ETV Bharat / technology

ଲଞ୍ଚ ହେଲା 2025 Jeep Meridian ଏସୟୁଭି; ଜାଣନ୍ତୁ ଦାମ ଓ ଫିଚର୍ସ

ଜିପ୍‌ ଇଣ୍ଡିଆ ଭାରତୀୟ ବଜାରରେ ନିଜର ଅପଡେଟେଡ 2025 ଜିପ୍‌ ମେରିଡିଆନ ଏସୟୁଭି ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ମିଳିବ ଅନେକ ନୂଆ ଫିଚର୍‌ । ଅଧିକ ପଢନ୍ତୁ

2025 Jeep Meridian
2025 Jeep Meridian (Photo- Jeep India)
author img

By ETV Bharat Tech Team

Published : 7 hours ago

ହାଇଦ୍ରାବାଦ: ଅଟୋମୋବାଇଲ କମ୍ପାନୀ ଜିପ୍‌ ଇଣ୍ଡିଆ ଏକ ନୂଆ SUV ଜିପ୍‌ ମେରିଡିଆନ ଲଞ୍ଚ କରିଛି । ଅପଡେଟେଡ ଜିପ୍‌ ମେରିଡିଆନର 5 ଓ 7-ସିଟର କନଫିଗରେସନ ପାଇଁ 4ଟି ଭାରିଏଣ୍ଟ ଉପଲବ୍ଧ । ଯାହାର ନାମ ରହିଛି ଲଙ୍ଗିଟ୍ୟୁଡ, ଲଙ୍ଗିଟ୍ୟୁଡ ପ୍ଲସ (Longitude Plus), ଲିମିଟେଡ (O) ଓ ଓଭରଲ୍ୟାଣ୍ଡ (Overland) ।

2025 Jeep Meridian
2025 Jeep Meridian (Photo- Jeep India)

ବାହାର ଡିଜାଇନ:-

2025 ଜିପ୍‌ ମେରିଡିଆନର ଏକ୍ସଟିରିଅର ବା ବାହାର ଡିଜାଇନ ଉପରେ ନଜର ପକାଇଲେ କମ୍ପାନୀ ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଏଥିରେ 7-ସ୍ଲେଟ ଗ୍ରିଲ, ଡିଆରଏଲ ସହିତ ସ୍ଲିକ LED ହେଡଲ୍ୟାମ୍ପ, ଭାରିଏଣ୍ଟ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର 18 ଇଞ୍ଚ ଆଲଏ ହ୍ବିଲ ଏବଂ ସ୍ଲିକ୍‌ ଏଲଇଡି ଟେଲ ଲ୍ୟାମ୍ପ ମିଳିବ ।

2025 Jeep Meridian
2025 Jeep Meridian (Photo- Jeep India)
ଏହା ବି ପଢନ୍ତୁ
  1. ବ୍ଲାକ ଥିମରେ ବଜାର ପ୍ରବେଶ କଲା ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ ବସ୍‌ ଏଡିସନ; ଏତିକି ଦାମ
  2. Honda CB300F ଫ୍ଲେକ୍ସଟେକ୍‌ ଲଞ୍ଚ୍‌; 85% ଇଥାନଲରେ ଚାଲିବ, ଜାଣନ୍ତୁ ଦାମ
2025 Jeep Meridian
2025 Jeep Meridian (Photo- Jeep India)

2025 Jeep Meridianର ଫିଚର୍ସ:-

  • ଫିଚର ସମ୍ପର୍କରେ ଆଲୋଚନା କଲେ ନୂଆ ମେରିଡିଆନରେ ଲେଭଲ 2 ADAS ସୁଟ୍‌ ଓ ଅଧିକ କନେକ୍ଟିଭିଟି ଫିଚର ସହିତ ଅନେକ ଟେକ୍ନୋଲୋଜିକୁ ସାମିଲ କରାଯାଇଛି ।
  • ଏହି କାରରେ ୱେୟାରଲେସ ଆଣ୍ଡ୍ରଏଡ ଅଟୋ ଓ ଆପଲ୍‌ କାରପ୍ଲେ କନେକ୍ଟିଭିଟି ସହିତ 10.1 ଇଞ୍ଚର ଇନଫୋଟେନମେଣ୍ଟ ସିଷ୍ଟମ ଓ 10.2 ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ଦିଆୟାଇଛି ।
  • ୱେୟାରଲେସ ଚାର୍ଜର ସହ ଡୁଆଲ-ଜୋନ କ୍ଲାଇମେଟ କଣ୍ଟ୍ରୋଲ ଫିଚର ମଧ୍ୟ ରହିଛି ।
  • ଏହା ବ୍ୟତୀତ ଏହାର ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ସାମ୍ନା ସିଟ୍ ମିଳିବ ।
2025 Jeep Meridian
2025 Jeep Meridian (Photo- Jeep India)

2025 Jeep Meridianର ଦାମ (ଏକ୍ସ-ଶୋରୁମ):-

ଭାରିଏଣ୍ଟଦାମ
Jeep Meridian Longitude (5-ସିଟର) 24.99 ଲକ୍ଷ ଟଙ୍କା
Jeep Meridian Longitude Plus 27.5 ଲକ୍ଷ ଟଙ୍କା
Jeep Meridian Limited (O) 30.49 ଲକ୍ଷ ଟଙ୍କା
Jeep Meridian Overland36.49 ଲକ୍ଷ ଟଙ୍କା

କିପରି ରହିଛି ପାୱାରଟ୍ରେନ ?

ନୂଆ ଅପଡେଟେଡ ଜିପ୍‌ ମେରିଡିଆନର ପାୱାରଟ୍ରେନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏଥିରେ ସେହି 2.0 ଲିଟର ଡିଜେଲ ଇଞ୍ଜିନ ଲଗାଯାଇଛି । ଯାହାକି 6-ସ୍ପିଡ ମ୍ୟାନୁଆଲ ଓ 9-ସ୍ପିଡ ଅଟୋମେଟିକ ଟର୍କ କନଭର୍ଟର ଗିଅରବକ୍ସ ଯୋଡ଼ା ୟାଇଛି । ଏହି ଇଞ୍ଜିନ 168bhp ସହିତ 350nmରୁ ଅଧିକ ଟର୍କ ଉତ୍ପନ୍ନ କରେ । ଏହାବାଦ ପୂର୍ବ ମଡେଲ ଭଳି 4x2 ଓ 4x4 ଭର୍ସନ ଭଳି ଉପଲବ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.