ETV Bharat / state

ଗାଁ ପୁଅ ହେଲା ସୈନିକ, ଗାଁକୁ ଫେରିବା ପରେ ଦେଲେ ଭବ୍ୟ ସ୍ବାଗତ - Village boy joined ARMY - VILLAGE BOY JOINED ARMY

Village boy joined ARMY in Balangir: ଦେଶ ସେବା ପାଇଁ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାମୁଣ୍ଡା ଗ୍ରାମର ପୁଅ ନିମାଇଁ ଚରଣ ବିଶି ଭାରତୀୟ ସୁରକ୍ଷା ବାହିନୀରେ ଚାକିରି ପାଇବା ନେଇ ଉତ୍ସବମୁଖର ପଣ୍ଡାମୁଣ୍ଡା । ଅଧିକ ପଢ଼ନ୍ତୁ,

ଗାଁ ପୁଅ ହେଲା ସୈନିକ
ଗାଁ ପୁଅ ହେଲା ସୈନିକ
author img

By ETV Bharat Odisha Team

Published : Apr 24, 2024, 8:00 AM IST

ଗାଁ ପୁଅ ହେଲା ସୈନିକ

ବଲାଙ୍ଗୀର: ଗାଁ ପୁଅ ହେଲା ସୈନିକ ଉତ୍ସବମୁଖର ପଣ୍ଡାମୁଣ୍ଡା । ଗାଁରୁ ପ୍ରଥମ ଥର ସୈନିକ ଚାକିରି ପାଇ ଗାଁକୁ ଫେରିବା ପରେ ତାଙ୍କୁ ଗ୍ରାମବାସୀ ପାଛୋଟି ନେଇ ଦେଇଛନ୍ତି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ଏଭଳି ଦୃଶ୍ୟ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏହି ଗ୍ରାମର ଗରିବ ପରିବାର କୃପାସିନ୍ଧୁ ବିଶି ଓ ଚଞ୍ଚଳା ବିଶିଙ୍କ ପୁଅ ନିମାଇଁ ଚରଣ ବିଶି ଭାରତୀୟ ସୁରକ୍ଷା ବାହିନୀରେ ଚାକିରି ପାଇଛନ୍ତି। ତେବେ ସେ ଗତ ଅକ୍ଟୋବର ମାସ 2023ରେ ବିଏସଏଫରେ ଚାକିରି ପାଇଥିଲେ। ଆଜି ଟ୍ରେନିଂ ସାରି ନିଜ ଜନ୍ମ ମାଟିକୁ ଫେରିଥିଲେ। ତେବେ ତାଙ୍କ ଚାକିରି ପାଇବାରେ ସେ କିମ୍ବା ତାଙ୍କ ପରିବାର ଯେତେ ଖୁସି ନଥିବେ ତାଠୁ ଅଧିକ ଗ୍ରାମବାସୀ ଏଥିରେ ଖୁସି ହୋଇଛନ୍ତି।

ଦେଶ ସେବା ପାଇଁ ସମସ୍ତଙ୍କୁ ଏଭଳି ସୁଯୋଗ ମିଳି ନଥାଏ । ତେବେ ତାଙ୍କ ଗ୍ରାମର ସେ ପ୍ରଥମ ଯୁବକ ଭାବରେ ଏହି ସୁଯୋଗ ପାଇଥିବାରୁ ଗ୍ରାମବାସୀ ଖୁସିରେ ବିଭୋର ହୋଇଛନ୍ତି। ତେବେ ଆଜି ଟ୍ରେନିଂ ସାରି ଗାଁ ପୁଅ ନୀମାଇ ଚରଣ ବିଶି ଗାଁକୁ ଫେରିଥିବା ବେଳେ ଗ୍ରାମବାସୀ ଏକାଠି ହୋଇ ଢୋଲ, ନଗାଡା ଓ ଫୁଲରେ ତାଙ୍କର ସ୍ବାଗତ କରିଥିଲେ। ସେହିପରି ଗାଁର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ ପରେ ତାଙ୍କୁ ନେଇ ସାରା ଗ୍ରାମରେ ଏକ ବଡ଼ ଶୋଭାଯାତ୍ରା କରିଥିଲେ । ଯାହାକୁ ଗ୍ରାମବାସୀ ଏକ ଉତ୍ସବ ଭାବରେ ପାଳନ କରିଥିଲେ। ସେପଟେ ସୈନିକ ଚାକିରି ପାଇଥିବା ନିମାଇଁ ଚରଣ ବିଶିଙ୍କ ସମ୍ପର୍କୀୟ କାକା ଭେଙ୍କଟ ରମଣ ବିଶି କହିଛନ୍ତି, "ପୁତୁରା ଆଜି ଏଥିରେ ସଫଳ ହୋଇଛି । ଦେଶ ସେବା କରିବା ପାଇଁ ସେ ବିଏସଏଫରେ ଚାକିରି ପାଇଛନ୍ତି। ଏଥିରେ ତାଙ୍କ ପରିବାର ବହୁ ଖୁସି ଥିବା ବେଳେ ଦେଶ ସେବା ପାଇଁ ତାଙ୍କ ପୁଅ ସୁଯୋଗ ପାଇଥିବାରୁ ସେମାନେ ଗର୍ବିତ ।"

ଏହା ମଧ୍ୟ ପଢ଼ନ୍ତୁ... ଜଳବାୟୁ ପରିବର୍ତ୍ତନରେ ବୃଦ୍ଧି ପାଉଛି ଧାନ ଉତ୍ପାଦନ: NRRI - 79th Foundation Day Of NRRI

ଅନ୍ୟପଟେ ଗ୍ରାମବାସୀ ନାରାୟଣ ପଟେଲ କହିଛନ୍ତି "ଏହା ତାଙ୍କ ଗାଁ ପାଇଁ ଏକ ଗର୍ବର ବିଷୟ ଅଟେ। ଏହି ଗ୍ରାମରୁ ଆଜି ଯାଏଁ କେହି ଏଭଳି ସୈନିକ ଚାକିରି ପାଇ ନଥିଲେ। ତେବେ ନିମାଇଁ ପ୍ରଥମ ଯୁବକ ଭାବରେ ଏହି ଗ୍ରାମରୁ ଦେଶ ସେବାର ସୁଯୋଗ ପାଇଛନ୍ତି। ଯାହା କୁନେଇ ସେମାନେ ଖୁବ ଖୁସି।" ସେହିପରି ଏହି ଯୁବକଙ୍କୁ ପାଥେୟ କରି ଏହି ଅଞ୍ଚଳର ଯୁବକ ମାନେ ମଧ୍ୟ ଆଗକୁ ଆସିବେ ବୋଲି ଲୋକ ମତ ପ୍ରକାଶ କରିଛନ୍ତି। ସେପଟେ ବିଏସଏଫ୍ ଯବାନ ନିମାଇଁ ଚରଣ ବିଶି କହିଛନ୍ତି "କଠୋର ପରିଶ୍ରମ ପରେ ଗତ ଅକ୍ଟୋବର 2023ରେ ଏହି ଚାକିରି ପାଇବାରେ ସଫଳ ହୋଇଥିଲି। ଏବେ ଟ୍ରେନିଂ ପରେ ନିଜ ଗାଁକୁ ଫେରିଥିବା ବେଳେ ଗ୍ରାମବାସୀ ସମସ୍ତେ ମୋତେ ଦେଇଥିବା ପ୍ରେମ ଓ ଶ୍ରଦ୍ଧାରେ ମୁଁ ଖୁବ ଖୁସି । ଏବେ ଦେଶ ପାଇଁ କାମ କରିବି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.