ETV Bharat / technology

ଅତ୍ୟଧିକ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର - Does Mobile Phones Cause Cancer

author img

By ETV Bharat Tech Team

Published : Sep 6, 2024, 3:16 PM IST

Does mobile phones cause cancer: ଆପଣ ଜାଣନ୍ତି କି ? ଆବଶ୍ୟକଠାରୁ ଅଧିକ ମୋବାଇଲ ଫୋନ ବ୍ୟବହାର କଲେ କ୍ୟାନ୍ସର ହେବାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ହୋଇପାରେ । ଫଳରେ ଆପଣ ସନ୍ତାନ ସୁଖରୁ ବଞ୍ଚିତ ହୋଇପାରନ୍ତି । ଅଧିକ ପଢନ୍ତୁ

Does mobile phones cause cancer
Does mobile phones cause cancer (ETV Bharat Tech Team)

ହାଇଦ୍ରାବାଦ: ଆମେ ସମସ୍ତେ ଡିଜିଟାଲ ଯୁଗରେ ପାଦ ଥାପିଛୁ । ପ୍ରତିଟି କାର୍ଯ୍ୟ ମୋବାଇଲରେ ହୋଇପାରୁଛି । ଆଙ୍ଗୁଠି ଟିପରେ ଯେପରି ସବୁକିଛି ସମ୍ଭବ ହୋଇପାରୁଛି । ଏଣୁ ଲୋକେ ମନୋରଞ୍ଜନଠୁ ଆରମ୍ଭ କରି ପ୍ରତିଟି ଦୈନନ୍ଦିନ କାର୍ଯ୍ୟ ଲାଗି ମୋବାଇଲର ବ୍ୟବହାର କରୁଛନ୍ତି । ମନୋରଞ୍ଜନ ପାଇଁ ଘଣ୍ଟା ଘଣ୍ଟା ମୋବାଇଲରେ ରିଲ୍ସ, ଫିଲ୍ମ, ୱେବସିରିଜ ଆଦି ଦେଖୁଛନ୍ତି । ହେଲେ ଆବଶ୍ୟକତାଠାରୁ ଅଧିକ ମୋବାଇଲ ବ୍ୟବହାର କରିବାର କୁଫଳ ରହିଛି । ଏହା ଶରୀରରେ ମାରାତ୍ମକ କର୍କଟ ରୋଗକୁ ନିମନ୍ତ୍ରଣ ଦେଇପାରେ ।

ଅତ୍ୟଧିକ ମୋବାଇଲ ବ୍ୟବହାର କଲେ ମଣିଷ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ, ଯଦି ଆପଣ ଦିନକୁ ବହୁ ସମୟ ମୋବାଇଲରେ କାଟୁଛନ୍ତି । ଏହା ଶାରୀରିକ ଠାରୁ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ ।

ଆପଣ ମାରାତ୍ମକ କ୍ୟାନ୍ସରକୁ ନିମନ୍ତ୍ରଣ କରୁନାହାନ୍ତି ତ ?

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର କହିବାନୁସାରେ ମୋବାଇଲ୍ ଫୋନ୍ ଦ୍ବାରା ନିର୍ଗତ ରେଡିଓ ଫ୍ରିକ୍ବେନ୍ସି ଶରୀର ପାଇଁ କ୍ଷତିକାରକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଫୋନର ଦୀର୍ଘକାଳୀନ ବ୍ୟବହାର ଯୋଗୁଁ ମସ୍ତିଷ୍କ କର୍କଟ, ମୁଣ୍ଡ ଓ ବେକ କର୍କଟ ଏବଂ ଲ୍ୟୁକେମିଆର ଆଶଙ୍କା ବଢିପାରେ । ମୋବାଇଲ୍ ଫୋନରେ ଥିବା ରେଡିଓ ଫ୍ରିକ୍ବେନ୍ସି ଲୋକଙ୍କ ପାଇଁ କାର୍ସିନୋଜେନିକ୍ ବା କର୍କଟକୁ ନିମନ୍ତ୍ରଣ ଦେଇପାରେ ବୋଲି WHO କହିଛି ।

ସ୍ନାୟୁ ଜନିତ ରୋଗ:- ଖାଲି ସେତିକି ନୁହେଁ ମୋବାଇଲରୁ ବାହାରୁଥିବା ରେଡିଓ ଫ୍ରିକ୍ବେନ୍ସି ଯୋଗୁଁ ସ୍ନାୟୁ ଜନିତ ରୋଗ ମଧ୍ୟ ହୋଇପାରେ । ଯେପରିକି Alzheimer's (ସ୍ମୃତି ଶକ୍ତି ହ୍ରାସ ପାଇବା), Parkinson's (ମସ୍ତିଷ୍କ ଜନିତ ରୋଗ), ସ୍କ୍ଲେରୋସିସ ଆଦି ରୋଗ ହୋଇଥାଏ ।

ପ୍ରଜନନ ସମସ୍ୟା:- ମୋବାଇଲ ଫୋନ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାଦ୍ବାରା ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣରେ ସମସ୍ୟା ହେଉଥିବା ବେଳେ ଗର୍ଭପାତ ମଧ୍ୟ ହୋଇଥାଏ । ସେହିପରି ମୋବାଇଲରୁ ବାହାରୁଥିବା ମାରାତ୍ମକ ରଶ୍ମି ପୁରୁଷଙ୍କ କ୍ଷେତ୍ରରେ ଶୁକ୍ରାଣୁ ହ୍ରାସ କରିଥାଏ । ଏପରିକି ଗର୍ଭରେ ଶିଶୁର ବିକାଶରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

କଣ ଦେଖାଯାଏ ଶାରୀରିକ ସମସ୍ୟା:-

  • ମୋବାଇଲ ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ବେକ ଓ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ ।
  • ମୋବାଇଲରୁ ବାହାରୁଥିବା ବ୍ଲୁ ଲାଇଟ୍‌ ଯୋଗୁଁ ଆଖିରେ ଯନ୍ତ୍ରଣା ହେବା ସହ ଦୃଷ୍ଟିଶକ୍ତି ହ୍ରାସ ପାଏ ।
  • ମେଦ ବହୁଳତା ଓ କାର୍ଡିଓ ଭାସ୍କୁଲାର (ହୃତପିଣ୍ଡ ଜନିତ) ସମସ୍ୟା
  • ନିଦରେ ସମସ୍ୟା ଓ ଥକ୍କା ଲାଗିବା

କଣ ଦେଖାଯାଏ ମାନସିକ ସମସ୍ୟା:-

  • ସୋସିଆଲ ମିଡିଆ ଦ୍ବାରା ପ୍ରଭାବିତ ହୋଇ ଚାପଗ୍ରସ୍ତ ହେବା ଏବଂ ଚିନ୍ତା ବୃଦ୍ଧି
  • କ୍ରମାଗତ ବିଭ୍ରାଟ ବା ଛୋଟ କାର୍ଯ୍ୟରେ ବି ଧ୍ୟାନର ଅଭାବ
  • ଏକାକୀ ଲାଗିବା
  • ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଏବଂ ସମ୍ପର୍କକୁ ଅବହେଳା

ଏଥିରୁ କିପରି ବର୍ତ୍ତିବେ ?

'ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର କରିବା ହେଉଛି ଜନସ୍ବାସ୍ଥ୍ୟ ସଙ୍କଟ' ବୋଲି କହିଛନ୍ତି ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ଟେକ୍ନୋଲୋଜି ଆଡିକ୍ସନର ସହ ପ୍ରତିଷ୍ଠାତା ଡକ୍ଟର ଡେଭିଡ ଗ୍ରୀନଫିଲ୍ଡ । ଏଣୁ ଆମକୁ ମୋବାଇଲ ବ୍ୟବହାର ଉପରେ କିଛି ପ୍ରତିବନ୍ଧକ ବା ଏକ ସୀମା ସ୍ଥିର କରିବା ଆବଶ୍ୟକ ।

  • ମୋବାଇଲ ଫୋନ ବ୍ୟବହାର ନେଇ ଏକ ନିର୍ଦ୍ଦିଷ୍ଟ ସମୟ ବାଛନ୍ତୁ ।
  • ନିଜକୁ ଅଧିକ ଶାରୀରିକ କାର୍ଯ୍ୟକଳାପ ଓ ବାହାର କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ ।
  • ମାନସିକ ଶାନ୍ତି ଲାଗି ବ୍ୟାୟାମ ଓ ଧ୍ୟାନ ଭଳି ଯୋଗର ଅଭ୍ୟାସ କରନ୍ତୁ ।

ପଢନ୍ତୁ ଅନ୍ୟ କିଛି ଖବର

Safety Precautions: LPG ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିଲେ ସାବଧାନ ! ସତର୍କ ନହେଲେ ହେବେ ଅଘଟଣର ଶିକାର

Safety Gadgets: ମହିଳାଙ୍କୁ ସୁରକ୍ଷିତ ରଖିବ ଏହି ଗ୍ୟାଜେଟ୍‌; ବିପଦ ଆସିବା ପୂର୍ବରୁ ଜାଣିନିଅନ୍ତୁ

Gyan Netra: ମହାକାଶ ଯାତ୍ରା କଲେ ଶରୀର ଉପରେ କଣ ପ୍ରଭାବ ପଡେ ? ଜାଣନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.