ETV Bharat / technology

60 ଚ୍ୟାନେଲ, 12ରୁ ଅଧିକ ଭାଷା; ଆସିଗଲା ସରକାରୀ OTT ପ୍ଲାଟଫର୍ମ 'Waves' - FREE OTT PLATFORM WAVES

ପ୍ରସାର ଭାରତୀ ନୂଆ ଓଟିଟି ପ୍ଲାଟଫର୍ମ ଲଞ୍ଚ କରିଛି । ଏଥିରେ ଖବର ସାଙ୍ଗକୁ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିପାରିବେ । ଜାଣନ୍ତୁ ଏଥିରେ ଆଉ କଣ କଣ ଦେଖିହେବ...

India Govt. OTT platform WAVES
India Govt. OTT platform WAVES (ETV Bharat)
author img

By ETV Bharat Tech Team

Published : Nov 21, 2024, 3:03 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସାର୍ବଜନୀନ ବା ଲୋକ ସେବା ପ୍ରସାରଣକାରୀ ସଂଗଠନ (Public Sector Broadcaster) ପ୍ରସାର ଭାରତୀ ଏବେ ନିଜସ୍ବ ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି 'ୱେଭ୍ସ' (Waves)କୁ ସଂଗଠନ ଗୋଆରେ ଆୟୋଜିତ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ 2024(IFFI 2024)ରେ ଲଞ୍ଚ କରାଯାଇଛି । ବିଶେଷ କରି ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି ଏହି ଓଟିଟି ପ୍ଲାଟଫର୍ମ ଲଞ୍ଚ ହୋଇଥିବା ବେଳେ ଏହାକୁ ପ୍ରାଥମିକ ସ୍ତରରେ ନିଶୁଳ୍କ ରଖାଯାଇଛି ।

'Waves'ର ଉଦ୍ଦେଶ୍ୟ କଣ ?

ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ ଉପଲବ୍ଧ ଏହି ଆପ୍ 'ୱେଭ୍ସ' - ପାରିବାରିକ ମନୋରଞ୍ଜନର ନୂତନ ତରଙ୍ଗ' ଟ୍ୟାଗଲାଇନ୍ ଅଧୀନରେ ବିଭିନ୍ନ ବିଷୟବସ୍ତୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଦ୍ବାରା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ଉଦଘାଟନୀ ସମାରୋହରେ ଏହି ପ୍ଲାଟଫର୍ମ ଉନ୍ମୋଚିତ କରାଯାଇଛି । ଏହି ଆପ୍‌କୁ ଗୋଆ ମୁଖ୍ୟମନ୍ତ୍ରୀ ଭାରତୀୟ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ
  1. 2025 ସୁଦ୍ଧା ପ୍ରଥମ ହ୍ୟୁମାନଏଡ୍‌ ରୋବୋଟ୍‌ ଆଣୁଛି Reliance; ବଢିଲାଣି ଏଲନଙ୍କ ଚିନ୍ତା
  2. ଓଡ଼ିଆ ଫିଲ୍ମ 'ମିଶିରି' ରିଲିଜ ଡେଟ୍ ଆଉଟ୍, ଏହି ଦିନ ପରଦାରେ କରିବ ଧମାକା

କେଉଁ ଭାଷାରେ ପ୍ରସାରଣ ?

‘ୱେଭ୍ସ’ ପ୍ଲାଟଫର୍ମରେ ୟୁଜର ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ମରାଠୀ, କନ୍ନଡ, ମାଲାୟାଲାମ, ତେଲେଗୁ, ତାମିଲ, ଗୁଜୁରାଟୀ, ପଞ୍ଜାବୀ ଏବଂ ଆସାମି ଭଳି 12 ଭାଷାରେ କଣ୍ଟେଣ୍ଟ ଦେଖିପାରିବେ । ଏଥିରେ 65ଟି ଲାଇଭ୍ ଟିଭି ଚ୍ୟାନେଲ୍, ଭିଡିଓ-ଅନ୍-ଡିମାଣ୍ଡ, ଫ୍ରି-ଟୁ-ପ୍ଲେ ଗେମ୍‌ ଏବଂ ONDC ସହଯୋଗରେ ଅନଲାଇନ୍ ସପିଂ ଅନ୍ତର୍ଭୁକ୍ତ । ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, "ସରକାରଙ୍କ ଡିଜିଟାଲ ଭାରତ ସ୍ବପ୍ନ ଲାଗି ୱେଭ୍ସ OTT ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ଗ୍ରାମୀଣ ଦର୍ଶକଙ୍କୁ ଭାରତନେଟ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ବିଷୟବସ୍ତୁ ପହଞ୍ଚାଇ ଡିଜିଟାଲ ମିଡିଆ ଏବଂ ମନୋରଞ୍ଜନ ମଧ୍ୟରେ ବ୍ୟବଧାନକୁ ଦୂର କରିବ ବୋଲି ଆଶା କରାଯାଇଛି ।"

'Waves'ରୁ ୟୁଜର କଣ ସୁବିଧା ପାଇବେ ?

  • ଏଠାରେ ଦେଶର ମହାନ ବ୍ୟକ୍ତି ଓ ଐତିହାସିକ ଘଟଣାବଳୀ ଉପରେ ଇ-ବୁକ୍ସ ଉପଲବ୍ଧ । ଯାହାକୁ ଆପଣ ପଢିପାରିବେ ।
  • ଏଥିରେ ଟାଇମଲେସ୍‌ ଶୋ' ମଧ୍ୟ ଉପଲବ୍ଧ । 80 ଓ 90 ଦଶକର ଦୂରଦର୍ଶନର ଲୋକପ୍ରିୟ ଶୋ' ଯେପରିକି ମହାଭାରତ, ରାମାୟଣ, ଶକ୍ତିମାନକୁ ୟୁଜର ଲାଇବ୍ରେରୀ ସେକ୍ସନ ଯାଇ ଦେଖିପାରିବେ । ଏପରିକି ଦେଶର ପ୍ରଥମ ଟେଲିଭିଜନ ଶୋ' 'ହମ ଲୋଗ୍‌' ମଧ୍ୟ ଏହି ଆପ୍‌ରେ ଉପଲବ୍ଧ ।
  • କ୍ରାଇମଠୁ ଆରମ୍ଭ କରି ହରର୍‌, ଆକ୍ସନ, କମେଡି ସବୁ ପ୍ରକାରର ଫିଲ୍ମକୁ ଆପଣ ଏହି ଆପ୍‌ରେ ପାଇବେ ।
  • ଏଥିରେ ଆପଣ ଇଭେଣ୍ଟଗୁଡ଼ିକୁ LIVE ଦେଖିପାରିବେ । ଯେପରିକି ଆପଣ ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମଙ୍କ ଆଳତୀ ଦେଖିପାରିବେ । ଚଳିତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍‌ କି ବାତ୍‌' ଶୁଣିପାରିବେ ।
  • ଭାରତ ସରକାରଙ୍କ ଏହି OTT ଆପ୍‌ରେ 'ମଙ୍କି କିଙ୍ଗ - 'ଦ ହିରୋ ଇଜ୍‌ ବ୍ୟାକ୍‌', 'ଫୌଜା', 'ଥୋଡେ ଦୂର୍‌ ଥୋଡେ ପାସ୍‌', 'ଭେଦ୍‌ ଭରମ୍‌', 'ଭାରତ କା ଅମୃତ କଲସ', 'ଦଶମି', 'କର୍ପୋରେଟ ସରପଞ୍ଚ', 'ଜାନକୀ', 'ଛୋଟା ଭୀମ', 'ଆକବର ବିରବଲ' ଆଦି ଦେଖିପାରିବେ ।

'Waves'ର କିଛି ଲାଇଭ ଚ୍ୟାନେଲ:-

  • ଡିଡି ଇଣ୍ଡିଆ
  • ଡିଡି କିସାନ୍
  • ଡିଡି ସମ୍ବାଦ
  • ଡିଡି ଭାରତୀ
  • ବି4ୟୁ ଭୋଜପୁରୀ
  • ବି4ୟୁ କଡକ
  • ବି4ୟୁ ମ୍ୟୁଜିକ୍‌
  • 9XM ମ୍ୟୁଜିକ୍‌
  • ଦିବ୍ୟା
  • ପିଟାରା ମୁଭିଜ୍‌

କିପରି ଡାଉନଲୋଡ କରିବେ Waves ?

ଆଣ୍ଡ୍ରଏଡ୍ ୟୁଜର ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏବଂ ଆଇଓଏସରେ ଆପଲ୍ ଆପ୍ ଷ୍ଟୋରରୁ 'ୱେଭ୍ସ' ଡାଉନଲୋଡ୍ କରିପାରିବେ ।

କାହାକୁ ଦେବ ଟକ୍କର ?

OTT ପ୍ଲାଟଫର୍ମରେ ପୂର୍ବରୁ ଅନେକ ଆପ୍‌ ନିଜର ଲୋକପ୍ରିୟତା ହାସଲ କରିସାରିଛନ୍ତି । ନେଟଫ୍ଲିକ୍ସ, ଜିଓ ସିନେମା, ପ୍ରାଇମ ଭିଡିଓ, ଡିଜନି ପ୍ଲସ ହଟଷ୍ଟାର (ଏବେ ଜିଓଷ୍ଟାର), ଜି5 ଓ ସୋନି ଲିଭ ଭଳି ଓଟିଟି ପ୍ଲାଟଫର୍ମ ସବସ୍କ୍ରିପସନ ସହିତ ଦର୍ଶକଙ୍କ ପସନ୍ଦ ହୋଇପାରିଛି । ଏବେ ଏହି ପ୍ଲାଟଫର୍ମରେ ସରକାରୀ ଓଟିଟି ଆପ୍‌ 'Waves' ଏଣ୍ଟ୍ରି ମାରିଛି । ଫଳରେ ଏବେ ଏହି ପ୍ଲାଟଫର୍ମରେ ପ୍ରତିଯୋଗିତା ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.