ETV Bharat / technology

ଇନଷ୍ଟା ଟିନ୍‌ ଆକାଉଣ୍ଟସ; ଏଣିକି ପିତାମାତାଙ୍କ ହାତରେ ପିଲାଙ୍କ ଇନଷ୍ଟା ହ୍ୟାଣ୍ଡେଲ କଣ୍ଟ୍ରୋଲ - Insta Teen Accounts

author img

By ETV Bharat Tech Team

Published : 13 hours ago

Insta Teen Accounts: ୟୁଟ୍ୟୁବ ପରେ ଏବେ ଇନଷ୍ଟାଗ୍ରାମ ପିଲାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛି । ପିଲାଙ୍କ ୟୁଟ୍ୟୁବ ପରି ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ପିତାମାତା ନିୟନ୍ତ୍ରଣ କରିପାରିବେ । 18ବର୍ଷର ତଳ ବୟସ୍କ ପିଲାଙ୍କ ଲାଗି ମେଟା ପକ୍ଷରୁ ଏହି ଆକାଉଣ୍ଟ ତିଆରି କରାଯାଇଛି । ତେବେ ଏ ସମ୍ପର୍କରେ ଅଧିକ ଜାଣନ୍ତୁ....

Instagram teen accounts
Instagram teen accounts (INSTAGRAM)

ହାଇଦ୍ରାବାଦ: ଶିଶୁ ହେଉ କି ବୃଦ୍ଧ, ଧନି ହେଉ କି ଗରିବ ଏବେ ପ୍ରାୟ ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ମୋବାଇଲ । ଆଉ ସେଥିରେ ସମସ୍ତେ ସୋସିଆଲ ମିଡିଆ ମଧ୍ୟ ଚଲାଉଛନ୍ତି । ମୋବାଇଲରେ ସବୁ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ । ହେଲେ ଛୋଟ ପିଲାଙ୍କ ବୌଦ୍ଧିକ ବିକାଶ ହୋଇନଥିବାରୁ ସେମାନେ ଆଡଲ୍ଟ କଣ୍ଟେଣ୍ଟଗୁଡ଼ିକୁ ଦେଖିଥାନ୍ତି । ଏଥିପ୍ରତି ପିତାମାତା ମଧ୍ୟ ଅଜ୍ଞ ଥାନ୍ତି । ଏଣୁ 18ବୟସ୍କ ନ ହେବା ପର୍ଯ୍ୟନ୍ତ ପିଲାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲର ନିୟନ୍ତ୍ରଣ ପିତାମାତାଙ୍କ ହାତରେ ରହିବ । ଏ ନେଇ ଇନଷ୍ଟାଗ୍ରାମ 'Teen Accounts' ଫିଚର ଆଣିଛି ।

INSTAGRAM UNDER 18 RESTRICTIONS
INSTAGRAM UNDER 18 RESTRICTIONS (INSTAGRAM)

ଇନଷ୍ଟା ଟିନ୍‌ ଆକାଉଣ୍ଟର ଫାଇଦା...

  • ମେଟା ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତି ସହିତ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକ ବର୍ତ୍ତମାନ ପିତାମାତାଙ୍କ ଅଧୀନରେ ରହିବ ।
  • ଏହା ଇନଷ୍ଟାଗ୍ରାମରେ ପିଲାମାନଙ୍କର ସୁରକ୍ଷା ବଢାଇବାରେ ସାହାଯ୍ୟ କରେ ।
  • 16 ବର୍ଷରୁ କମ୍ ଉପଭୋକ୍ତାମାନେ ଡିଫଲ୍ଟ ସେଟିଂସମୂହ ପରିବର୍ତ୍ତନ କରିବାକୁ ପିତାମାତାଙ୍କ ଅନୁମତି ଆବଶ୍ୟକ କରନ୍ତି ।
  • ମେଟା କହିଛି ଯେ ଏହି ଫିଚର ଦ୍ବାରା ଅଭିଭାବକମାନେ ପିଲାମାନଙ୍କ ଦ୍ବାରା ବ୍ୟବହୃତ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ନଜର ରଖିବାରେ ସକ୍ଷମ ହେବେ।
  • ପିତାମାତାମାନେ ଚାହିଁଲେ ପିଲାମାନଙ୍କର ଇନଷ୍ଟା ବାର୍ତ୍ତା (ମେସେଜ) ପାଇପାରିବେ । ଦୈନିକ ସେମାନଙ୍କ ପିଲା କେତେ ସମୟ ଇନଷ୍ଟା ବ୍ୟବହାର କରୁଛି ତାହା ଯାଞ୍ଚ କରାଯାଇପାରିବେ ।
  • ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଇନଷ୍ଟା ଆକାଉଣ୍ଟକୁ ବ୍ଲକ କରିପାରିବେ ।
  • ଇନଷ୍ଟାଗ୍ରାମକୁ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ କରିବା ପାଇଁ ମେଟା ଏହି ନିଷ୍ପତ୍ତି ନେଇଛି ।
Also Read: ନଜରରେ ରହିବେ ଯୁବପିଢି; ସନ୍ତାନଙ୍କ YouTube ଆକାଉଣ୍ଟକୁ ନିଜ ଆକାଉଣ୍ଟ ସହ ଲିଙ୍କ କରିପାରିବେ ପିତାମାତା - Youtube Teenage Safety Feature

ଇନଷ୍ଟା ଟିନ୍‌ ଆକାଉଣ୍ଟ କଣ ?

  • ସମସ୍ତ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡିକ ଡିଫଲ୍ଟ ଭାବରେ ପ୍ରାଇଭେଟ ଆକାଉଣ୍ଟ ଅଟେ । ତେଣୁ ଯଦି କେହି ନାବାଳିକ/ନାବାଳିକାର ଆକାଉଣ୍ଟକୁ ଫଲୋ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କ ରିକ୍ବେଷ୍ଟ ଗ୍ରହଣ କରିବାକୁ ପଡିବ । ଅନ୍ୟଥା ସେମାନଙ୍କର କଣ୍ଟେଣ୍ଟ ଦେଖିପାରିବେ ନାହିଁ ।
  • ଏହି ଆକାଉଣ୍ଟର ୟୁଜର କେବଳ ସେହି ମାନଙ୍କଠାରୁ ମେସେଜ ରିସିଭ କରିପାରିବେ, ଯାହାକୁ ସେ ପୂର୍ବରୁ ଫଲୋ କରୁଥିବେ । କେବଳ ସେମାନେ ଟ୍ୟାଗ୍ କରିପାରିବେ ।
  • ଟିନ୍‌ ଆକାଉଣ୍ଟଗୁଡ଼ିକରେ ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣ ରହିଛି । ତେଣୁ ଫିଡ୍ (Feed) ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ ।
  • ଦିନରେ 60ମିନିଟରୁ ଅଧିକ ସମୟ ପାଇଁ ଆପ୍ ବ୍ୟବହାର କରିବା ପରେ ସେମାନେ ଏକ ନୋଟିଫିକେସନ ଆସିବ ।
  • ଏହା ବ୍ୟତୀତ ଶୋଇବା ମୋଡ୍ ରାତି 10ଟାରୁ ସକାଳ 7ଟା ପର୍ଯ୍ୟନ୍ତ ରହିବ । ସେହି ସମୟରେ କୌଣସି ନୋଟିଫିକେସନ ଆସିବ ନାହିଁ ।

କେବେଠୁ କାର୍ଯ୍ୟକାରୀ ହେବ ଏହି ଆକାଉଣ୍ଟ ?

  • ମେଟାର କହିବାନୁସାରେ ଗତ ମଙ୍ଗଳବାରଠାରୁ US, UK, କାନାଡା ଓ ଅଷ୍ଟ୍ରେଲିଆଠାରୁ ଏହି ନୂଆ ନୀତି ଲାଗୁ ହୋଇଛି ।
  • ଏହାର ଅର୍ଥ 18ବର୍ଷରୁ କମ ଥିବା ୟୁଜରଙ୍କୁ ଇନଷ୍ଟାଗ୍ରାମ ଟିନ୍‌ ଆକାଉଣ୍ଟ ମେଟା ପକ୍ଷରୁ ଦିଆଯିବ ।
  • ଯଦି ପୂର୍ବରୁ କୌଣସି ଆକାଉଣ୍ଟ ଅଛି ତେବେ ତାହା 60ଦିନ ମଧ୍ୟରେ ଟିନ୍‌ ଆକାଉଣ୍ଟରେ ପରିବର୍ତ୍ତନ ହେବ ।
  • ମେଟା କହିଛି ଯେ ଏହି ଆକାଉଣ୍ଟ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ସାରା ବିଶ୍ବରେ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.