ETV Bharat / technology

ଶୀଘ୍ର ଶିଖନ୍ତୁ AI; ଦେଶରେ 3ବର୍ଷରେ ଦରକାର ପଡ଼ିବେ 12ଲକ୍ଷ ଏଆଇ ପ୍ରଫେସନାଲ - Demand for AI Professionals

author img

By ETV Bharat Tech Team

Published : Aug 29, 2024, 12:02 PM IST

Updated : Aug 30, 2024, 9:18 AM IST

DEMAND FOR AI PROFESSIONALS: ଭାରତ ଦ୍ରୁତ ଗତିରେ ଏଆଇ କ୍ଷେତ୍ରରେ ଆଗକୁ ବଢୁଛି । ଏକ ତାଜା ରିପୋର୍ଟ ଅନୁସାରେ ଆଗାମୀ 2027 ସୁଦ୍ଧା ଦେଶରେ ଦରକାର ପଡ଼ିବେ 12ଲକ୍ଷରୁ ଅଧିକ ଏଆଇ ପ୍ରଫେସନାଲ । ଅଧିକ ପଢନ୍ତୁ

DEMAND FOR AI PROFESSIONALS
DEMAND FOR AI PROFESSIONALS (ETV Bharat Tech Team)

ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତାର ଡିମାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଭାରତ ମଧ୍ୟ ଏହି କ୍ଷେତ୍ରରେ ବୈଶ୍ବିକ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଦେଶରେ ଏହି ପ୍ରତିଭାର ଡିମାଣ୍ଡ 2027 ସୁଦ୍ଧା ବୃଦ୍ଧି ପାଇବାକୁ ଯାଉଛି । ଆଗାମୀ 3ବର୍ଷ ମଧ୍ୟରେ ଏହି ସଂଖ୍ୟା 6.5ଲକ୍ଷରୁ ବୃଦ୍ଧି ପାଇ 12.5 ଲକ୍ଷରେ ପହଞ୍ଚିବାକୁ ଯାଉଛି । ଏଆଇ ସାହାଯ୍ୟରେ ଖୁବ କମ ସମୟରେ ଜଟିଳ କାର୍ଯ୍ୟ ହୋଇପାରୁଥିବାରୁ ଆଜିକାଲି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏହାର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଲାଣି । ଆଗାମୀ 2027 ସୁଦ୍ଧା ଦେଶରେ ଏଆଇ କୌଶଳ ଶିଖିଥିବା କର୍ମଚାରୀଙ୍କ ଆବଶ୍ୟକ ପଡ଼ିବାକୁ ଯାଉଛି ।

ବଢୁଛି AIର ଉପଯୋଗିତା:-

ଗତ 1 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରର କାର୍ଯ୍ୟରତ 43 ପ୍ରତିଶତ ଭାରତୀୟ କାର୍ଯ୍ୟବଳ ନିଜ ସଂଗଠନରେ ଏଆଇର ଉପଯୋଗକୁ ବୃଦ୍ଧି କରାଇଛନ୍ତି । ପ୍ରାୟ 60 ପ୍ରତିଶତ କର୍ମଚାରୀ ଏହା ହୃଦୟଙ୍ଗମ କରିଛନ୍ତି ଯେ ଏଆଇ ଶିଖିବା ପରେ ସେମାନଙ୍କ କ୍ୟାରିଅରରେ ସମ୍ଭାବନ ବୃଦ୍ଧି ପାଇଛି । ଏଆଇ ଟେକ୍ନୋଲୋଜି ଦ୍ବାରା କମ ସମୟରେ ଅଧିକ କାର୍ଯ୍ୟ ହୋଇପାରୁଛି । ଏଥିଲାଗି ଏହାର ବ୍ୟବହାର ଏବେ ବୃଦ୍ଧି ପାଇବାରେ ଲାଗିଛି ।

ବୈଶ୍ବିକ AI ପାୱାରହାଉସ ହେବ ଭାରତ:-

ଡେଲଏଟ ସାଉଥ ଏସିଆର ସଭାପତି ସତୀଶ ଗୋପାଲିୟା କହିଛନ୍ତି ଯେ ଭାରତ 2030 ସୁଦ୍ଧା ବୈଶ୍ବିକ ଏଆଇ ପାୱାରହାଉସ ହେବାକୁ ଯାଉଛି । ଏହାବ୍ୟତୀତ, ପ୍ରତି 3ଜଣରେ 2ଜଣ ଭାରତୀୟ ଡିଜିଟାଲ କୌଶଳ ଶିଖିବାକୁ ଯୋଜନା କରୁଛନ୍ତି । ଯେଉଁଥିରେ ଏଆଇ ଓ ମସିନ ଲର୍ଣ୍ଣିଂ (ML) ସବୁଠୁ ଉପରେ ରହିଛି ।

Nasscomର ବରିଷ୍ଠ ଉପାଧ୍ୟକ୍ଷ ସଙ୍ଗୀତା ଗୁପ୍ତା କହିଛନ୍ତି, "ଏଆଇ ଏବେ ଗୋଟିଏ କ୍ଷେତ୍ରରେ ସୀମିତ ନାହିଁ । ଏହା ବିଭିନ୍ନ କ୍ଷେତ୍ରରେ ବ୍ୟାପିଥିବା ବେଳେ ବ୍ୟବସାୟରେ ମଧ୍ୟ ପରିବର୍ତ୍ତନ ଆଣୁଛି । ଶିଳ୍ପ, ଶିକ୍ଷା ଏବଂ ସରକାର ମଧ୍ୟରେ ସହଯୋଗିତା ବୃଦ୍ଧି କରି ଭାରତର ବୈଷୟିକ କ୍ଷେତ୍ର କେବଳ AI ଜ୍ଞାନକୌଶଳର ଚାହିଦା ପୂରଣ କରିପାରିବ ନାହିଁ, ବରଂ ବିଶ୍ବର AI ବିପ୍ଳବକୁ ମଧ୍ୟ ଆଗେଇ ନେଇପାରିବ ।"

ଏହା ବି ପଢନ୍ତୁ- AI ବିପ୍ଲବ: ଟେକ୍ ପାୱାରହାଉସ୍ ହେବାରେ ଆନ୍ଧ୍ର ପାଇଁ ପ୍ରଶସ୍ତ କରିପାରେ ମାର୍ଗ

ଏହା ବି ପଢନ୍ତୁ- ହ୍ବାଟ୍ସଆପ-ଫେସବୁକରେ ଆସିଲା AI ଫିଚର; ଜାଣୁନ୍ତୁ ଏହା କଣ, କିପରି କରିବେ ବ୍ୟବହାର ?

Last Updated : Aug 30, 2024, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.