ETV Bharat / state

ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody - PRASANNA SENT TO JUDICIAL CUSTODY

Ganjam Assistant Engineer sent to judicial Custody: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶେଷରେ ଗିରଫ ହୋଇ ଜେଲ ଗଲେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ । ବାବୁଙ୍କ କୋଠା ଦେଖି ଭିଜିଲାନ୍ସ ତାଜୁବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ
ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Sep 12, 2024, 10:28 PM IST

ବ୍ରହ୍ମପୁର: ଜେଲ ଗଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶେଷରେ ଗିରଫ ହୋଇ ଜେଲ ଗଲେ ଭଞ୍ଜନଗର ଅଞ୍ଚଳର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ । ଭିଜିଲାନ୍ସ ପ୍ରସନ୍ନ ସ୍ବାଇଁଙ୍କ ଘର, ସରକାରୀ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଓ ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ଚାରି ମହଲା କୋଠା ସମେତ ମୋଟ୍ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିଲା । ଏହି ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାହା ସମ୍ପତ୍ତି ପାଇଛି ତାହା ବିଭାଗର ଆଖି ଝଲସି ଦେଲା ଭଳି ।

ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ (ETV Bharat Odisha)

ବାବୁ ରଖିଥିଲେ ଅମାପ ସମ୍ପତ୍ତି:

କୋଠାପ୍ରେମୀ ଯନ୍ତ୍ରୀ ଘର
କୋଠାପ୍ରେମୀ ଯନ୍ତ୍ରୀ ଘର (ETV Bharat Odisha)

ଆୟ ଠାରୁ ବହୁ ଗୁଣା ସମ୍ପତ୍ତି ରଖିଥିଲେ ଯନ୍ତ୍ରୀ । ପ୍ରସନ୍ନଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୮ କୋଟି ୧୧ ଲକ୍ଷ ୩୮ ହଜାର ୬୧୪ ଟଙ୍କା । ଯାହା ତାଙ୍କ ଆୟ ଠାରୁ ଏହା ୧୧୦୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଟିମ ଖୋଳତାଡ ସମୟରେ ଜାଣିବାକୁ ପାଇଛି । ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିକୁ ଦେଖିବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏଥିସହ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

କୋଠାପ୍ରେମୀ ଯନ୍ତ୍ରୀ:

ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ
ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ (ETV Bharat Odisha)

ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିବା ସମୟରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ ଟିମ୍ । ଏହି ସମୟରେ ବ୍ରହ୍ମପୁର ସହରର ତୁଳସୀନଗର ଅଞ୍ଚଳରେ ରହିଥିବା ୧୦,୪୦୦ ବର୍ଗମିଟର ଅଞ୍ଚଳର ୪ମହଲା କୋଠା ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ୪ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ଆକଳନ କରିଛି । ଭଞ୍ଜନଗର ଅଞ୍ଚଳର ଭେଜିପୁଟ ରାସ୍ତାରେ ବାଘ୍ରଦେବୀ ରାସ୍ତାରେ ମଧ୍ୟ ରହିଥିବା ୯୫୬୫ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ଚାରି ମହଲା କୋଠା ଠାବ କରିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ତିନି ଲକ୍ଷ ଟଙ୍କା ହେବ ।

ଏହା ମଧ୍ୟ ପଢନ୍ତୁ: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ

ଏହା ମଧ୍ୟ ପଢନ୍ତୁ:5 ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବଡ ସରକାରୀ ଅଧିକାରୀ

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ରେଡ୍

ଯନ୍ତ୍ରୀଙ୍କ କୋଠା ସଉକ, ତାଜୁବ ଭିଜିଲାନ୍ସ

ସେହିପରି ଭଞ୍ଜନଗର ଅଞ୍ଚଳର ଭେଜିପୁଟ ବାଘ୍ରଦେବୀ ରୋଡରେ ରହିଥିବା ୩୧୧୮ ବର୍ଗମିଟର ଅଞ୍ଚଳରେ ନିର୍ମିତ ତିନି ମହଲା ବିଶିଷ୍ଟ କୋଠା ସମେତ ଭଞ୍ଜନଗର ଅଞ୍ଚଳରେ ରହିଥିବା ତିନି ମହଲା କୋଠା, ଭଞ୍ଜନଗର ସହରର ୱାର୍ଡ ନଂ ୬ ରେ ରହିଥିବା ୫୮୫୦ ବର୍ଗମିଟର ବିଶିଷ୍ଟ ନିର୍ମାଣଧିନ ଦୁଇ ମହଲା କୋଠା, ଭଞ୍ଜନଗର ଅଞ୍ଚଳର ଲୁଡୁଲୁଡି ଅଞ୍ଚଳରେ ରହିଥିବା ପ୍ରାୟ ୧୧୩୦ ବର୍ଗମିଟର ବିଶିଷ୍ଟ ପୈତୃକ ବାସଭବନକୁ ସହକାରୀ ଯନ୍ତ୍ରୀ ଜଣଙ୍କ ପୁନଃରୁଦ୍ଧାର କରୁଥିବା ବେଳେ ମୋଟ ୬ ଗୋଟି ପ୍ଲଟ , ଦୁଇ ଶହ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ରହିଥିବା ବେଳେ ନଗଦ ଅର୍ଥ, ଦୁଇ ଚକିଆ ମୋଟର ସାଇକେଲ ମିଶାଯାଇ ମୋଟ ୬ ଲକ୍ଷ ୫୪ ହଜାର ଟଙ୍କା ରହିଛି । ଯାହାର ଭିଜିଲାନ୍ସ ଖୋଳତାଡ ଜାରି ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.