ETV Bharat / technology

Elon Musk's Mars Dream: ଆଉ ଦୂର ନୁହଁ ମଙ୍ଗଳ ଗ୍ରହ; 2028ରେ ମଣିଷକୁ ପଠାଇବାକୁ ଯୋଜନା କରୁଛନ୍ତି ଏଲନ - Crewed SpaceX Mission to Mars

author img

By ANI

Published : Sep 8, 2024, 11:04 AM IST

CREWED SPACEX MISSION TO MARS: ମହାକାଶକୁ ପରିବହନ ସେବା ଯୋଗାଉଥିବା ଏଲନ ମସ୍କଙ୍କ SpaceX କମ୍ପାନୀ ଏକ ବଡ଼ ପ୍ରୋଜେକ୍ଟ ଆରମ୍ଭ କରିଛି । ଆସନ୍ତା 4ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ଲାଗି କମ୍ପାନୀ ଯୋଜନା କରୁଛି । ଏ ନେଇ କମ୍ପାନୀ ମୁଖ୍ୟ ଏଲନ ମସ୍କ X ସାଇଟ୍‌ରେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Elon Musk's Mars Dream
Elon Musk's Mars Dream (ETV Bharat Tech Team)

ହାଇଦ୍ରାବାଦ: ଆସନ୍ତା 2 ବର୍ଷ ମଧ୍ୟରେ ସ୍ପେଶ ଏକ୍ସ (SpaceX) ପ୍ରଥମ ମାନବବିହୀନ ଷ୍ଟାରସିପ୍‌ ମଙ୍ଗଳ ଗ୍ରହକୁ ପଠାଇବା ଲାଗି ଯୋଜନା କରିଛି । ଏ ନେଇ ଶନିବାର X ସାଇଟ୍‌ରେ ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ଏହି ପ୍ରାରମ୍ଭିକ ମିଶନଗୁଡିକର ମୂଳ ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହରେ ଅବତରଣ କରିବାର ବିଶ୍ବସନୀୟତା ପରୀକ୍ଷା କରିବା । ଯଦି ଅବତରଣ ସଫଳ ହୁଏ ତେବେ ପ୍ରଥମ କ୍ରୁ ମହାକାଶ ଯାନକୁ 4ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ପଠାଯିବ ।

ମଙ୍ଗଳ ଗ୍ରହରେ ଆତ୍ମନିର୍ଭର ସହର ସ୍ଥାପନ ଲକ୍ଷ୍ୟ:-

ରକେଟ ନିର୍ମାତା କମ୍ପାନୀ ସ୍ପେଶ ଏକ୍ସର ମୁଖ୍ୟ ଏଲନ ମସ୍କ ମଙ୍ଗଳ ଗ୍ରହରେ ଆତ୍ମନିର୍ଭର ସହର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଗାମୀ 20ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ସମ୍ପୂର୍ଣ୍ଣ ଭାବେ ଏକ ସହର ବସିବ । ଏଥିଲାଗି କମ୍ପାନୀ ଲଗାତାର ଗବେଷଣା ଜାରି ରଖିଛି । ମସ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଜୀବନକୁ ବ୍ୟବହାରିକ କରିବା ପାଇଁ ପ୍ରତି ଟନ୍ ପେଲୋଡ୍ ମୂଲ୍ୟକୁ ଏକ ବିଲିୟନ ଡଲାରରୁ 1ଲକ୍ଷ ଡଲାରକୁ ହ୍ରାସ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କିନ୍ତୁ ଏହା ନୁହେଁ ଯେ ଏହା କେବେ ବି ହାସଲ ହୋଇପାରିବ ନାହିଁ ।

ମଙ୍ଗଳ ମିଶନ ପାଇଁ 20ବର୍ଷ:-

ଏଲନ ମସ୍କଙ୍କ ମଙ୍ଗଳ ମିଶନ ସ୍ବପ୍ନ ପୂରଣ ହେବା ଲାଗି ପ୍ରଥମ ଥର ଲାଗି ସମୟ ସୀମାର ଖୁଲାସା ହୋଇଛି । ସେ କହିଛନ୍ତି ଯେ ଆଗାମୀ 20ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ସାଧାରଣ ସହରରେ ପରିବର୍ତ୍ତନ କରାଯିବ । ଏଥିଲାଗି ପ୍ରଯୁକ୍ତିବିଦ୍ୟାକୁ 10ହଜାର ଗୁଣ ଅଧିକ ଉନ୍ନତ କରିବାକୁ ପଡ଼ିବ । ଏହା ବହୁ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ଏଲନ କହିଛନ୍ତି । ଏହାସହିତ ସେ ନିଜର ଏକ୍ସ ପ୍ଲାଟଫର୍ମକୁ ଅଧିକ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ବାରା ୟୁଜରଙ୍କୁ ଆହୁରି ଉନ୍ନତମାନର ସେବା ମିଳିପାରିବ ।

2ବର୍ଷରେ ଲଞ୍ଚ ହେବ ପ୍ରଥମ ଷ୍ଟାରସିପ୍:-

ଆଗାମୀ ପୃଥିବୀ-ମଙ୍ଗଳ ସ୍ଥାନାନ୍ତର ୱିଣ୍ଡୋ ଖୋଲିବା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ପ୍ରଥମ ଷ୍ଟାରସିପ୍ ଲଞ୍ଚ କରାଯିବ ବୋଲି ଏଲନ ମସ୍କ ଦାବି କରିଛନ୍ତି । ପ୍ରଥମେ ଯାନଟି ମଙ୍ଗଳ ଗ୍ରହରେ ସଫଳ ଅବତରଣ କରିପାରୁଛି କି ନାହିଁ ତାହା ପରୀକ୍ଷା କରାଯିବ । ଯଦି ଏହି ଅବତରଣ ସଫଳ ହୁଏ, ତେବେ ମଙ୍ଗଳ ଗ୍ରହକୁ ପ୍ରଥମ କ୍ରୁ ବିମାନ 4ବର୍ଷ ମଧ୍ୟରେ ପଠାଯିବ ।

କାହିଁକି ମଙ୍ଗଳ ଗ୍ରହକୁ ବାଛିଲେ ଏଲନ ?

ମଙ୍ଗଳ ଗ୍ରହ ପୃଥିବୀଠାରୁ ପାଖାପାଖି 140 ମିଲିୟନ ଦୂରରେ ରହିଛି । ଏହା ଅନ୍ୟ ଗ୍ରହ ତୁଳନାରେ ପୃଥିବୀର ନିକଟବର୍ତ୍ତୀ ଗ୍ରହ । କିନ୍ତୁ ପୃଥିବୀ ତୁଳନାରେ ଏହି ଗ୍ରହଟି ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କଠାରୁ 50 ପ୍ରତିଶତ ଦୂରରେ ରହିଛି । ତଥାପି ଏହି ଗ୍ରହକୁ ସୂର୍ଯ୍ୟ କିରଣ ପହଞ୍ଚିଥାଏ । ଏହି ଗ୍ରହଟି ପୃଥିବୀଠାରୁ ଥଣ୍ଡା, କିନ୍ତୁ ଏହା ଲାଗି ବ୍ୟବସ୍ଥା କରାଯାଇପାରିବ ।

ପଢନ୍ତୁ ଅନ୍ୟ କିଛି ଖବର

'X' TV App: ଏଲନ ମସ୍କ ଆଣୁଛନ୍ତି ନୂଆ ଟିଭି ଆପ୍‌, ଟେନସନରେ Netflix ଓ YouTube

13ବର୍ଷର ସାଧନା, ନାସାର ମଙ୍ଗଳ ମିଶନରେ ପ୍ରଥମ ଭାରତୀୟ ମହିଳା

First Alien Contact: ପ୍ରଥମ ଥର ମଙ୍ଗଳରୁ ପୃଥିବୀକୁ ଆସିଲା ସଙ୍କେତ

Research On Mars: ମଙ୍ଗଳ ଗ୍ରହରେ ତରଳ ଜଳର ସନ୍ଧାନ ପାଇଲେ ବୈଜ୍ଞାନିକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.