ହାଇଦ୍ରାବାଦ: ଓପୋ ଏହାର Find X8 ସିରିଜ୍ ସହିତ ସ୍ମାର୍ଟଫୋନ୍ ଫଟୋଗ୍ରାଫିର ସୀମାକୁ ଆଗକୁ ବଢାଇବାକୁ ପ୍ରସ୍ତୁତ ହେଉଛି । ଏଥିଲାଗି ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ କମ୍ପାନୀ ନିଜର ଫ୍ଲାଗସିପ୍ ଫୋନ୍ ଓପୋ ଫାଇଣ୍ଡ 8 ସିରିଜ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜ୍ ଏକ ସ୍ବତନ୍ତ୍ର ଟ୍ରିପଲ୍ ପ୍ରିଜିମ୍ ଫୋଲ୍ଡ ରିଫ୍ଲେକ୍ସନ ସିଷ୍ଟମ ସହିତ ଆସୁଛି । ଯାହାକି ବିଶ୍ବରେ ପ୍ରଥମ ସ୍ମାର୍ଟଫୋନ ଭାବେ ଡୁଆଲ୍ ପେରିସ୍କୋପ୍ କ୍ୟାମେରା ସିଷ୍ଟମକୁ ଗ୍ରାହକଙ୍କୁ ଭେଟିଦେବ ।
ଏଥିରେ ଆଇକନିକ୍ ହାସେଲବ୍ଲାଡ୍ ପୋର୍ଟ୍ରେଟ୍, କ୍ୟାମେରା ସେଟିଙ୍ଗ୍ ଉପରେ ଗ୍ରାନୁଲାର୍ କଣ୍ଟ୍ରୋଲ୍ ପାଇଁ ମାଷ୍ଟର ମୋଡ୍ ଓ ଲାଇଟନିଂ ସ୍ନାପ ରହିଛି, ଯାହାକି ମାତ୍ର 30 ସେକେଣ୍ଡରେ 100 ଫଟୋ କ୍ୟାପଚର କରିପାରିବାରେ ସକ୍ଷମ । ଫଟୋଗ୍ରାଫି ଲଭରଙ୍କଠାରୁ ଆରମ୍ଭ କରି କ୍ରିଏଟର୍ସ ଏବଂ ପାୱାର୍ ୟୁଜରଙ୍କୁ ଏକ ଅତ୍ୟାଧୁନିକ କ୍ୟାମେରା ଅନୁଭୂତି ପ୍ରଦାନ କରିବାକୁ ଓପୋ ଲକ୍ଷ୍ୟ ରଖିଛି ।
କଣ ଏହି ଡୁଆଲ ପେରିସ୍କୋପ କ୍ୟାମେର ସେଟ୍ଅପ୍ ?
Oppo Find X8 ଦୁନିଆର ପ୍ରଥମ ଡୁଆଲ ପେରିସ୍କୋପ କ୍ୟାମେରା ସେଟଅପ ପ୍ରଦାନ କରିବାକୁ ଯାଉଛି । ଏକ ଫୋନରେ ପେରିସ୍କୋପ୍ କ୍ୟାମେରା ହେଉଛି ଏକ ପ୍ରକାର ଟେଲିଫଟୋ କ୍ୟାମେରା ଯାହା ଫୋନର ଘନତା ବୃଦ୍ଧି ନକରି ଉଚ୍ଚ ଅପ୍ଟିକାଲ୍ ଜୁମ୍ ହାସଲ କରିବା ପାଇଁ ପ୍ରିଜିମ୍ ଏବଂ ମିରର ବ୍ୟବହାର କରେ । ଅପଟିକାଲ ଜୁମ୍ ବ୍ୟବହାର ଦ୍ବାରା ଫଟୋର କ୍ବାଲିଟି ସର୍ବଦା ଭଲ ଆସିଥାଏ ।
ଏହା ବି ପଢନ୍ତୁ |
3x ଏବଂ 6x କ୍ୟାମେରା ଅପ୍ଟିକାଲ୍ ଲେନ୍ସ ସିଷ୍ଟମ୍ ପାଇଁ ଡୁଆଲ୍ ପେରିସ୍କୋପ୍ ସିଷ୍ଟମ୍ ଓପୋକୁ ସବୁଠୁ ପତଳା ଏବଂ ହାଲୁକା ଫ୍ଲାଗସିପ୍ କ୍ୟାମେରା ପ୍ରଦାନ କରିବାରେ ସକ୍ଷମ କରିଛି । ଏହା ସୁନିଶ୍ଚିତ କରେ ଯେ ଦୈନନ୍ଦିନ କାର୍ଯ୍ୟକଳାପକୁ ଅତି ସହଜରେ କ୍ୟାପଚର କରିହେବ । 50MP LYT-600 ସେନ୍ସର ଏବଂ 3x ଟେଲିଫୋଟୋ ଲେନ୍ସ ଦିନ କିମ୍ବା ରାତିରେ ଯେକୌଣସି ଆଲୋକରେ କ୍ଲିୟର ସଟ ପ୍ରଦାନ କରିବ। ବଡ଼ 1 / 1.95" ସେନ୍ସରକୁ ସ୍ଥାନିତ କରିବା ପାଇଁ ଓପୋ ଏକ ନୂତନ ଏବଂ ଅଭିନବ ଟ୍ରିପଲ୍ ପ୍ରିଜିମ୍ ଫୋଲ୍ଡେଡ୍ ଲେନ୍ସ ଆଣିଛି, ଯାହା ପୂର୍ବ ମଡେଲ ତୁଳନାରେ ଏହି ସ୍ମାର୍ଟଫୋନକୁ ଓଜନରେ 30 ପ୍ରତିଶତ ଓ ଆକାରରେ 24 ପ୍ରତିଶତ ହ୍ରାସ କରିଛି ।
ଫୋନ୍ର ବଡି ସହିତ ସମାନ୍ତରାଳ ଭାବରେ ଲେନ୍ସ ରଖି ଓପୋ ଲେନ୍ସ ବାହାର ଆକାରକୁ ଛୋଟ କରିଛି ଯାହା ମାତ୍ର 3.09 ମିଲିମିଟର ହ୍ରାସ ହୋଇ ଏକ ସୁନ୍ଦର, ଆଧୁନିକ ଡିଜାଇନ୍ ପ୍ରଦାନ କରିଛି । 50MP IMX858 ସହିତ ସଜ୍ଜିତ 6x ପେରିସ୍କୋପ୍ କ୍ୟାମେରା ଭ୍ରମଣ ଫଟୋଗ୍ରାଫିଠାରୁ ଷ୍ଟେଜ୍ ଫଟୋଗ୍ରାଫି ପର୍ଯ୍ୟନ୍ତ ଆପଣଙ୍କୁ ସୁନ୍ଦର ଫଟୋ କ୍ୟାପଚର କରିବାକୁ ସୁନିଶ୍ଚିତ କରିବ ।
ଅପ୍ଟିକାଲ୍ ଇମେଜ୍ ସ୍ଥିରତା (OIS) ଏବଂ ପୂର୍ଣ୍ଣ 50MP ରିଜୋଲୁସନ କମ୍ ଆଲୋକରେ ମଧ୍ୟ ଭଲ ଫଟୋ ଉଠାଇଥାଏ । ପ୍ରାଥମିକ 50MP କ୍ୟାମେରା, ସୋନିର LYT-808 ସେନ୍ସର ସହିତ ସଜ୍ଜିତ । ଏହାର ଉନ୍ନତ ଦୁଇ ସ୍ତରୀୟ ଟ୍ରାନଜିଷ୍ଟର ପିକ୍ସେଲ ଗଠନ ଯୋଗୁଁ ଚ୍ୟାଲେଞ୍ଜ ଆଲୋକରେ ବି ସ୍ବଚ୍ଛତା ପ୍ରଦାନ କରେ ।
ଏହି ସ୍ମାର୍ଟଫୋନ ସାହାଯ୍ୟରେ ବିଶେଷ କରି ଦ୍ରୁତ ଗତିଶୀଳ ବସ୍ତୁର ସଟ୍ କ୍ୟାପଚର କରିବା ସହଜ ହେବ । ଫଳରେ ବ୍ୟବହାରକାରୀମାନେ ସର୍ବଦା ଏକ ସାର୍ପ ଫଟୋ ପାଇବେ । କାରଣ Find X8ର HDR ସିଷ୍ଟମ୍ ପ୍ରତ୍ୟେକ ଥର ଚମତ୍କାର ଫଟୋ ଉଠାଇବାକୁ ସୁନିଶ୍ଚିତ କରିଥାଏ ।