛି, ଯାହର ଦାମ ଅତିରିକ୍ତ 20,608 ଟଙ୍କା ପଡ଼ିଥାଏ । ଏହି ଅଫର ସମସ୍ତ ଟୋୟୋଟା ଡିସଲସିପରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.