ETV Bharat / state

ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ସାଇଡ୍‌ ମରାକୁ ନେଇ ତୁମୂଳ କାଣ୍ଡ । ୧୬ ବର୍ଷୀୟ ନାବାଳକକୁ ଆକ୍ରମଣ । ୮୬ ଦିନ ପରେ ଆଖି ବୁଜିଲା ନାବାଳକ । ଥାନା ଆଗରେ ମୃତଦେହ ରଖି ପ୍ରତିବାଦ ।

author img

By ETV Bharat Odisha Team

Published : 2 hours ago

Youth Dies After Attack
Youth Dies After Attack (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ଭାଇଗିରିକୁ ନେଇ ଛାତ୍ରଙ୍କୁ ହତ୍ୟା । ୮୬ ଦିନ ପରେ ଆଖି ବୁଜିଲେ ୧୬ ବର୍ଷୀୟ ନାବାଳକ । ପୋଲିସ ଆକ୍ସନ ଅବହେଳା ଦାବିରେ ଥାନା ଘେରିଲେ ପରିବାର ଲୋକ । ପୁଅର ମୃତଦେହ ଥାନା ଆଗରେ ରଖି ୧୦୦ ମିନିଟ ପ୍ରତିବାଦ କରିଛନ୍ତି ପରିବାର ଲୋକ । ହତ୍ୟାକାରୀଙ୍କୁ ଗିରଫ ସହ ଏଭଳି କାହା ସହ ନ ଘଟୁ ସେନେଇ ପୋଲିସକୁ ନିବେଦନ କରିଛନ୍ତି ।

ଏଭଳି ଥିଲା ଘଟଣା:

ସୂଚନା ଅନୁସାରେ, ଗତ ଜୁନ ମାସରେ ଭୁବନେଶ୍ବର ବରମୁଣ୍ଡା ଗାଁର ୧୬ ବର୍ଷୀୟ ନାବାଳକ ପ୍ରକାଶ ସାହୁ, ଯେ କି ବିଜୁ ପଟ୍ଟନାୟକ କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ । ଘଟଣା ଦିନ ପ୍ରକାଶ ଏକ ଦୋକାନକୁ ଯିବା ସମୟରେ ବାଟରେ ସାଇଡ୍‌ ମରାକୁ ନେଇ ଗାଁର କିଛି ଯୁବକଙ୍କ ସହ କଥା କଟାକଟି ହୋଇଥିଲା । ଯାହାକୁ ନେଇ ପ୍ରକାଶକୁ ଗାଁର କିଛି ପିଲା ଏକ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ପ୍ରକାଶ ଗୁରୁତର ଆହତ ହେବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା । ତେବେ ଦୀର୍ଘ ୮୬ ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା ।

ନ୍ୟାୟ ଦାବି:

ପୁଅର ମୃତ୍ୟୁକୁ ନେଇ ପରିବାରରେ ଶୋକରେ ଛାୟା ଖେଳିଥିଲା । ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରାଥିଲା ଓ ଅନ୍ୟମାନଙ୍କୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ମୃତ ପ୍ରକାଶଙ୍କ ପରିବାର । ଅନ୍ୟମାନଙ୍କୁ ଗିରଫ ଦାବି କରି ଆଜି ସକାଳ ପ୍ରାୟ ୧୦ଟା ସମୟରେ ପରିବାର ଓ ସମ୍ପର୍କୀୟ ଲୋକ ପ୍ରକାଶଙ୍କ ମୃତଦେହକୁ ଖଣ୍ଡଗିରି ଥାନା ଆଗରେ ରଖି ନ୍ୟାୟ ଦାବି କରିଛନ୍ତି । କିଛି ସମୟ ଧରି ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ ପରିବା ଲୋକ । ପୋଲିସ ତାଙ୍କ ପୁଅର ହତ୍ୟାକାରୀକୁ ଛାଡ଼ି ଛାଡିଦେଇଥିବା ଅଭିଯୋଗ କରି ପୋଲିସ ବିରୋଧରେ ନାରାବାଜି କରିଥିଲେ । ସେପଟେ ପୋଲିସ ଏସିପି ପହଞ୍ଚି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ହଟିଲେ ମୃତ ପ୍ରକାଶଙ୍କ ପରିବାର ଲୋକ ।

Protest In Front Of Police Station
Protest In Front Of Police Station (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ହତ୍ୟା, ପତ୍ନୀକୁ ମାରି କୂଅକୁ ଫିଙ୍ଗିଦେଲା ପତି - Dhenkanal Murder

ଏହା ମଧ୍ୟ ପଢ଼ନ୍ତୁ...ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case
ଏହା ମଧ୍ୟ ପଢ଼ନ୍ତୁ...ମହାଲକ୍ଷ୍ମୀଙ୍କୁ କାହିଁକି ହତ୍ୟା କଲା ମୁକ୍ତିରଞ୍ଜନ ? ଗଣମାଧ୍ୟମରେ ମୁହଁ ଖୋଲିଲା ସାନ ଭାଇ - Mahalaxmi Murder Update

ପୋଲିସ ଉପରେ ନେତାଙ୍କ ଚାପ:

ଏନେଇ ପ୍ରକାଶଙ୍କ ସମ୍ପର୍କୀୟ କହିଛନ୍ତି, "ଭୁବନେଶ୍ବରରେ ଭାଇଗିରି ହାଇପ୍ରୋଫାଇଲରେ ଚାଲିଛି । ଯେଉଁଥିରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ସମସ୍ତଙ୍କ ଆଖି ଆଗରେ ଦିନ ୨ଟା ସମୟରେ ଆମ ପୁଅକୁ ଟେକି ନେଇ ମାଡ଼ ମାରିରେ । ମାଡ଼ମାରିବା ପରେ ଆମେ ପୋଲିସ ପାଖକୁ ଯାଇଥିଲୁ । ଯେଉଁମାନେ ବାଡ଼େଇ ଥିଲେ ପୋଲିସ ତାଙ୍କ ସପକ୍ଷରେ ଗଲେ । ଯେହେତୁ କର୍ପୋରେଟର ଆମ ସପକ୍ଷରେ ନଥିଲେ । ଯେଉଁମାନେ ମାଡ଼ ମାରିଥିଲେ ସେ ସେମାନଙ୍କ ସପକ୍ଷରେ ଥିଲେ । କାରଣ ସେ ସିଧାସଳଖ କହିଥିଲେ ଯେ, ମୁଁ ସେଠାରୁ ଅଧିକ ଭୋଟ ପାଇବି । ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଲାନି । କାରଣ ସେମାନଙ୍କ ଉପରେ ନେତାମାନଙ୍କର ଚାପ ପଢ଼ିଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.