ହାଇଦ୍ରାବାଦ: ବର୍ଷ 2024ରେ ଅନେକ ସ୍ମାର୍ଟଫୋନ ଲଞ୍ଚ ହୋଇଛି । ଯାହାକି ବଜେଟ ଭିତରେ ଭଲ ଫିଚର ସହିତ ଆସିଥିବା ବେଳେ ଏହାର କ୍ୟାମେରା କ୍ବାଲିଟି ଓ ପରଫର୍ମାନ୍ସ ଉନ୍ନତମାନର ରହିଛି । ବର୍ଷ ସରିଆସୁଥିବାରୁ ଶେଷ ମାସ ଡିସେମ୍ବରରେ ଅନେକ ସ୍ମାର୍ଟଫୋନ ଉପରେ ଭଲ ଅଫର ପ୍ରଦାନ କରୁଛନ୍ତି ଅନେକ କମ୍ପାନୀ । କାରଣ ବର୍ଷ 2025ରେ ମଧ୍ୟ ଅନେକ ଫୋନ ଲଞ୍ଚ ହେବ । ଯଦି ଆପଣ ନୂଆବର୍ଷ ପୂର୍ବରୁ 45ହଜାର ଟଙ୍କା ତଳେ କୌଣସି ଭଲ ବ୍ରାଣ୍ଡର ଭଲ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ 6ଟି ସ୍ମାର୍ଟଫୋନ ସମ୍ପର୍କରେ କହିବୁ । ଏହି ତାଲିକାରେ ଆପଣ Motorolaର ଫୋଲଡେବଲ ଫୋନ ମଧ୍ୟ ସାମିଲ ।
Oppo Reno 12 Pro
ଓପୋ ରେନୋ 12 ସ୍ମାର୍ଟଫୋନରେ ୟୁଜରଙ୍କୁ 6.7 ଇଞ୍ଚର AMOLED ଡିସପ୍ଲେ, 120Hz ହାଇ ରିଫ୍ରେସ ରେଟ୍, ମେଡିଆଟେକ୍ ଡାଇମେନିସିଟି 7300 ଚିପସେଟ୍ ମିଳିବ । ଏଥିରେ ଟ୍ରିପଲ କ୍ୟାମେରା ସେଟଅପ୍ ମଧ୍ୟ ମିଳିବ । ମେନ୍ କ୍ୟାମେରା 50MP ରହିଥିବା ବେଳେ 8MPର ଅଲଟ୍ରାୱାଇଡ କ୍ୟାମେରା ଓ 50MPର ଟେଲିଫଟୋ କ୍ୟାମେରା । ଏହାବାଦ 50MPର ଗୋଟିଏ ସେଲଫି କ୍ୟାମେରା ମଧ୍ୟ ମିଳିବ । ଏଥିରେ 5000mAh ବ୍ୟାଟେରୀ ମିଳିବ । କମ୍ପାନୀ ଦାବି କରିଛି ଯେ ଏହି ଫୋନକୁ 4ବର୍ଷ ବ୍ୟବହାର କରିବା ପରେ ମଧ୍ୟ ବ୍ୟାଟେରୀ 80 ପ୍ରତିଶତ କାର୍ଯ୍ୟଦକ୍ଷତା ପ୍ରଦାନ କରିବ । ଏହି ବ୍ୟାଟେରୀ 80W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରିବ । 48-52 ମିନିଟ ମଧ୍ୟରେ ଏହା 1%ରୁ 100% ଚାର୍ଜ ହୋଇଯିବ । ଏହି ଫୋନର ଦାମ ଭାରତୀୟ ବଜାରରେ ₹36,999 ଟଙ୍କା ରହିଛି ।
Google Pixel 8a
ଗୁଗଲ ପିକ୍ସେଲ 8ଏ ସ୍ମାର୍ଟଫୋନରେ 6.1 ଇଞ୍ଚ ଡିସପ୍ଲେ ସହିତ ଆସିବ । ଏଥିରେ ପ୍ଲାଷ୍ଟିକ ବ୍ୟାକ୍ ମିଳିବ । ଏହି ଫୋନ ଧୂଳି ଓ ପାଣିରୁ ସୁରକ୍ଷା ପାଇବା ଲାଗି IP69 ରେଟିଂ ସହିତ ଆଶିଛି । ଏଥିରେ ଫିଙ୍ଗର ପ୍ରିଣ୍ଟ ସ୍କାନର, 120Hz ରିଫ୍ରେସ ରେଟ୍, ଗୁଗଲ ଟେନ୍ସର G3 ଚିପସେଟ ମିଳିବ । ୟୁଜର ଏଥିରେ 64MPର ମେନ୍ କ୍ୟାମେରା, 12MP ଅଲଟ୍ରା ୱାଇଡ କ୍ୟାମେରା ସହିତ ଗୋଟିଏ 13MP ସେଲଫି କ୍ୟାମେରା ପାଇବେ । ଏଥିରେ 4492mAh ବ୍ୟାଟେରୀ ମିଳିବ ଯାହାକି 18W ୱେୟାର୍ଡ ଓ 7.5W ୱେୟାରଲେସ ଚାର୍ଜିଂକୁ ସପୋର୍ଟ କରିଥାଏ । ଥରେ ଚାର୍ଜ କଲେ ଏହା 5ଘଣ୍ଟା 50ମିନିଟ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ପ୍ରଦାନ କରେ । ଏହା ଟାଇପ-ସି ଚାର୍ଜିଂ ପୋର୍ଟକୁ ସପୋର୍ଟ କରେ । ଏହି ସ୍ମାର୍ଟଫୋନର ଦାମ ଫ୍ଲିପକାର୍ଟରେ Rs 40,999ଟଙ୍କା ରହିଛି ।
Realme GT 6
ରିଅଲମି ଜିଟି 6 ସ୍ମାର୍ଟଫୋନରେ 6.78 ଇଞ୍ଚ AMOLED ଡିସପ୍ଲେ, 6000 ପିକ୍ ବ୍ରାଇଟନେସ୍, ନାନୋ ମିରର ଡିଜାଇନ, 120Hz ରିଫ୍ରେସ ରେଟ୍ ଓ ସ୍ନାପଡ୍ରାଗନ 8s Gen 3 ଚିପ୍ ସହିତ ଆସିଛି । ଗ୍ରାହକଙ୍କୁ ଏଥିରେ 16GB+512GB ବଡ଼ ଷ୍ଟୋରେଜ ଅପସନ ମିଳିବ । ଏଥିରେ ଅତ୍ୟାଧୁନିକ କ୍ୟାମେରା ସେଟଅପର ରହିଛି । ଗ୍ରାହକ ଏହି ସ୍ମାର୍ଟଫୋନରେ 50MP ଟ୍ରିପଲ ମେନ୍ କ୍ୟାମେରା, 50MP ଟେଲିଫଟୋ ଲେନ୍ସ, 8MP ଅଲଟ୍ରାୱାଇଡ ଲେନ୍ସ ଓ 32MP ସେଲଫି କ୍ୟାମେରା ପାଇବେ । ଏହି ଫୋନଟି 5500mAh ବ୍ୟାଟେରୀ ପ୍ରଦାନ କରିଥାଏ, ଯାହାକି 120W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଫ୍ଲିପକାର୍ଟରେ ଏହାର ଦାମ Rs 37,999 ଟଙ୍କା ରହିଛି ।
Samsung Galaxy A55
ସାମସଙ୍ଗ ଗାଲାକ୍ସି ଏ55 ମଧ୍ୟ ଏହି ପ୍ରାଇସ ରେଞ୍ଜ ତଳେ ଏକ ଭଲ ଅପସନ ହୋଇପାରେ । ଏଥିରେ ଗ୍ରାହକଙଅକୁ 6.6 ଇଞ୍ଚ ସୁପର AMOLED ଡିସପ୍ଲେ, Exynos 1480 ଚିପସେଟ୍ ମିଳିପାରେ । 6GB / 8GB / 12GB RAM ଓ 128GB / 256GB ଷ୍ଟୋରେଜ ଅପସନ ମିଳିପାରେ । ଏଥିରେ 3ଟି କ୍ୟାମେରା ଅପସନ (50MP + 12MP + 5MP) ମିଳିବ । ଏହାବାଦ 32MPରେ ସେଲଫି କ୍ୟାମେରା ମଧ୍ୟ ରହିଛି । ଏହି ସ୍ମାର୍ଟଫୋନ 5000mAh ବ୍ୟାଟେରୀ ସହିତ ଆସିଥାଏ, ଯାହାକି 25W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହା ଆଣ୍ଡ୍ରଏଡ 14 One UI 6.1 ଦ୍ବାରା ପରିଚାଳିତ । ପାଣି ଓ ଧୂଳିରୁ ରକ୍ଷା ପାଇବା ପାଇଁ ଏହା IP67 ରେଟିଂ ସହିତ ଆସିଛି । ଭାରତରେ ଏହାର ବେସ ଭାରିଏଣ୍ଟ 6GB RAM ଓ 128GB ଷ୍ଟୋରେଜ ଲାଗି ଦାମ ₹33,340 ରହିଛି । 8GB RAM + 256GB ଷ୍ଟୋରେଜ ଲାଗି ଏହାର ଦାମ ₹37,000 ରହିଛି ।
OnePlus 12R
ୱାନପ୍ଲସ 12ଆର ସ୍ମାର୍ଟଫୋନରେ LTPO ଟେକ୍ନୋଲୋଜି ସହିତ 6.78 ଇଞ୍ଚ AMOLED ProXDR ଡିସପ୍ଲେ, 120Hz ରିଫ୍ରେସ ରେଟ୍, କ୍ବାଲକମ ସ୍ନାପଡ୍ରାଗନ 8 ଜେନ 2 ଚିପସେଟ୍ ସହିତ ଆସିଥାଏ । ଏଥିରେ 5,500mAh ବ୍ୟାଟେରୀ ମିଳିବ ଯାହାକି 100W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ପାଣି ଓ ଧୂଳିରୁ ରକ୍ଷା ପାଇବା ପାଇଁ IP69 ରେଟିଂ ସହିତ ଆସିଥାଏ । ଏଥିରେ ଅପଡେଟେଡ OxygenOS 15 ଆଧାରିତ ଆଣ୍ଡ୍ରଏଡ୍ 15 ଦ୍ବାରା ଚାଳିତ । ଏଥିରେ ୟୁଜରଙ୍କୁ 50MP ମେନ୍ କ୍ୟାମେରା, 8MP ଅଲଟ୍ରା ୱାଇଡ ଓ 2MP ମାଇକ୍ରୋ ଲେନ୍ସ ମିଳିବ । ଏହାସହିତ 16MPର ଗୋଟିଏ ସେଲଫି କ୍ୟାମେରା ମଧ୍ୟ ମିଳିବ । ଚଳିତ ବର୍ଷ ଜାନୁଆରୀରେ ଲଞ୍ଚ ହୋଇଥିବା ଏହି ଫୋନର ଦାମ 8GB RAM/128GB ଷ୍ଟୋରେଜ ଲାଗି 35,999 ଟଙ୍କା, 8GB RAM/256GB ଷ୍ଟୋରେଜ ଲାଗି ₹38,999 ଓ 16GB RAM/256GB ଲାଗି ₹40,999 ରହିଥିଲା । ଏବେ ବ୍ୟାଙ୍କ ଅଫର ସହିତ ଏହି ଫୋନକୁ ଆପଣ ଆହୁରି ଶସ୍ତାରେ କିଣିପାରିବେ ।
Motorola Razr 40
ଯଦି ଆପଣ ବଜେଟ ଫୋଲେଡବଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଫୋନ ଆପଣଙ୍କ ପାଇଁ ଭଲ ଅପସନ ହୋଇପାରେ । ମୋଟୋରୋଲା ରେଜର 40 ସ୍ମାର୍ଟଫୋନରେ 6.9 ଇଞ୍ଚର ମେନ୍ ଡିସପ୍ଲେ, 144Hz ରିଫ୍ରେସ ରେଟ୍, 1400 ନିଟ୍ସ ପିକ୍ ବ୍ରାଇଟନେସ୍, ରିଅର କ୍ୟାମେରା (64MP ପ୍ରାଇମେରି + 13MP ଅଲଟ୍ରାୱାଇଡ), 32MP ସେଲଫି କ୍ୟାମେରା ରହିଛି । ଏଥିରେ 4200mAh ବ୍ୟାଟେରୀ ଯାହାକି 30W ୱେୟାର୍ଡ ଓ 5W ୱେୟାରଲେସ ଚାର୍ଜିଂକୁ ସପୋର୍ଟ କରିତାଏ । ଏଥିରେ 8GB RAM ଓ 256GB ଷ୍ଟୋରେଜ ଅପସନ ମିଳିବ । କଲର କଥା ଦେଖଇଲେ ଏଥିରେ 3ଟି ରଙ୍ଗ Sage Green, Summer Lilac ଓ Vanilla Cream ରହିବ । 8GB RAM ଓ 256GB ଷ୍ଟୋରେଜ ଲାଗି ଏହି ସ୍ମାର୍ଟଫୋନର ଦାମ Rs 44,999 ରହିଛି । ଆପଣ ଆମାଜନରେ ଏହି ଫୋନକୁ 34,999 ଟଙ୍କାରେ ପାଇପାରିବେ ।