ହାଇଦ୍ରାବାଦ: ୱାନପ୍ଲସ ଏହାର ଆଗାମୀ ଫ୍ଲାଗସିପ ହ୍ୟାଣ୍ଡସେଟ୍ ୱାନପ୍ଲସ ଏସ 5 ବା ୱାନପ୍ଲସ 13ଆର (OnePlus 13R) ଚୀନରେ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ 2ଟି ସ୍ମାର୍ଟଫୋନ OnePlus Ace 5 ଓ OnePlus Ace 5 Pro ଲଞ୍ଚ ହେବ । ୱାନପ୍ଲସ ଏସ 3 (OnePlus Ace 3) ପରେ କମ୍ପାନୀ ସିଧାସଳଖ ୱାନପ୍ଲସ ଏସ 5କୁ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନ OnePlus 13R ନାଁରେ ଲଞ୍ଚ ହେବ । ଫୋନ ଲଞ୍ଚ ହେବା ପୂର୍ବରୁ ଏହାର ଫିଚର ଓ ଡିଜାଇନ ଅନଲାଇନରେ ଲିକ୍ ହୋଇସାରିଛି । ଡିସେମ୍ବର ଦ୍ବିତୀୟ ସପ୍ତାହରେ ଏହି ଫୋନ ଲଞ୍ଚ ହୋଇପାରେ ।
OnePlus Ace 5 Series launching in China on December 12!#OnePlus #OnePlus13R #OnePlusAce5 pic.twitter.com/yFfUpgb5vk
— OnePlus Club (@OnePlusClub) November 27, 2024
OnePlus Ace 5 ସିରିଜ ଫିଚର:-
OnePlus Ace 5 କ୍ବାଲକମ୍ ସ୍ନାପଡ୍ରାଗନ୍ 8 ଜେନ 3 SoC ସହିତ ଲଞ୍ଚ୍ ହେବାର ସମ୍ଭାବନା ଅଛି । ଯେତେବେଳେ କି Ace 5 Pro ସ୍ନାପଡ୍ରାଗନ୍ 8 ଏଲିଟ୍ ସହିତ ଲଞ୍ଚ ହୋଇପାରେ । Ace 5 Pro ଭାରତୀୟ ବଜାରକୁ ଆସିବ ନାହିଁ ତଥାପି Ace 5 OnePlus 13R ଭାବରେ ରି-ବ୍ରାଣ୍ଡ ହେବାର ସମ୍ଭାବନା ଅଛି ।
ଏହା ବି ପଢନ୍ତୁ |
OnePlus Ace 5/ OnePlus 13R first look in green variant 💚 #OnePlus13R pic.twitter.com/HgqYL78WP7
— OnePlus Club (@OnePlusClub) November 27, 2024
ମିଳିପାରେ 1.5K ରିଜୋଲ୍ୟୁସନ ଫ୍ଲାଟ ଡିସପ୍ଲେ:-
OnePlus Ace 5ରେ 1.5K ରିଜୋଲ୍ୟୁସନ ଫ୍ଲାଟ ଡିସପ୍ଲେ, ଅପ୍ଟିକାଲ ଫିଙ୍ଗର ପ୍ରିଣ୍ଟ ସେନ୍ସର, 6000 କିମ୍ବା 6500mAh ବ୍ୟାଟେରୀ ଏବଂ 100W ଫାଷ୍ଟ ଚାର୍ଜିଂ ପାଇଁ ସମର୍ଥନ ରହିବ ବୋଲି ଆଶା କରାଯାଉଛି । Ace 5 କିମ୍ବା OnePlus 13Rରେ OnePlus 13 ପରି ହାସେଲବ୍ଲାଡ୍-ଟ୍ୟୁନ୍ କ୍ୟାମେରା ରହିବ ନାହିଁ । ଏହା ସହିତ OnePlus Ace 5ରେ ଟେଲିଫଟୋ ସେନ୍ସର ଅଭାବ ଦେଖିବାକୁ ମିଳିପାରେ, ଯାହାକି OnePlus 13ର ଫିଚର ସହିତ ସମାନ ।
ଦାମ କେତେ ରହିବ ?
ଏହି ସିରିଜ ଲାଟେଷ୍ଟ କ୍ବାଲକମ୍ ସ୍ନାପଡ୍ରାଗନ୍ 8 ଜେନ 3 ସହିତ ଲଞ୍ଚ ହେଉଥିବାରୁ ଏହା ଏକ ପାୱାରହାଉସ୍ ଫୋନ୍ ହେବାକୁ ଯାଉଛି । ଯଦି ଏହି ଫୋନ୍ ଭାରତରେ ଲଞ୍ଚ ହୁଏ ତେବେ ଏହାର ଦାମ 50 ହଜାରରୁ କମ୍ ହୋଇପାରେ । OnePlus Ace 5 Pro ଅଧିକ ରହିବ ଏବଂ OnePlus Ace 5 ଅପେକ୍ଷା ଉନ୍ନତ ଫିଚର ସହିତ ଆସିବ । କିନ୍ତୁ ଏହି ଫୋନ୍ କେବଳ ଚୀନରେ ଲଞ୍ଚ ହେବ । କମ୍ପାନୀ ଏହାକୁ ବିଶ୍ବ ବଜାରରେ ଲଞ୍ଚ କରିବ ନାହିଁ ।