ETV Bharat / technology

ଅନ୍ତରୀକ୍ଷ ସ୍ପେସ୍ ଷ୍ଟେସନରେ ପହଞ୍ଚିଲେ ସୁନୀତା; ଘଣ୍ଟି ବଜାଇ କରାଗଲା ସ୍ବାଗତ, ଖୁସିରେ ନାଚିଲେ - Sunita Williams - SUNITA WILLIAMS

Sunita Williams: ସଫଳ ହେଲା ସୁନୀତା ଓ୍ବିଲିୟମ୍ସଙ୍କ ସ୍ବପ୍ନ । ତୃତୀୟ ମହାକାଶ ଯାତ୍ରା କରି ଇତିହାସ ରଚିଲେ । ଅଧିକ ପଢନ୍ତୁ

Sunita Williams
Sunita Williams (ANI)
author img

By ETV Bharat Odisha Team

Published : Jun 7, 2024, 12:24 PM IST

ହାଇଦ୍ରାବାଦ: ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ 5 ତାରିଖ ରାତି ପ୍ରାୟ 8ଟା 22ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବେରୀ ବୁଚ ଗୁରୁବାର ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି । ତେବେ ସଫଳତା ପରେ ସେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ଉଡାଣ କ୍ଷମତା(ମାନୁଆଲ ପାଇଲଟିଂ) ର ପରୀକ୍ଷଣ ମଧ୍ୟ କରିଥିଲେ । ଏଭଳି ସଫଳ କରିବାରେ ପ୍ରଥମ ମହିଳା ହେଉଛନ୍ତି ସୁନୀତା ଓ୍ବିଲିୟମ୍ସ ।

କେମିତି ରହିଥିଲା ଯାତ୍ରା: ଯଦି ଦେଖିବା ମହାକାଶଯାନ ସାଧାରଣତଃ ଅଟୋମୋଟିକ ହୋଇଥାଏ । କିନ୍ତୁ ପ୍ରାୟତଃ ଦୁଇ ଘଣ୍ଟାରେ ଅଟୋ ଉଡାଣ ପରେ କର୍ମଚାରୀମାନେ ଏହାକୁ ନିଜେ ନିୟନ୍ତ୍ରିତ କରିଥିଲେ । ସେମାନେ ଷ୍ଟାରଲାଇନରଙ୍କୁ ପୃଥିବୀ ଆଡକୁ କରିଥିଲେ, ଯାହା ସେବା ମଡ୍ୟୁଲ୍ ପଛରେ ଥିବା ଯୋଗାଯୋଗ ଆଣ୍ଟେନା ଟ୍ରାକିଂ ଏବଂ ଡାଟା ରିଲେ ସାଟେଲାଇଟକୁ ସୂଚିତ କରିପାରିବ । ଏହା ପରେ ସେମାନେ ମହାକାଶଯାନକୁ ଏପରି ଭାବରେ ଘୂର୍ଣ୍ଣନ କଲେ ଯେ ଏହା ସୂର୍ଯ୍ୟଙ୍କ ଆଡକୁ ମୁହାଁଇଲା ଯାହା ଦ୍ବାରା ସେମାନେ ଆବଶ୍ୟକ ହେଲେ ଆଭ୍ୟନ୍ତରୀଣ ବ୍ୟାଟେରୀ ଚାର୍ଜ କରିପାରିବେ । ଏହି କାର୍ଯ୍ୟ କରିବା ପଛରେ କେବଳ ଗୋଟିଏ କାରଣ ରହିଥିଲା ଯେ, ତିନୋଟି ଫ୍ଲାଇଟ୍ କମ୍ପ୍ୟୁଟର ଯଦି ଏକ ସମୟରେ ବନ୍ଦ ହୋଇଯାଏ ତେବେ ମହାକାଶରେ କାର୍ଯ୍ୟ କରିପାରିବ ।

ଏହା ମଧ୍ୟ ପଢନ୍ତୁ: ଉଡାଣ ଭରିବା ପୂର୍ବରୁ କଣ କହିଲେ ସୁନୀତା ଓ୍ବିଲିୟମ୍ସ, ହେଉଛି ଭାଇରାଲ - Sunita Williams

26 ଘଣ୍ଟାର ଯାତ୍ରା: ପୂର୍ବରୁ ଚାଲିଆସୁଥିବା ପ୍ରଥା ଅନୁସାରେ, ସୁନୀତା ଏବଂ ବୁଚଙ୍କୁ ସ୍ବାଗତ କରାଯାଇଥିଲା । ଘଣ୍ଟି ବଜାୟୀ ଉଭୟଙ୍କୁ ସ୍ବାଗତ କରାଯାଥିଲା । ଗୋଟିଏ ଗୋଟିଏ କାମକୁ ଆଗକୁ ବଢାଇବା ପାଇଁ ଏହା ଏକ ତରିକା ଅଟେ ବୋଲି କହିଥିଲେ ସୁନୀତା । ୱିଲିୟମ୍ସ ଏବଂ ୱିଲମୋର ହେଉଛନ୍ତି ପ୍ରଥମ ଚାଳକ ଯିଏ କି ଷ୍ଚାରଲାଇନ ଉଡାଇବାରେ ସଫଳ ହୋଇଛନ୍ତି । ଫ୍ଲୋରିଡାର କେପ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉତକ୍ଷେପଣ କରିବାର ପ୍ରାୟ 26 ଘଣ୍ଟା ପରେ ସେମାନେ ସଫଳତାର ସହ ଆଇଏସଏସରେ ଅବତରଣ କରିଥିଲେ । ଏକ ଛୋଟ ହିଲିୟମ୍ ଲିକ୍ ଭଳି ବୈଷୟିକ ତ୍ରୁଟି ଯୋଗୁଁ ଅବତରଣ ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.