ETV Bharat / state

ଜବରଦଖଲ ଉଚ୍ଛେଦବେଳେ ଅଘଟଣ, ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

author img

By ETV Bharat Odisha Team

Published : Feb 17, 2024, 8:38 PM IST

Women Attempt Suicide: ଜବରଦଖଲ ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା । ଉକ୍ତ ମହିଳା ଜଣଙ୍କୁ ଗୁରୁତର ଭାବେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରଣ କରାଯାଇଛି । ଅଧିକ ପଢନ୍ତୁ

ଜବରଦଖଲ ବେଳେ ଅଘଟଣ , ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

ଖୋର୍ଦ୍ଧା: ଜବର ଦଖଲ ଉଚ୍ଛେଦବେଳେ ଅଘଟଣ । ତହସିଲଦାର ଏବଂ ପୋଲିସ ଆଗରେ ବିଷ ପିଇ ମହିଳା ଗୁରୁତର । ଏହି ଭଳି ସାଂଘାତିକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତର କୋଚିଆଖାଲ ଗ୍ରାମରେ । ତେବେ ଉକ୍ତ ମହିଳା ଜଣକ ହେଲେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀ ପତ୍ନୀ ମିତା ପାଟ୍ଟଶାଣୀ । ତାଙ୍କୁ ଗୁରୁତରେ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ କୋଚିଆଖାଲ ଗ୍ରାମର କୃଷ୍ଣଚନ୍ଦ୍ର ପାଟ୍ଟଶାଣୀ ସରକାରୀ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ । ଯାହାକୁ ନେଇ ତାଙ୍କ ପଡୋଶୀଙ୍କ ସହ ବାରମ୍ବାର ବିବାଦ ଉପୁଜିଥିଲା । ପଡୋଶୀ ଏହାକୁ ଭାଙ୍ଗିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଦୁଇମାସ ତଳେ କୃଷ୍ଣ ଚନ୍ଦ୍ରଙ୍କ ଏକ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲେ । ଅନୁରୂପ ଭାବେ ଆଜି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ସରକାରୀ ଗୋଚର ସ୍ଥାନରେ ଥିବା ଦୋକାନ ଘରଟିକୁ ଭାଙ୍ଗିବା ପାଇଁ ବେଗୁନିଆ ତହସିଲଦାର ଏବଂ ପୋଲିସ ସହ ସ୍ଥାନୀୟ ଆରଆଇ ଯାଇଥିଲେ ।

ସେପଟେ ଦୋକାନ ଭାଙ୍ଗିଲେ ପରିବାର କିପରି ଚଳିବ ଏବଂ ଶହ ଶହ ଲୋକ ସରକାରୀ ସ୍ଥାନରେ ଜବରଦଖଲ କରି ରହିଛନ୍ତି କହି କୃଷ୍ଣଚନ୍ଦ୍ର ପ୍ରତିବାଦ କରିଥିଲେ । ଏହି ସମୟରେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମିତା ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ବିଷ ପିଇଥିଲେ । ତହସିଲଦାର, ଡାଳତୋଡା ଆରଆଇ , ବେଗୁନିଆ ଥାନା ଅଧିକାରୀଙ୍କ ଉପସ୍ଥିତରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ତାଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ପରିବାରକୁ ନିଶ୍ଚିହ୍ନ କରିଦେଲା ଗ୍ୟାସ ଟ୍ରାଜେଡି ! ପରିବାର ବର୍ଗଙ୍କୁ ହରାଇ ଜୀବନ ହାରିଲା ନାବାଳକ

ସେପଟେ ତହସିଲଦାର ତାପସ ବିଶି କହିଛନ୍ତି," କୃଷ୍ଣ ଚନ୍ଦ୍ର ଏକ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ । ଏନେଇ ତାଙ୍କ ପଡୋଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆମେ ଜବଲଦଖଲ ଉଚ୍ଛେଦ ପାଇଁ ଆସିଥିଲୁ । ଏହି ସମୟରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମେ ଜବରଦଖଲ କାର୍ଯ୍ୟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛୁ । "ସେହିପରି କୃଷ୍ଣଚନ୍ଦ୍ର କହିଛନ୍ତି," ମୁଁ ଗରିବ ଲୋକ । ଗତ ଦୁଇମାସ ତଳେ ଗୋଟିଏ ଘର ଭାଙ୍ଗିଥିଲେ, ଆଉ ଗୋଟିଏ ଘରେ ଦୋକାନ କରି ପରିବାର ଚଳାଉଥିଲି ।ହେଲେ ବର୍ତ୍ତମାନ କିପରି ଚଳିବୁ ବୋଲି ଭାରସାମ୍ୟ ହରାଇ ମୋ ସ୍ତ୍ରୀ ବିଷ ପିଇଛି ଦେଇଛି । "

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.