ହାଇଦ୍ରାବାଦ: ଦେଶରେ କାରଗୁଡ଼ିକର ସୁରକ୍ଷା ମୂଲ୍ୟାୟନ କରୁଥିବା ସଂସ୍ଥା ଭାରତ ନ୍ୟୁ କାର ଆସେସମେଣ୍ଟ ପ୍ରୋଗ୍ରାମ (BNCAP), ନିକଟରେ ଭାରତୀୟ ବଜାରରେ ବିକ୍ରି ହେଉଥିବା ଆଉ ଏକ କାର୍ର ପରୀକ୍ଷଣ କରିଛି । ଏହାର ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ହୁଣ୍ଡାଇର Tucson କାରକୁ 5-ଷ୍ଟାର ରେଟିଂ ଦିଆଯାଇଛି । ନିକଟରେ ସଂସ୍ଥା Mahindra XUV400, Thar Roxx ଓ XUV 3XOର କ୍ରାସ ଟେଷ୍ଟ କରିଥିଲା ।
Hyundai Tucsonକୁ 5-ଷ୍ଟାର ରେଟିଂ:-
ଭାରତ ଏନସିଏପି ହୁଣ୍ଡାଇର ଟୁସନ୍ ଏସୟୁଭି କାରର ସୁରକ୍ଷା ଯାଞ୍ଚ କରି ଏହାର ଫଳାଫଳକୁ ସାର୍ବଜନୀନ କରିଛି । ଭାରତ ଏନସିଏପି ଅନୁଯାୟୀ ହୁଣ୍ଡାଇ ଟୁସନ ଏସୟୁଭି ବୟସ୍କ ଯାତ୍ରୀଙ୍କ ସୁରକ୍ଷା ବାବଦକୁ 32 ପଏଣ୍ଟ ମଧ୍ୟରୁ 30.84 ସ୍କୋର କରିଥିବାବେଳେ କାରଟି ଶିଶୁଙ୍କ ସୁରକ୍ଷା ପାଇଁ 49 ପଏଣ୍ଟ ମଧ୍ୟରୁ 41 ସ୍କୋର କରିଛି । ଫଳସ୍ବରୂପ ଏହା ପ୍ରତ୍ୟେକ ପାଇଁ 5 ତାରକା ମୂଲ୍ୟାୟନ ପାଇବାରେ ସଫଳ ହୋଇଛି । ବିଶେଷ କଥା ହେଉଛି ଟୁସନ୍ର କେବଳ ପେଟ୍ରୋଲ ରେଞ୍ଜ ପାଇଁ 5-ଷ୍ଟାର ମୂଲ୍ୟାୟନ ମିଳିଛି । ଏଥିରେ 2.0 ଲିଟର ଇଞ୍ଜିନ ଅଟୋମେଟିକ ଗିଅରବକ୍ସ ସହିତ ଆସିଥାଏ । ଏହା Hyundai Tucsonର ପ୍ଲାଟିନମ ଓ ସିଗ୍ନେଚର ଭାରିଏଣ୍ଟ ପାଇଁ ଉପଲବ୍ଧ ।
ଏହା ବି ପଢନ୍ତୁ |
Hyundai Tucsonର ସେଫ୍ଟି ଫିଚର:-
ହୁଣ୍ଡାଇ ଟୁସନ୍ରେ ମିଳୁଥିବା ସୁରକ୍ଷା ସମ୍ବନ୍ଧୀୟ ଫିଚର ସମ୍ପର୍କରେ ଆଲୋଚନା କଲେ, ଏଥିରେ 6ଟି ଏୟାର ବ୍ୟାଗ୍, EBD ସହିତ ABS, ESC, ESP, BSM, DBS, TPMS, ରିଭର୍ସ ପାର୍କିଂ ସେନ୍ସର, ସ୍ପିଡ ଆଲର୍ଟ ସିଷ୍ଟମ, ସିଟବେଲ୍ଟ ରିମାଇଣ୍ଡର ସିଷ୍ଟମ, ସିଟବେଲ୍ଟ ପ୍ରିଟେନ୍ସର ଓ ଲୋଡ ଲିମିଟର ଫିଚର ରହିଛି । ଏହାବାଦ ରିଭର୍ସ ପାର୍କିଂ କ୍ୟାମେରା ମଧ୍ୟ ମିଳିବ । ଏହି ସମସ୍ତ ଫିଚର କାରର ସମସ୍ତ ଭାରିଏଣ୍ଟରେ ଉପଲବ୍ଧ ।
ସୂଚନା ଥାଉ କି ନିକଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର 3ଟି ଏସୟୁଭି କାରକୁ 5-ଷ୍ଟାର ରେଟିଂ ମିଳିଥିଲା । ଏହି 3 ଏସୟୁଭି ମଧ୍ୟରେ ମହିନ୍ଦ୍ରା Thar Roxx, XUV400 EV ଓ ମହିନ୍ଦ୍ରା 3XO ସାମିଲ ।