ETV Bharat / state

କାର୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜଳିଲା ରାଜପଥ - Road Accident In Kalahandi

author img

By ETV Bharat Odisha Team

Published : May 31, 2024, 8:44 PM IST

Road Accident In Kalahandi: ଜିଲ୍ଲାର ଭବାନୀପାଟଣାରେ ଏକ ଦୃତଗାମୀ କାର ଧକ୍କାରେ ଯୁୁବକଙ୍କ ଜୀବନ ଚାଲିଯାଇଛି । କ୍ଷତିପୂରଣ ଦାବିରେ ଆଜି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ପରିବାର ବର୍ଗ ଓ ଅଞ୍ଚଳବାସୀ । ଅଧିକ ପଢନ୍ତୁ

Road Accident In Kalahandi
Road Accident In Kalahandi (ETV Bharat Odisha)

ଭବାନୀପାଟଣା: ସଡକ ଦୁର୍ଘଟଣାରେ ଲିଭିଗଲା ଯୁବକଙ୍କ ଜୀବନଦୀପ । ଯାହାକୁ କେନ୍ଦ୍ର କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ । ସୂଚନା ଅନୁଯାୟୀ ଭବାନୀପାଟଣା ସହରର ରାମନଗର ପଡ଼ାର ସତ୍ୟ ବନ୍ଧିଚୋଡ ନିଜ କାମ ସାରି ଘରକୁ ଫେରିବା ସମୟରେ ସହରର ମେଡିକାଲ ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଦୃତଗାମୀ କାରଟି ତାଙ୍କୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସତ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସତ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଆଜି ଜାତୀୟ ରାଜପଥକୁ ସହରର କଲେଜ୍ ଛକ ନିକଟରେ ଅବରୋଧ କରିଛନ୍ତି ପରିବାର ଓ ସମ୍ପର୍କୀୟ ।

ଏହା ମଧ୍ୟ ପଢନ୍ତୁ ... ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ, 60 ଆହତ - Road Accident

ଅଭିଯୋଗ ଅନୁଯାୟୀ ଦୁର୍ଘଟଣା ହେବା ପରେ ପରିବାର ଲୋକେ କାରକୁ ଧରିବା ପାଇଁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିବା ପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିନଥିବା ଅଭିଯୋଗ ହୋଇଛି । ଏହା ସହ ଦୁର୍ଘଟଣା ଘଟାଇ ଥିବା କାରଟି ସହର ବିଶିଷ୍ଟ ବ୍ୟବସାୟୀ ମୁନା ଖମାରୀଙ୍କ ବୋଲି ଜଣାପଡ଼ିଥିବା ବେଳେ କ୍ଷତିପୂରଣ ଦାବିରେ କଲେଜ୍ ଛକ ନିକଟରେ ମୃତଦେହ ରଖି ପରିବାର ଲୋକେ ରାସ୍ତା ଅବରୋଧ କରିବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବା ବେଳେ ରାସ୍ତା ଅବରୋଧ ଫଳରେ ଭୁବନେଶ୍ବର ବିଶାଖାପାଟଣାକୁ ଯାତାୟାତ ଠପ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା ।

ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଗତ କିଛି ମାସ ମଧ୍ୟରେ ଜିଲ୍ଲାରେ ୧୨୮ଟି ଦୁର୍ଘଟଣା ହୋଇଥିବା ବେଳେ ସେଥି ମଧ୍ୟରୁ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି ପୋଲିସ କିମ୍ବା ପରିବହନ ବିଭାଗର କିଛି ଆଖି ଦୃଶ୍ୟ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଫାଇନ ଆଦାୟ କରି ନିଜର ଦାୟିତ୍ବ ସାରି ଦେଉଥିବା ଅଭିଯୋଗ ହେଉଛି । ସହରରେ ଟ୍ରାଫିକ ସମସ୍ୟା ଓ ଗହଳିପୂର୍ଣ୍ଣ ସମୟରେ ଭାରିଯାନକୁ ସହରର ଭିତରେ ପ୍ରବେଶକୁ ଅନୁମତି ଦେବା ସହ ଚାରି ଚକିଆ ଯାନର ଦୃତ ଗତି ଉପରେ ନିୟନ୍ତ୍ରଣ ନ ଆଣିବା ଫଳରେ ଜିଲ୍ଲାରେ ଏବେ ଉପର ମୁହାଁ ହୋଇଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.