ହାଇଦ୍ରାବାଦ: ଦେଶରେ କାରଗୁଡ଼ିକର ସୁରକ୍ଷା ମୂଲ୍ୟାୟନ କରୁଥିବା ସଂସ୍ଥା ଭାରତ ନ୍ୟୁ କାର ଆସେସମେଣ୍ଟ ପ୍ରୋଗ୍ରାମ (BNCAP) ଭାରତୀୟ ବଜାରରେ ବିକ୍ରି ହେଉଥିବା ମହିନ୍ଦ୍ରାର ଇଲେକଟ୍ରିକ୍ ଏସୟୁଭି XEV 9e ଓ BE 6 କାରର କ୍ରାସ୍ ଟେଷ୍ଟ ଫଳ ଘୋଷଣା କରିଛି । ଉଭୟ ଇଲେକଟ୍ରିକ୍ କାରକୁ ସଂସ୍ଥା 5-ଷ୍ଟାର ରେଟିଂ ପ୍ରଦାନ କରିଛି । ଉଭୟ ବୟସ୍କ ଓ ଶିଶୁ ଯାତ୍ରୀଙ୍କ ସୁରକ୍ଷା ଲାଗି ପଞ୍ଚ ତାରକା ମୂଲ୍ୟାୟନ ମିଳିଛି । ସଂସ୍ଥା ଉଭୟ ଏସୟୁଭିର ଟପ୍ ସ୍ପେକ୍କୁ ପରୀକ୍ଷା କରିଥିଲା । ଏହି ମୂଲ୍ୟାୟନ ଉଭୟ କାରର ସମସ୍ତ ଭାରିଏଣ୍ଟ ପାଇଁ ବୋଲି ସଂସ୍ଥା ପ୍ରକାଶ କରିଛି ।
Safety ratings of Mahindra – XEV 9E.
— Bharat NCAP (@bncapofficial) January 16, 2025
The XEV 9E has scored 5-Star Safety Ratings in both Adult Occupant Protection (AOP) and Child Occupant Protection (COP) in the latest Bharat NCAP crash tests.#bharatncap #safetyfirst #safetybeyondregulations #morestarssafercars #drivesafe pic.twitter.com/Dux6tElRLG
Mahindra XEV 9e
- ମହିନ୍ଦ୍ରା ଏକ୍ସଇଭି 9ଇ ଇଲେକଟ୍ରିକ୍ କାରକୁ 5-ଷ୍ଟାର ମୂଲ୍ୟାୟନ ମିଳିଛି । ଯଦି ବୟସ୍କଙ୍କ ସୁରକ୍ଷା କଥା ଦେଖିବା, ତେବେ କାରକୁ ମୋଟ 32 ପଏଣ୍ଟରୁ 32 ପଏଣ୍ଟ ମିଳିଛି ।
- କିନ୍ତୁ ଶିଶୁ ସୁରକ୍ଷା କ୍ରାସ୍ ଟେଷ୍ଟରେ 49 ପଏଣ୍ଟରୁ କାରଟି 45 ପଏଣ୍ଟ ହାସଲ କରିଛି ।
- ସାଇଡ୍ ମୁଭେବଲ୍ ଡିଫର୍ମେବଲ୍ ବ୍ୟାରିଅର ଟେଷ୍ଟରେ, ଏହି ଏସୟୁଭିକୁ 16 ପଏଣ୍ଟରୁ ପୂରା 16 ପଏଣ୍ଟ ମିଳିଛି । ସାଇଡ୍ ପୋଲ୍ ଇମ୍ପାକ୍ଟ ଟେଷ୍ଟରେ ଏହା ଠିକ୍ ବୋଲି କୁହାଯାଇଛି ।
- ମୋଟାମୋଟି ଭାବେ ଦେଖିଲେ ଏହା ଯାତ୍ରା ପାଇଁ ଏକ ସୁରକ୍ଷିତ ଏସୟୁଭି ହୋଇପାରିଛି ।
Safety ratings of Mahindra – BE6.
— Bharat NCAP (@bncapofficial) January 16, 2025
The BE 6 has scored 5-Star Safety Ratings in both Adult Occupant Protection (AOP) and Child Occupant Protection (COP) in the latest Bharat NCAP crash tests.#bharatncap #safetyfirst #safetybeyondregulations #morestarssafercars #drivesafe pic.twitter.com/PjY1Q4cdeG
Mahindra BE 6
- XEV 9e ସହ ସମାନ ଥିବା BE 6କୁ ମଧ୍ୟ ଏହି କ୍ରାସ୍ ଟେଷ୍ଟରେ 5-ଷ୍ଟାର ରେଟିଂ ମିଳିଛି ।
- ଏହାସହିତ ଏହି ଏସୟୁଭିଟି ସର୍ବାଧିକ BNCAP ରେଟିଂ ପାଇଥିବା କାର ମଧ୍ୟରୁ ଗୋଟିଏ ହୋଇପାରିଛି ।
- ବୟସ୍କ ଯାତ୍ରୀଙ୍କ ସୁରକ୍ଷା ଲାଗି ହୋଇଥିବା ଟେଷ୍ଟରେ ଏହି ଇଲେକଟ୍ରିକ ଏସୟୁଭିଟି 32 ପଏଣ୍ଟରୁ 31.97 ପଏଣ୍ଟ ହାସଲ କରିଛି ।
- ସେହିପରି ଶିଶୁ ଯାତ୍ରୀଙ୍କ ସୁରକ୍ଷା ଲାଗି ଟେଷ୍ଟରେ ଏସୟୁଭି 49 ପଏଣ୍ଟରୁ 45 ପଏଣ୍ଟ ହାସଲ କରିଛି ।
- ଭାରତ ଏନସିଏପି ଏହି ଇଲେକଟ୍ରିକ ଏସୟୁଭିର 79kWh ବ୍ୟାଟେରୀ ପ୍ୟାକ୍ ସହ ଆସିଥିବା ଟପ୍-ସ୍ପେକ୍ ଭାରିଏଣ୍ଟର ପରୀକ୍ଷଣ କଲା । ରିପୋର୍ଟ ଅନୁସାରେ ଏହି ସେଫ୍ଟି ରେଟିଂ ଛୋଟ ବ୍ୟାଟେରୀ ପ୍ୟାକ୍ (59kWh) ଭାରିଏଣ୍ଟ ଉପରେ ମଧ୍ୟ ଲାଗୁ ହୋଇଛି ।
Mahindra XEV 9e, BE 6: ସୁରକ୍ଷା ଫିଚର
ମହିନ୍ଦ୍ରା XEV 9e ଓ BE 6 ଏସୟୁଭି ବ୍ରାଣ୍ଡର INGLO ପ୍ଲାଟଫର୍ମ ଉପରେ ଆଧାରିତ । ଉଭୟ କାରରେ ଲେଭଲ 2 ADAS ସୁଟ୍ ସୁରକ୍ଷା ଫିଚର ସହ ଆସିଛି । ଯାହାକି ଲେନ ଚେଞ୍ଜ, ଇମରଜେନ୍ସି ଷ୍ଟିଅରିଂ ଆସିଷ୍ଟ, ବ୍ଲାଇଣ୍ଡ ସ୍ପଟ୍ ଡିଟେକ୍ସନ, କ୍ରସ୍ ଟ୍ରାଫିକ ଆଲର୍ଟ, ଫ୍ରଣ୍ଟ କୋଲିଜନ ୱାର୍ଣ୍ଣିଂ ଫିଚର ରହିଛି । ଏହାସହ ଉଭୟ EVରେ 360-ଡିଗ୍ରୀ କ୍ୟାମେରା, ହେଡ୍ସ ଅପ ଡିସପ୍ଲେ, TPMS, ବ୍ଲାଇଣ୍ଡ ଭ୍ୟୁ ମନିଟର୍, 360 ଲାଇଭ ଭ୍ୟୁ, ଇଲେକଟ୍ରୋନିକ୍ ବ୍ରେକ୍ ବୁଷ୍ଟର, ଇଲେକଟ୍ରୋନିକ୍ ପାର୍କିଂ ବ୍ରେକ୍, ଫ୍ରଣ୍ଟ ଫଗ୍ ଲ୍ୟାମ୍ପ୍, କର୍ଣ୍ଣରିଂ ଲ୍ୟାମ୍ପ, ଅଟୋ ବୁଷ୍ଟର ଲ୍ୟାମ୍ପ ଓ 7ଟି ଏୟାର ବ୍ୟାଗ୍ ରହିଛି ।
ମହିନ୍ଦ୍ରାର ଆଉ କେଉଁ କାରକୁ ମିଳିଛି 5-ଷ୍ଟାର ?
ଭାରତ NCAP XEV 9e ଓ BE 6 କାରକୁ 5-ଷ୍ଟାର ରେଟିଂ ଦେବା ପରେ ମହିନ୍ଦ୍ରା କମ୍ପାନୀର ସୁରକ୍ଷା ଗାଡ଼ି ସଂଖ୍ୟା ବୃଦ୍ଧି ପାଇଛି । କମ୍ପାନୀର Thar ROXX, XUV 3X0 ଓ XUV400କୁ ନିକଟରେ ସଂସ୍ଥା ଦ୍ବାରା କ୍ରାସ୍ ଟେଷ୍ଟରେ 5-ଷ୍ଟାର ରେଟିଂ ମିଳିଥିଲା । ସେହିପରି ପୂର୍ବରୁ XUV700 ଓ Scorpio-Nକୁ ଗ୍ଲୋବାଲ NCAP ଦ୍ବାରା 5-ଷ୍ଟାର ମୂଲ୍ୟାୟନ ପ୍ରଦାନ କରାଯାଇଛି ।