ETV Bharat / state

ହ୍ବିଲ ଚେୟାର ସାଜିଛି ସାହାରା, ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ

author img

By ETV Bharat Odisha Team

Published : Mar 2, 2024, 10:09 PM IST

Disabled Persons Need Govt Scheme Benefits: କୋରାପୁଟର ଦିଲୀପ କୁମାର ଚର୍ଚି ଓ ଭଗବାନ ତନ୍ତୀଙ୍କ ଭଳି ଦିବ୍ୟାଙ୍ଗ କାହା ଉପରେ ନିର୍ଭର ନ ହୋଇ, ସାଜିଛନ୍ତି ରୋଜଗାରକ୍ଷମ । ମାତ୍ର ସରକାରୀ ସହାୟତାରୁ ବଞ୍ଚିତ ହେବାକୁ ନେଇ କରିଛନ୍ତି କ୍ଷୋଭ ପ୍ରକାଶ । ଅଧିକ ପଢନ୍ତୁ

ହ୍ବିଲ ଚେୟାର ସାଜିଛି ସାହାରା, ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ
ହ୍ବିଲ ଚେୟାର ସାଜିଛି ସାହାରା, ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ
ହ୍ବିଲ ଚେୟାର ସାଜିଛି ସାହାରା, ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ

କୋରାପୁଟ: ଦଇବ ଯଦି ଦାଉ ସାଧେ ତେବେ କହିବା କାହାକୁ । ସମୟର ସୁଅରେ କୋରାପୁଟର କୋଲାବ ନଗରରେ ଦିଲୀପ କୁମାର ଚର୍ଚି ପାଲଟିଛନ୍ତି ଦିବ୍ୟାଙ୍ଗ । ୨୦୧୩ ମସିହା ଠାରୁ ନିଜର ଚଳନ ଶକ୍ତି ହରାଇବା ପରେ ହ୍ବିଲ ଚେୟାର ହିଁ ତାଙ୍କ ସାହା ଭରସା ପାଲଟିଥିଲା । ଔଷଧ ସେବନ ଓ ଅସ୍ତ୍ରୋପଚାର ପରେ ମଧ୍ୟ ମାଂସପେଶୀରେ ହୋଇଥିବା ରୋଗକୁ ନେଇ ଡାକ୍ତର ଶୁଣାଇ ଥିଲେ ନିରାଶାବାଣୀ । ପିତାଙ୍କ ଦେହାନ୍ତ ପରେ ତାଙ୍କ ମା ମଧ୍ୟ ଚଲାବୁଲା କରି ପାରୁନାହାନ୍ତି । ହେଲେ ଅକ୍ଷମତା ଓ ପାରିବାରିକ ସମସ୍ୟା ଭାଙ୍ଗି ପାରିନି ତାଙ୍କ ଦୃଢ ମନୋବଳ ତଥା ଅଦମ୍ୟ ବିଶ୍ବାସକୁ । କାହା ଆଗରେ ହାତ ନ ପତାଇ ନିଜର ଗ୍ରାହକ ସେବା କେନ୍ଦ୍ର ଜରିଆରେ ହୋଇ ପାରିଛନ୍ତି ସ୍ବାବଲମ୍ବୀ । ଯୋଗଗାଇ ପାରିଛନ୍ତି ପରିବାରକୁ ମୁଠାଏ ଦାନା । ଏହି ସଂଘର୍ଷମୟ ଯାତ୍ରାରେ ସାଥୀ ପାଲଟିଛନ୍ତି ତାଙ୍କ ପତ୍ନୀ ଜୟନ୍ତୀ । ମା’ଙ୍କ ସେବା ସୁଶ୍ରୂଷା କରିବା ଠାରୁ ଦିଲୀପଙ୍କୁ ଯାତାୟାତରେ ସହାୟକ ସାଜିଛନ୍ତି ପତ୍ନୀ ।

ଏହା ମଧ୍ୟ ପଢନ୍ତୁ... ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ

ସେହିପରି କୋଲାବ ଡ୍ୟାମ ସାଇଟ ଅଞ୍ଚଳରେ ରହୁଥିବା ଭଗବାନ ତନ୍ତୀଙ୍କ କାହାଣୀ ମଧ୍ୟ ସେଭଳି ସଂଘର୍ଷମୟ । ଚାଲିବାକୁ ଗୋଡ ନଥିବା ଦିବ୍ୟାଙ୍ଗ ହୋଇଥିଲେ ବି ନିଜ କାର୍ଯ୍ୟ ଦକ୍ଷତାରେ ଗତ ତିରିଶ ବର୍ଷ ଧରି ପାଖ ଆଖ ଚାରିଗୋଟି ଗାଁର ଲୋକଙ୍କ ହୃଦୟ ଜିତିଛନ୍ତି । ଲୋକେ ତାଙ୍କୁ କାମ କରିବାର ସୁଯୋଗ ପ୍ରଦାନ କରି ଜୀବନ ଜୀଇଁବାର ଆଧାର ସୃଷ୍ଟି କରିଥିବା ଭଗବାନ ମତ ପ୍ରକାଶ କରିଛନ୍ତି । ପିଲାଟିବେଳୁ ଘର ସାମ୍ନାରେ ଜଣେ ଦରଜି ଙ୍କ ପାଖରେ ବୋତାମ ସିଲାଇବା ଶିଖିଥିବା ଭଗବାନ , ଆଜି ନିଜେ ଜଣେ ଦରଜି ହୋଇ ପରିବାରର ଭରଣ ପୋଷଣ କରିପାରୁଥିବାରୁ ଗର୍ବିତ ଥିବା ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଭତ୍ତା ଠାରୁ ଆରମ୍ଭ କରି ଆବାସ ଯୋଜନାରେ ଘର ପାଇ ନିଜ ଟେଲରିଂ ଦୋକାନ ଖୋଲି ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଦୁଇପଇସା ଅର୍ଜନ କରିପାରିଥିଲେ । ତେବେ ସରକାରଙ୍କ ଦ୍ବାରା ସେ ପାଇଥିଲେ ବ୍ୟାଟେରୀ ଚାଳିତ ହ୍ବିଲ ଚେୟାର ।

୬ ମାସ ନଯାଉଣୁ ବ୍ୟାଟେରୀ ଖରାପ ହୋଇଯିବା ଫଳରେ ପୁଣି ସେ ଦୁର୍ଦିନରେ ଦିନ କାଟୁଛନ୍ତି । ବଜାରରେ ବ୍ୟାଟେରୀର ମୂଳ୍ୟ ଅଧିକ ଥିବାରୁ କିଣିବା ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି ଭଗବାନ । ଗତ କିଛିଦିନ ପୁର୍ବେ କିଛି ଦିବ୍ୟାଙ୍ଗଙ୍କୁ ସରକାର ସ୍ବତନ୍ତ୍ର ସ୍କୁଟି ପ୍ରଦାନ କରିଥିବା ବେଳେ ସେ କାହିଁକି ବାଦ ପଡିଲେ ତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ତେବେ ଶୁକ୍ରବାର ଦିନ କୋରାପୁଟ ରେ ବିଶ୍ବ ହ୍ବିଲ ଚେୟାର ଦିବସ ପାଳନ ଅବସରରେ ଭବିଷ୍ୟତରେ ଭଗବାନ ଭଳି ଦିବ୍ୟାଙ୍ଗଙ୍କୁ ସ୍କୁଟି ପ୍ରଦାନ କରାଯିବର ପ୍ରଚେଷ୍ଟା ଚାଲିଥିବା କୋରାପୁଟ ଡ଼ିଏସଏସଓ ତରୁଣ ତପନ ପ୍ରହରାଜ ଆଶ୍ବାସନା ଦେଇଛନ୍ତି । ଆୟୋଜିକ ସଭାରେ ଆତ୍ମନିର୍ଭରଶୀଳ ଦିବ୍ୟାଙ୍ଗ ଦିଲ୍ଲୀପଙ୍କ ପରି ଅନେକ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହ ସେଠାରେ ହ୍ବିଲ ଚେୟାର କ୍ରିକେଟ ମ୍ୟାଚ ସମସ୍ତଙ୍କୁ ଆକର୍ଷିତ କରିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.