ETV Bharat / state

ଅବ୍ୟବସ୍ଥା ଘେରରେ ଭଦ୍ରକ ନେହେରୁ ଷ୍ଟାଡିୟମ - Bhadrak Nehru Stadium

author img

By ETV Bharat Odisha Team

Published : Mar 24, 2024, 1:09 PM IST

Bhadrak Nehru Stadium: ଆଗେଇ ପାରୁନି ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ । ବର୍ଷା ପାଣିରେ ବୁଡି ରହିଛି ଷ୍ଟାଡିୟମ । ଅଧିକ ପଢନ୍ତୁ

Bhadrak Nehru Stadium
Bhadrak Nehru Stadium
Bhadrak Nehru Stadium

ଭଦ୍ରକ: ଅବ୍ୟବସ୍ଥା ଘେରରେ ଭଦ୍ରକର ଜିଲ୍ଲାସ୍ତରୀୟ ଷ୍ଟାଡିୟମ । ଲଗାଣ ବର୍ଷା ପରେ ପାଣିରେ ବୁଡି ରହିଛି ନେହେରୁ ଷ୍ଟାଡିୟମ୍ । ଏହାର ନବୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରିପାରୁନି କାମ । 2010 ମସିହାରେ ଏହି ଷ୍ଟାଡିୟମର ଉନ୍ନତି ପାଇଁ 12 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ 14 ବର୍ଷ ପରେ ମଧ୍ୟ ଏହାର ସଠିକ ସଦ ଉପଯୋଗ ହୋଇପାରୁନାହଁ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ, ଏନେଇ କୌଣସି ପ୍ରଶାସନିକ ଅଧିକାରୀ କି ନିର୍ବାଚିତ ଜନ ପ୍ରତିନିଧି, ମୁହଁ ଖୋଲିବାକୁ ନାରାଜ।

ଉନ୍ନତି କରଣ ନାମରେ କୋଟି କୋଟି ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି । ହେଲେ ପୂର୍ବରୁ ଷ୍ଟାଡିୟମର ଯେଉଁ ଅବସ୍ଥା ଦେଖିବାକୁ ମିଳିଥିଲା, ଏବେ ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କାରେ ଘାସ ବିଛା ଯାଇଥିବା ବେଳେ ବର୍ଷା ଜଳରେ ତାହା ପଚି ନଷ୍ଟ ହେବାକୁ ବସିଲାଣି । ବର୍ଷା ଜଳ ନିଷ୍କାସନ ପାଇଁ ନୂତନ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଜଳ ନିଷ୍କାସନ ନହେବାରୁ ଷ୍ଟାଡିୟମ ଭିତରେ ବର୍ଷା ପାଣି ଜମି ରହିଛି । ଷ୍ଟାଡିୟମ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଥିବା ବେଳେ ଅଦିନିଆ ବର୍ଷା ସବୁ କଛି ବିଗାଡି ଦେଇଛି । ଏବେ ଯଦି ଷ୍ଟାଡିୟମର ଅବସ୍ଥା ଏମିତି ତେବ ଆଗାମୀ ବର୍ଷା ଦିନରେ କିପରି ପରିସ୍ଥିତି ହେବ ତାହା ବେଶ ଅନୁମେୟ ହେଉଛି ।

ଏହା ମଧ୍ୟ ପଢନ୍ତୁ-ଜମି ମାଲିକାନା ପାଇଲା ଅଲିମ୍ପିକ୍‌ ସଂଘ, ବାରବାଟୀ ଷ୍ଟାଡିୟମ ବିକାଶରେ ଏଣିକି ନାହିଁ ବାଧା

ପ୍ରକାଶ ଥାଉକି, 1960 ମସିହାରେ ନିର୍ମିତ ହୋଇଥିଲା ଜିଲ୍ଲା ସ୍ତରୀୟ ଷ୍ଟାଡିୟମ । ସେତେବେଳେ ଏହାର ପରିଧି ଥିଲା 6 ଏକର 56 ଡିସିମିଲ । ହେଲେ 1968 ମସିହାରେ 5 ନମ୍ବର ଜାତୀୟ ରାଜପଥ ନିର୍ମାଣ ହେବା ଯୋଗୁଁ 67 ଡିସିମିଲି ଜମି ଅଧିଗ୍ରହଣ ହୋଇଥିଲା। ତେଣୁ ପରବର୍ତ୍ତୀ ସମୟରେ ଏହା 5 ଏକର 90 ଡିସିମିଲି ପରିଧି ମଧ୍ୟରେ ସୀମିତ ରହିଥିଲା ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ପକ୍ଷରୁ 2010 ମସିହାରେ ଏହି ଷ୍ଟାଡିୟମରେ 12 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ବରାଦ କରାଯାଇଥିବା ଜଣାପଡିଥିବା ବେଳେ ଅଦ୍ୟାବଧି ସେହି ଅର୍ଥ ସଠିକ ଭାବେ ବିନିଯୋଗ ହୋଇନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏହି ଭଦ୍ରକ ଜିଲ୍ଲା ସ୍ତରୀୟ ଷ୍ଟାଡିୟମର ଭିତ୍ତିଭୂମି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.