ନୂଆଦିଲ୍ଲୀ: ବିଦେଶୀ ଠକଙ୍କ ନଜରରେ ଭାରତୀୟ । ଦେଶର ନାଗରିକଙ୍କଠାରୁ ଟଙ୍କା ହଡ଼ପ୍ କରିବା ଲାଗି ଯୋଜନା ଜାରି ରଖିଛନ୍ତି ବିଦେଶୀ ଠକ । ଏଥିଲାଗି ଭାରତକୁ ପ୍ରତିଦିନ କୋଟି କୋଟି ଫ୍ରଡ୍ କଲ୍ ଆସୁଥିବା ବେଳେ ଭାରତ ସରକାର ଦିନକୁ 1.35 କୋଟି ଠକେଇ ଜନିତ କଲ୍କୁ ବ୍ଲକ୍ କରୁଛନ୍ତି । ଏହାସହ ଆଜି ପର୍ଯ୍ୟନ୍ତ 2500 କୋଟି ଟଙ୍କା ମୂଲ୍ୟର ଲୋକଙ୍କ ଧନ ସମ୍ପତ୍ତି ରକ୍ଷା କରିବାରେ ସରକାର ସାହାଯ୍ୟ କରିଛନ୍ତି ବୋଲି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।
ବିଦେଶୀ ସର୍ଭରରୁ ଆସୁଛି ଫ୍ରଡ୍ କଲ୍:-
ବିଭାଗୀୟ ମନ୍ତ୍ରୀ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଅଧିକାଂଶ ସ୍ପାମ୍ କଲ୍ ଦେଶ ବାହାରେ ଥିବା ସର୍ଭରରୁ ଆସିଥାଏ ଏବଂ ଏଭଳି ଜାଲିଆତିକାରୀ କଲ୍ ମଧ୍ୟରୁ ଅଧିକାଂଶକୁ ରୋକିବାରେ ଭାରତ ସରକାର ସକ୍ଷମ ହୋଇଛନ୍ତି । "ଲୋକଙ୍କ ମୋବାଇଲ ଫୋନକୁ ଆସୁଥିବା ମାର୍କେଟିଂ କଲ୍ ସଂଖ୍ୟା, ଠକେଇ କଲ୍ ସଂଖ୍ୟାର ମୁକାବିଲା କରିବାକୁ ଏକ ସମ୍ପୂର୍ଣ୍ଣ ସିଷ୍ଟମ୍ ଲଗାଇଛୁ । ଆମର DoT ଜାଲିଆତି ଚିହ୍ନଟ ନେଟୱାର୍କ 'ସଞ୍ଚାର ସାଥୀ ଓ ଚକ୍ଷୁ' ମାଧ୍ୟମରେ ପ୍ରାୟ 2500 କୋଟି ଟଙ୍କା ଠକଙ୍କ ଜାଲରୁ ରକ୍ଷା କରାଯାଇଛି ।"
ଏହା ବି ପଢନ୍ତୁ |
କଟିଲାଣି 2.9ଲକ୍ଷ ଫୋନର କନେକ୍ସନ:-
ସିନ୍ଧିଆ ଆହୁରି କହିଛନ୍ତି, "ଏହି ସିଷ୍ଟମ ଯୋଗୁଁ ପ୍ରାୟ 2.9 ଲକ୍ଷ ଫୋନ୍ ସଂଯୋଗ ବିଚ୍ଛିନ୍ନ ହୋଇଛି ଏବଂ ମେସେଜ୍ ପଠାଇବା ପାଇଁ ବ୍ୟବହୃତ ପ୍ରାୟ 1.8 ମିଲିୟନ ହେଡର୍ ଅବରୋଧ କରାଯାଇଛି । ଏହା ସହିତ ଅନ୍ୟ ଏକ ଛଦ୍ମ ପଦ୍ଧତି ଥିଲା ଯାହା ମାଧ୍ୟମରେ କିଛି ଠକ ଭାରତ ବାହାରେ ସର୍ଭର ବ୍ୟବହାର କରିଥିଲେ, ଯାହାକି ନିଜକୁ +91 ନମ୍ବର (ଭାରତୀୟ ମୋବାଇଲ କୋଡ୍ ନମ୍ବର) ଭାବରେ ଉପସ୍ଥାପନ କରିଥିଲା । ଆମେ ଏହି କଲ୍ ବନ୍ଦ କରିବାକୁ ପଦକ୍ଷେପ ନେଇଛୁ । ଏଥିପାଇଁ ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି, ଯାହା ପ୍ରତିଦିନ ହାରାହାରି 1.35 କୋଟି କଲ୍ ଅବରୋଧ କରୁଛି । ଏଥିଲାଗି 520 ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି ।"
ଅଫିସିଆଲ କଲ୍ ଲାଗି '160' ପ୍ରିଫିକ୍ସ:-
ଅନ୍ୟପଟେ ଭାରତ ସରକାର ଏଭଳି ଠକେଇ କଲ୍କୁ ରୋକିବା ଲାଗି ବ୍ୟାଙ୍କରୁ ଆସୁଥିବା ଅଫିସିଆଲ କଲ୍ ଲାଗି '160' ପ୍ରିଫିକ୍ସ (କୌଣସି ଦେଶ ଓ ଆଞ୍ଚଳିକ କୋଡ ପରେ ବ୍ୟବହୃତ ହେଉଥିବା ପ୍ରଥମ 3ଟି ଅଙ୍କ)କୁ ବାଧ୍ୟତାମୂଳକ କରିଛନ୍ତି । ଏହି ପରିବର୍ତ୍ତନ ଦ୍ବାରା ଭାରତୀୟ ନାଗରିକ ସହଜରେ ଠକେଇ ଜନିତ କଲ୍କୁ ଚିହ୍ନିପାରିବେ । ଥରେ ଜଣେ ବ୍ୟକ୍ତି ଅଜ୍ଞାତ ଫୋନକଲ୍କୁ ନକଲି ବୋଲି ଜାଣିବା ପରେ ଏହା କୌଣସି ବିଶ୍ବସ୍ତ ଉତ୍ସକୁ ଛଦ୍ମନାମ କରି ଠକିବା ସ୍କାମରଙ୍କ ଲାଗି କଷ୍ଟକର ହୋଇଯିବ । ଏହି ଖବର ସମ୍ପର୍କରେ ଅଧିକ ଜାଣିବା ଲାଗି ଏଠାରେ କ୍ଲିକ୍ କରନ୍ତୁ...