ହାଇଦ୍ରାବାଦ: ରୋଷେଇ କରିବା ପରେ ମହିଳାମାନଙ୍କ ପାଇଁ ଘର ସଫା କରିବା ଏକ କଷ୍ଟକର କାର୍ଯ୍ୟ ହୋଇପଡ଼େ । କାରଣ ଘର ସଫା କରିବା ସମୟରେ ବାରମ୍ବାର ଓଦା କପଡ଼ାକୁ ଧୋଇବା ଏକ କଷ୍ଟକର କାର୍ଯ୍ୟ । ସୋଫା ତଳ ଓ ଖଟ ତଳ ସଫା କରିବା ଲାଗି ବାରମ୍ବାର ତଳକୁ ନଇଁବାକୁ ପଡ଼ିଥାଏ । ସାମ୍ପ୍ରତିକ ବ୍ୟସ୍ତବହୁଳ ଜୀବନରେ ଗୋଟିଏ ପଟେ ଚାକିରି କରିବା, ପିଲାମାନଙ୍କର ଯତ୍ନ ନେବା ଏବଂ ଅନ୍ୟ ପଟେ ଘର କାମ କରିବା ଅର୍ଥ, ଏହି କାର୍ଯ୍ୟଭାର ଅଧିକ ହୋଇପଡେ । ସମୟ ଥିଲେ ମଧ୍ୟ କାର୍ଯ୍ୟ କରିବାକୁ ଇଚ୍ଛା ହୁଏ ନାହିଁ । ଏଥିରୁ ମୁକ୍ତି ଦେବାକୁ ବଜାରକୁ ଆସିଛି ଏକ ଚମତ୍କାର ପ୍ରଡକ୍ଟ, ତାହା ହେଉଛି 'ରୋବୋ ଭାକ୍ୟୁମ୍ କ୍ଲିନର୍' ।
ଆପଣ ଏହାକୁ କେବଳ ରିମୋଟ୍ ସହିତ ଚଲାଇବେ, ଆଉ ସେ ତାର କାମ କରିବ । ଏହା ପ୍ରକୃତରେ କିପରି କାମ କରେ ? ଏହି ଉତ୍ପାଦକୁ ବ୍ୟବହାର କରି ଆପଣ କେଉଁ କେଉଁ କାମ ସମ୍ପାଦନ କରିପାରିବେ, ଆସନ୍ତୁ ଜାଣିବା ।
ରୋବୋଟ୍ ଭାକ୍ୟୁମ୍ କ୍ଲିନର କିପରି ଅଲଗା ?
ଯେପରି ବାସନ ସଫା କରିବା ଲାଗି ଡିସ୍ ୱାସର, କପଡ଼ା ସଫା କରିବା ଲାଗି ୱାସିଂ ମେସିନ ଅଛି ଠିକ ସେହିପରି ଘର ସଫା କରିବା ଲାଗି ଭାକ୍ୟୁମ କ୍ଲିନର ଅଛି । ତେବେ ସାଧାରଣ ଓ ରୋବୋଟ୍ ଭାକ୍ୟୁମ କ୍ଲିନର ମଧ୍ୟରେ କଣ ପାର୍ଥକ୍ୟ ଏହି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ବାଭାବିକ । ତେବେ ସାଧାରଣ ଭାକ୍ୟୁମ କ୍ଲିନରକୁ ଆପଣଙ୍କୁ ଧରି କାମ କରିବାକୁ ପଡ଼ିବ । ଯାହାକି କେବଳ ଘରୁ ଧୂଳି ଓ ଅଳିଆ ଆବର୍ଜନା ସଫା କରିଥାଏ । କିନ୍ତୁ ରୋବୋଟ୍ ଭାକ୍ୟୁମ କ୍ଲିନର ଅଟୋମେଟିକ୍ କାମ କରିଥାଏ । ଏହା ଘରୁ ଧୂଳି ଓ ଆବର୍ଜନା ସଫା କରିବା ସହ କିଛି ପ୍ରଡକ୍ଟ ଘରକୁ ପୋଛା ମଧ୍ୟ ମାରିଥାଏ ।
କଣ ମିଳିବ ଫାଇଦା ?
- ସ୍ବୟଂଚାଳିତ ସଫେଇ: ସାଧାରଣତଃ ଆମକୁ ଭାକ୍ୟୁମ କ୍ଲିନରକୁ ଧରି ସଫା କରିବାକୁ ପଡ଼ିଥାଏ । କିନ୍ତୁ ଏବେ ଆପଣ କେବଳ ସୁଇଚ୍ ଅନ୍ କରିବେ ଓ ଏହା ସ୍ବୟଂଚାଳିତ ଭାବେ ଆପଣଙ୍କ ଘରକୁ ସଫା କରିବ ।
- ସବୁ ପ୍ରକାର ଚଟାଣ ପାଇଁ ପ୍ରଯୁଜ୍ୟ: ଏହି ରୋବୋଟ୍ ଭାକ୍ୟୁମ୍ କ୍ଲିନରଟି ସବୁ ପ୍ରକାରର ଚଟାଣରେ କାମ କରିପାରିବ । ଯେପରିକି କାରପେଟ୍, ଟାଇଲ୍, ଲାମିନେଟ୍ ଫ୍ଲୋର ।
- ଆବର୍ଜନା ସଂଗ୍ରହ: ଛୋଟ ଛୋଟ ଖଣ୍ଡ, କେଶ, ବିସ୍କୁଟ ଗୁଣ୍ଡ ଆଦି ଅତି ସହଜରେ ଏଥିରେ ସଂଗ୍ରହ ହୋଇପାରିବ । ପରେ ଏହାକୁ ଆପଣ କାଢି ଡଷ୍ଟବିନରେ ଫିଙ୍ଗିବେ ।
- ସେଡ୍ୟୁଲିଂ: ଆପଣଙ୍କ ଇଚ୍ଛା ଅନୁସାରେ ବା ଆପଣ ଯେତେବେଳେ ଘର ସଫା କରିବାକୁ ଚାହୁଁଛନ୍ତି, ସେହି ସମୟ ଏଥିରେ ଲଗାଇପାରିବେ । ଫଳରେ ଭାକ୍ୟୁମ କ୍ଲିନର ସେହି ସମୟରେ ଅଟୋମେଟିକ୍ ଘର ସଫା କରିବ ।
- ଅତ୍ୟାଧୁନିକ ସୁବିଧା: କେତେକ ରୋବଟ୍ ଭାକ୍ୟୁମ୍ କ୍ଲିନରରେ ମ୍ୟାପିଂ, ଭଏସ୍ କମାଣ୍ଡ, ଆପ୍ଲିକେସନ୍ କଣ୍ଟ୍ରୋଲ୍ ଭଳି ଉନ୍ନତ ଫିଚର ରହିଛି ।
![Robot Vacuum Cleaner](https://etvbharatimages.akamaized.net/etvbharat/prod-images/13-09-2024/22443950_1.jpg)
କେମିତି ପରିଚାଳନା କରିବେ ?
- ପ୍ରଥମେ ଏହାକୁ ଚାର୍ଜ କରନ୍ତୁ । ତା’ପରେ ବଟନ୍ ଦବାନ୍ତୁ ଏବଂ ଏହା ଟର୍ଣ୍ଣ ଅନ୍ ହେବ । ରିମୋଟ୍ ଦ୍ବାରା ଏହା ଅପରେଟ୍ ହୋଇପାରିବ ।
- କିଛି କ୍ଲିନରକୁ ଆପଣ ମୋବାଇଲ୍ ଆପ୍ ମାଧ୍ୟମରେ ଅର୍ଡର ଦେଇପାରିବେ । ଏହା ଭଏସ୍ କମାଣ୍ଡ ମାଧ୍ୟମରେ ପରିଚାଳିତ ହୋଇପାରିବ ।
- କେବଳ ଫୋନ୍ ମାଧ୍ୟମରେ ଆପ୍ ମାଧ୍ୟମରେ ସମୟ ସେଟ୍ କରନ୍ତୁ । ଏହା ପ୍ରତିଦିନ ସେହି ସମୟ ଅନୁଯାୟୀ ନିଜେ କାମ କରିବେ ।
- ଆପଣ ଘରେ ନଥିଲେ ମଧ୍ୟ ଏହାକୁ ପରିଚାଳନା କରିପାରିବେ ।
- ବ୍ୟବହାର କରିବା ସମୟରେ ଏହାକୁ କ୍ଲିନିଂ ମୋଡ୍ ଚୟନ କରନ୍ତୁ ।
- ଅଟୋ ମୋଡ: କ୍ଲିନର ନିଜେ ଘରକୁ ସ୍କାନ୍ କରେ ଏବଂ ସଫା କରିପାରିବ ।
- Spot Cleaning: ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ସଫା କରିବାକୁ ଏହି ମୋଡ୍ ଟର୍ଣ୍ଣ ଅନ୍ କରାୟାଏ ।
- Edge Cleaning: କାନ୍ଥରେ କଣ ସଫା କରିବା ।
- Schedule Cleaning: କ୍ଲିନର୍ ପୂର୍ବ ନିର୍ଦ୍ଧାରିତ ସମୟରେ ନିଜକୁ ଟର୍ଣ୍ଣ ଅନ୍ କରେ । ଏହାପରେ କାମ କରିଥାଏ ।
- ଥରେ ସଫା କରିବା କାମ ଶେଷ ହେଲେ ଏହା ସ୍ବୟଂଚାଳିତ ଭାବରେ ଚାର୍ଜିଂ ଡକ୍କୁ ଚାଲିଯାଏ । ଏହା ପରେ କ୍ଲିନରକୁ ବନ୍ଦ କରିବା ଉଚିତ ।
କେଉଁଠୁ କିଣିବେ ? : ଏବେ ଏହି ଭାକ୍ୟୁମ କ୍ଲିନରଟି ଅଗ୍ରଣୀ ଇ-କମର୍ସ ସାଇଟ୍ରେ ଉପଲବ୍ଧ । ଏହାର ଦାମ ଫିଚର ଉପରେ ନିର୍ଭର କରିଥାଏ । କିଛି କିଛି ଲୋକପ୍ରିୟ କମ୍ପାନୀ ଏହା ଉପରେ ରିହାତି ପ୍ରଦାନ କରିଥାନ୍ତି । ଆପଣ ନିଜର ଆବଶ୍ୟକତା ଅନୁସାରେ ଫିଚର ଦେଖି ଏହି ପ୍ରଡକ୍ଟକୁ କିଣିପାରିବେ ।