ETV Bharat / technology

'ସେମିକଣ୍ଡକ୍ଟର ପ୍ରୋଜେକ୍ଟକୁ ସ୍ବାଗତ, ଆତ୍ମବିଶ୍ବାସ ଦ୍ବାରା ଦେଶର ଭାଗ୍ୟ ବଦଳାଇ ପାରନ୍ତି ଯୁବକ' - Semiconductor Facility

India's Techade: ଦେଶବାସୀଙ୍କୁ 1.25 ଲକ୍ଷ କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜୁରାଟରେ ଆୟୋଜିତ ଇଣ୍ଡିଆ ଟେକ୍ ଇଭେଣ୍ଟରେ ଯୋଗଦେଇ ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ବଡ ଶକ୍ତି ଭାବରେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ,

India's Techade
India's Techade
author img

By ETV Bharat Odisha Team

Published : Mar 13, 2024, 1:53 PM IST

ନୂଆଦିଲ୍ଲୀ: ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଇକୋ-ସିଷ୍ଟମକୁ ମଜବୁତ କରିବା ଲାଗି ୟୁନିଟ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଣ୍ଡିଆ ଟେକ୍‌ରେ 1.25 ଲକ୍ଷ କୋଟି ଟଙ୍କା ମୂଲ୍ୟର ତିନୋଟି ପ୍ରକଳ୍ପ ଉପହାର ଦେଇଛନ୍ତି । ସେମିକଣ୍ଡକ୍ଟର ଉଦ୍ୟୋଗ ଉପରେ ଫୋକଶ କାରଣରୁ ହାଜର ହଜାର ଯୁବକ ରୋଜଗାର ପାଇବେ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଞ୍ଚାର ଭଳି କ୍ଷେତ୍ରରେ ମଧ୍ୟ ରୋଜଗାର ସୃଷ୍ଟି ହେବ । ଏକ ବିକଶିତ ଭାରତ ଆହ୍ୱାନ ସହିତ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗୁଜୁରାଟ ବ୍ୟତୀତ ଉତ୍ତର-ପୂର୍ବ ଭାରତୀୟ ଆସାମର ପ୍ରତିନିଧୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ । ଭାରତ ସେମିକଣ୍ଡକ୍ଟର ମିଶନ ଅଧିନରେ ଗୁଜୁରାଟରେ ଧୋଲେରା, ସାନନ୍ଦ ଏବଂ ଆସାମର ମୋରିଗାଓଁରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବମାନଙ୍କୁ ସମ୍ବୋଧିତ କରି କହିଛନ୍ତି, "ଟେକ୍ନୋଲୋଜିକୁ ଉନ୍ନତ କରିବା ଦିଗରେ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଦେଶର ଯୁବକମାନେ ଟେକ୍ନୋଲୋଜିରେ ଅତ୍ୟନ୍ତ ଦକ୍ଷ । ତେଣୁ ସେମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ନିର୍ମାତାକାରୀ । ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଉଜ୍ବଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସରକାର ଉତ୍ତମ ପଦକ୍ଷେପ ନେଉଛନ୍ତି । "

ସମୟ ବଦଳିବା ସହିତ ଚିପ୍ ଉତ୍ପାଦନର ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା କେବଳ ଏକ ଶିଳ୍ପ ନୁହେଁ । ଏହା ବିକାଶର ଦ୍ବାର ଖୋଲିଥାଏ । ଏଠାରେ ଅସୀମ ସମ୍ଭାବନା ରହିଛି । ଏହି କ୍ଷେତ୍ର କେବଳ ଭାରତରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରିବ । ଗୋଟିଏ ପଟେ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରୟାସ କରାଯାଇଥିବା ବେଳେ ଅନ୍ୟପଟେ ଭାରତରେ ଆଧୁନିକ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଉଛି । ଦେଶ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି । କେବଳ 2024 ମସିହାରେ 12 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଯୋଜନା ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି । "

ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ଇଲେକ୍ଚ୍ରୋନିକ ଚିପ ବିନା ଟେକ୍ନୋଲୋଜିର ପରିକଳ୍ପନା କରାଯାଇ ପାରିବ ନାହିଁ । ଭାରତରେ ଚିପ୍‌ର ବିକାଶ ଏବଂ ଉତ୍ପାଦନ ବିଷୟରେ ମେଡ୍ ଇନ୍ ଇଣ୍ଡିଆ ଚିପ୍ ଏବଂ ଭାରତରେ ଡିଜାଇନ୍ ହୋଇଥିବା ଚିପକୁ ପ୍ରୋତ୍ସାହିତ କରିବାକୁ ଆହ୍ବନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଭାରତ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକତା ଆଡକୁ ଗତି କରିବ ।

ପ୍ରକାଶଥାଉକି, 1814 ଅନୁଷ୍ଠାନର ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭାରତରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ପାଇଁ ସଂଶୋଧିତ ଯୋଜନା ଅଧିନରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ (TEPL) ଦ୍ୱାରା ଡୋଲେରା ସ୍ପେଶାଲ ନିବେଶ କ୍ଷେତ୍ର (DSIR) ରେ ସେମିକଣ୍ଡକ୍ଟର ନିର୍ମାଣ ସୁବିଧା ସ୍ଥାପନ କରାଯିବ । ଏହି ପ୍ରକଳ୍ପରେ 91,000 କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରାଯିବ । ଏହାସହ ଦେଶର ପ୍ରଥମ ବାଣିଜ୍ୟିକ ସେମିକଣ୍ଡକ୍ଟର ଫାବ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.