ETV Bharat / state

ଜୀବନ ହାରିଲେ ଯୁବ ଇଞ୍ଜିନିୟର, ବ୍ରେକ ଅପ୍ ନା ଟଙ୍କା କାରଣ ?

ଭୁବନେଶ୍ବର ଖାରବେଳନଗର ଥାନା ଅଞ୍ଚଳର ଜଣେ ଯୁବକ ଜୀବନ ହାରିଛନ୍ତି । ହେଲେ କେଉଁ କାରଣରୁ ସେ ଏଭଳି ବାଟ ବାଛିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

author img

By ETV Bharat Odisha Team

Published : 4 hours ago

Engineer Death
Engineer Death (ETV Bharat Odisha)

ଭୁବନେଶ୍ବର: ଦଶହରାରେ ଖେଳିଗଲା ଦୁଃଖର କଳା ବାଦଲ । ପ୍ରେମ ପାଇଁ ଯୁବକ ଜଣଙ୍କ ଜୀବନ ହାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର । ଖାରବେଳନଗର ଥାନା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଯୁବ ଇଞ୍ଜିନିୟର ଜଣକ ପ୍ରେମ ପାଇଁ ଜୀବନ ହାରିଥିବା କୁହାଯାଉଛି ।

ସୂଚନା ଅନୁସାରେ, ଖାରବେଳନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ରୁହନ୍ତି ନବ କୁମାର ଜେନା । ତାଙ୍କର ସାନ ପୁଅ ରୋନିତ ଜେନା ଗତ 12 ତାରିଖରେ ଜୀବନ ହାରିଛନ୍ତି । ଫଳରେ ଘରେ ଓ ପୁରା ଆପାର୍ଟମେଣ୍ଟରେ ଦୁଃଖର କଳା ବାଦଲ ଛାଇଯାଇଛି । ଦଶହରା ଅବସରରେ ଯେଉଁଠି ହସଖୁସିର ମାହୋଲ ହେବା କଥା ସସେହି ସମୟରେ ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବେଶ । କାରଣ ନବରାତ୍ରରେ ମା'ଙ୍କ ଦର୍ଶନ କରାଇବା ପାଇଁ ନବମୀ ଦିନ ନିଜ ମା'ଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱର ବିଭିନ୍ନ ମଣ୍ଡପ ବୁଲାଇଥିଲେ ରୋନିତ । ଆଉ ଆସିବା ପରେ ବିଳମ୍ବିତ ରାତିରେ ସେ ଜାବନ ହାରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପରିବାର।

Engineer Death (ETV Bharat Odisha)

ରୋନିତଙ୍କ ବାପାଙ୍କ ପ୍ରତିକ୍ରିୟା:
ରୋନିତଙ୍କ ବାପା କହିଛନ୍ତି, "ପାର୍ବଣରେ ପୂଜା ପାଇଁ ସେ ବ୍ରହ୍ମପୁରରୁ ଦିନ ୫ଟାରେ ଆସି ଘରେ ପହଞ୍ଚିଥିଲା । ଖାଇ ପିଇ ମା'ଙ୍କୁ ନେଇ ମେଢ ଦେଖିବାକୁ ଗଲା। ରାତିରେ ସମସ୍ତେ ଶୋଇଲେ । ଆଉ ସକାଳ 6ଟା ଗାଡ଼ି ପାଖରେ ମୃତଦେହ ପଡିଥିବା ଦେଖି ସମସ୍ତେ ଡାକିଲେ । ଆମେ ଦେଖିଲା ବେଳକୁ ପୁଅର‌ ମୃତ୍ୟୁ ହୋଇଛି। ପରେ ତା' ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଲୁ ସେ କାହାକୁ ଭଲ ପାଉଥିଲା। କଲେଜର ତୃତୀୟ ବର୍ଷର ଜଣେ ଛାତ୍ରୀ ବୋଲି ରୋନିତର ସାଙ୍ଗ ମାନେ କହିଛନ୍ତି । ମୋତେ ପୂର୍ବରୁ କିଛି ଟଙ୍କା ମଧ୍ୟ ମାଗିଥିଲା, ମୁଁ ପରେ ଜାଣିବାକୁ ପାଇଲି ଯେ ତା'ର ବ୍ରେକଅପ୍ ହୋଇଛି। ଟଙ୍କା ଧାର ଉଧାର ଯୋଗୁ ସେ ଡରିକି ଏପରି ପଦକ୍ଷେପ ନେଇଥାଇପାରେ, ହେଲେ ବିଷୟରେ ପରିବାର ଲୋକଙ୍କୁ ଜଣାଇ ନାହିଁ।" ଆସନ୍ତା ନଭେମ୍ବର ୯ରେ ରୋନିତଙ୍କୁ ୨୪ବର୍ଷ ପୂରିଥାନ୍ତା ବୋଲି କହିଛନ୍ତି ତାଙ୍କ ମା'। ଏପରିକି ଏକ ଘରୋଇ କମ୍ପାନୀରେ ମଧ୍ୟ ତାଙ୍କର ଚାକିରି ହୋଇଥିବା ପରିବାରଲୋକେ କହିଛନ୍ତି।

ପ୍ରେମିକା ପାଇଁ ଉପହାର ପଠାଇଥିଲେ:

Engineer Death
Engineer Death (ETV Bharat Odisha)
ରୋନିତଙ୍କ ସାଙ୍ଗଙ୍କ କହିବା ଅନୁସାରେ, ରୋନିତ ନିଜ କଲେଜର ଜୁନିୟର ଛାତ୍ରୀଙ୍କୁ ଭଲ ପାଉଥିଲେ। କିଛି ଦିନ‌ହେବ ତାଙ୍କର ବ୍ରେକ ଅପ ହୋଇଥିଲା । ଯାହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ଅନେକ ଟଙ୍କା ଧାର ଉଧାର କରିଥିଲେ । ଏବେ ପୂଜା ପାଇଁ ବ୍ରହ୍ମପୁର ଆସିବା ପୂର୍ବରୁ ଜଣେ ସାଙ୍ଗ ହାତରେ ନିଜ ପ୍ରେମିକା ପାଇଁ ଏକ କାନଫୁଲ ମଧ୍ୟ ଉପହାର ପଠାଇଥିଲେ । ତେଣୁ ପ୍ରେମ ସମ୍ପର୍କକୁ ନେଇ ସେ ଜୀବନ ହାରିଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ସେପଟେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ଭାଙ୍ଗିଗଲା ବାହାଘର, ଶେଷ ରଜରେ ଜୀବନ ହାରିଲେ ଯୁବତୀ - Young Woman Died

ଏହା ବି ପଢନ୍ତୁ...ଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ; ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଏମ୍ସ ଡାକ୍ତର - aiims neurosurgeon suicide at home
ଏହା ବି ପଢନ୍ତୁ...ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ - Rayagada DFO suspended

ରାଜ୍ଯରେ ବଢିଛି 58 ପ୍ରତିଶତ ଆତ୍ମହତ୍ୟା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ସୂଚନା ଅନୁସାରେ, ୨୦୨୧ରେ ୧୧୯ଟି ଆତ୍ମହତ୍ୟା ରିପୋର୍ଟ ହୋଇଛି । ପରେ ୨୦୨୨ରେ ୧୭୩ଟି ଓ ୨୦୨୩ରେ ତାହା ଆସି ୧୮୯ରେ ପହଞ୍ଚିଛି । ପୁଅଙ୍କ ତୁଳନାରେ ଝିଅଙ୍କ ଆତ୍ମହତ୍ୟା ହାର ଅଧିକ । ବିଗତ 3 ବର୍ଷରେ ୫୮ପ୍ରତିଶତ ଆତ୍ମହତ୍ୟା ବଢିଛି ବୋଲି ରିପୋର୍ଟରୁ ଜଣାପଡିଛି । ୨୦୨୧ରେ ୫ହଜାର ୬୪୯ କେସ ରେଜିଷ୍ଟର କରାଯାଇଥିଲା । ୨୦୨୨ରେ ୬୧୪୦ଟି ,୨୦୨୩ରେ ୫୯୮୯ଟି ସୁଇସାଇଡ ରିପୋର୍ଟ ନେଇ ଲିଖିତ ତଥ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
Engineer Death
Engineer Death (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.