ETV Bharat / technology

ନୂଆ Skoda Kylaq ଉପରୁ ଉଠିଲା ପରଦା; ଦାମର ଖୁଲାସା, ଜାଣନ୍ତୁ କେବେ ଲଞ୍ଚ - SKODA KYLAQ GOBAL DEBUT

Skoda Auto India ନିଜର ପ୍ରଥମ ସବ-କମ୍ପାକ୍ଟ SUV ସ୍କୋଡା କିଲାକ୍‌ ଉପରୁ ପରଦା ଉଠାଇଛି । ଏହାର ଦାମ କେତେ ପ୍ରକାଶ କରିଥିବା ବେଳେ ଏହି ଦିନଠୁ ବୁକିଂ ଆରମ୍ଭ...

Skoda Kylaq
Skoda Kylaq (Photo- Škoda India)
author img

By ETV Bharat Tech Team

Published : Nov 7, 2024, 3:48 PM IST

ହାଇଦ୍ରାବାଦ: ସ୍କୋଡା ଭାରତରେ ସବକମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ପ୍ରବେଶ କରିଛି ଏବଂ କମ୍ପାନୀ ଏହି ସେଗମେଣ୍ଟରେ ସ୍କୋଡା କିଲାକର ପ୍ରଥମ କାରକୁ ଲଞ୍ଚ୍‌ କରିଛି । ସ୍କୋଡା କିଲାକ୍ ଭାରତର ବିଶିଷ୍ଟ MQB A0 ପ୍ଲାଟଫର୍ମର ଏକ ଆଡାପ୍ଟେସନ୍ ଉପରେ ନିର୍ମିତ, ଯାହାକୁ MQB 27 କୁହାଯାଏ । ଏହି କାରର ଡିଜାଇନ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥିବା ବେଳେ ଖୁବଶୀଘ୍ର ଏହାର ବୁକିଂ ଭାରତରେ ଆରମ୍ଭ ହେବାକୁ ଯାଉଛି ।

Skoda Kylaq
Skoda Kylaq (Photo- Škoda India)

ସ୍କୋଡା ଅଟୋ ଇଣ୍ଡିଆ ବର୍ତ୍ତମାନ ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରକାଶ କରିଛି, ଯାହାକୁ 7.89 ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)ରେ ରଖାଯାଇଛି । ଏହାର ବୁକିଂ ଆସନ୍ତା ଡିସେମ୍ବର 2, 2024ରୁ ଆରମ୍ଭ ହେବ । କମ୍ପାନୀ ସୂଚନା ଦେଇଛି ଯେ ଏହି SUV ଜାନୁଆରୀ 17, 2025ରେ ଭାରତ ମୋବିଲିଟି ଏକ୍ସପୋରେ ସର୍ବସାଧାରଣରେ ଡେବ୍ୟୁ କରିବ । କିନ୍ତୁ ଏହାର ଡେଲିଭରି 27 ଜାନୁୟାରୀରୁ ଆରମ୍ଭ ହେବ ।

Skoda Kylaq Interior
Skoda Kylaq Interior (Photo- Škoda India)

Skoda Kylaqର ଡିଜାଇନ:-

ଏହାର ଡିଜାଇନ୍ ବିଷୟରେ କହିବାକୁ ଗଲେ, କିଲାକ୍ ହେଉଛି ଭାରତର ପ୍ରଥମ ସ୍କୋଡା କାର ଯେଉଁଥିରେ ନୂତନ ଆଧୁନିକ ସଲିଡ୍‌ ଡିଜାଇନ୍ ଦେଖିବାକୁ ମିଳିଛି । କାରର ସାମ୍ନାରେ ଏକ ସିଧା ବଟରଫ୍ଲାଏ ଗ୍ରିଲ୍ ଫିଚର ଅଛି ଯାହା ସ୍ଲିମ୍ ଏଲଇଡି DRL ଦ୍ବାରା ଲାଗିଛି । ମୁଖ୍ୟ ହେଡଲ୍ୟାମ୍ପଗୁଡିକ ତଳକୁ ଥିବାବେଳେ ବମ୍ପରରେ ଏକ ପ୍ରମୁଖ କେନ୍ଦ୍ରୀୟ ଏଯାର ଭେଣ୍ଟ ଏବଂ ଏହାର ବେସ୍‌ରେ ଏକ ଫକ୍ସ ସିଲଭର ସ୍କିଡ୍ ପ୍ଲେଟ୍ ଏଲିମେଣ୍ଟ ରହିଛି ।

ଏହା ବି ପଢନ୍ତୁ
  1. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ
  2. 2024 Maruti Dzire ବୁକିଂ ଆରମ୍ଭ; ଏହି ତାରିଖରେ ହେବ ଲଞ୍ଚ

କାରର ତଳ କବାଟ ଏବଂ ଚକ ଆର୍ଚରେ ଅନେକ କ୍ଲାଡିଂ (କାରର ସୌନ୍ଦର୍ଯ୍ୟ ବୃଦ୍ଧ କରିବା ଲାଗି ବ୍ୟବହୃତ ହେଉଥିବା ଡେକୋରେଟିଭ ଏଲିମେଣ୍ଟ) ବ୍ୟବହାର କରାଯାଇଛି । ପଛରେ ଡିଜାଇନ୍ କୁଶାକ୍‌ ସହିତ କିଛି ସାମଞ୍ଜସ୍ୟ ରହିଛି । ପଛ ବମ୍ପର ମଧ୍ୟ ଅନେକ କ୍ଲାଡିଂ ଏବଂ ଏକ ବିଶିଷ୍ଟ ସ୍କିଡ୍ ପ୍ଲେଟ୍ ଉପାଦାନ ଦେଖିବାକୁ ମିଳିବ ।

Skoda Kylaq
Skoda Kylaq (Photo- Škoda India)

Skoda Kylaqର ଭିତର ଡିଜାଇନ କିପରି ?

ଏହାର କ୍ୟାବିନ ଡିଜାଇନ୍ ମଧ୍ୟ ବଡ଼ କୁଶାକ ସହିତ ସମାନ । ଟପ୍ ମଡେଲ୍ ଏକ ବୃହତ 10-ଇଞ୍ଚ୍ କେନ୍ଦ୍ରୀୟ ଟଚ୍ ସ୍କ୍ରିନ୍, ଦୁଇ-ସ୍ପିକ୍ ଷ୍ଟିଅରିଂ ରହିଛି । ଅନେକ ଦୃଶ୍ୟମାନ ନିୟନ୍ତ୍ରଣ ପୃଷ୍ଠଗୁଡିକ ବିଦ୍ୟମାନ ସ୍କୋଡା ସ୍ଲାଭିଆ ଏବଂ କୁଶାକରେ ଥିବା ସମାନ । ଏଥିରେ ଉପଲବ୍ଧ ଫିଚରଗୁଡିକ ବିଷୟରେ କହିବାକୁ ଗଲେ, ନୂତନ ସ୍କୋଡା କିଲାକ୍‌ରେ ପାୱାର୍-ଆଡଜଷ୍ଟେବଲ୍ ଫ୍ରଣ୍ଟ୍ ସିଟ୍, ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ୱେୟାରଲେସ୍‌ ଚାର୍ଜିଂ ପ୍ୟାଡ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଏବଂ ଅନ୍ୟାନ୍ୟ ପ୍ରକାର ଫିଚର ରହିଛି ।

Skoda Kylaqର ଆକାର:- ଏହାର ଆକାର ବିଷୟରେ କହିବାକୁ ଗଲେ, ସ୍କୋଡା କିଲାକ୍‌ର ଲମ୍ବ 3995 ମିମି, ମୋଟେଇ 1783 ମିମି, ଉଚ୍ଚତା 1619 ମିମି ଏବଂ ଏହାର ହ୍ବିଲବେସ୍‌ 2566 ମିମି । କମ୍ପାନୀ କହିଛି ଯେ ଏହି ଏସୟୁଭିର ଗ୍ରାଉଣ୍ଡ କ୍ଲିୟରାନ୍ସ 189 ମିଲିମିଟର ଏବଂ ବୁଟ ସ୍ପେସ୍ ହେଉଛି 446 ଲିଟର ।

ସ୍କୋଡା କିଲାକ୍ ପାୱାର୍ ଟ୍ରେନ୍:-

ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ସ୍କୋଡା କିଲାକ୍ VW ଗ୍ରୁପର 1.0 ଲିଟର TSI ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଦ୍ବାରା ଚାଳିତ, ଯାହା ଭାରତରେ ସ୍କୋଡା ଏବଂ ଭିଡବ୍ଲ୍ୟୁ ଦ୍ବାରା ବ୍ୟବହୃତ ହୁଏ । ଏହି ଇଞ୍ଜିନ୍ 114 bhp ଏବଂ ପିକ୍‌ ଟର୍କ 178 Nmର ଶକ୍ତି ପ୍ରଦାନ କରେ । ଷ୍ଟାଣ୍ଡାର୍ଡ ଭାବରେ ଏହାକୁ 6-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ଏବଂ 6-ସ୍ପିଡ୍ ଟର୍କ କନଭର୍ଟର ସ୍ବୟଂଚାଳିତ ଗିଅରବକ୍ସ ଯୋଗାଇ ଦିଆଯାଇଛି ।

କାହା ସହିତ କରିବ ମୁକାବିଲା ?

ଭାରତୀୟ ବଜାରରେ Skoda Kylaqର ମୁକାବିଲା Maruti Suzuki Brezza, Kia Sonet, Tata Nexon, Hyundai Venue ଓ Mahindra XUV 3XO ଭଳି କାର ସହିତ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.