ETV Bharat / state

10ଟି ବନ୍ଦେ ଭାରତ ଭେଟି ଦେବେ ପ୍ରଧାନମନ୍ତ୍ରୀ: ଓଡିଶାକୁ ତିନି, ବ୍ରହ୍ମପୁରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - New Vande Bharat - NEW VANDE BHARAT

Vande Bharat express : ଓଡ଼ିଶାରେ ଆଜିଠାରୁ ଚାଲିବ ୩ ‘ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ । ବ୍ରହ୍ମପୁରରରୁ-ଟାଟାନଗର ଗଡ଼ିବ ଗୋଟିଏ ‘ବନ୍ଦେ ଭାରତ ଟ୍ରେନ’ । ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲରେ କରିବେ ଶୁଭାରମ୍ଭ । ଦେଶରେ ମୋଟ 10 ବନ୍ଦେ ଭାରତ ଏକ୍ସପ୍ରେସକୁ ଗ୍ରୀନଫ୍ଲାଗ ଦେଖାଇବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

VANDE BHARAT
VANDE BHARAT (Etv Bharat)
author img

By ETV Bharat Odisha Team

Published : Sep 14, 2024, 11:25 AM IST

Updated : Sep 15, 2024, 8:40 AM IST

ବ୍ରହ୍ମପୁର: ଆଜି ରାଜ୍ୟରେ ଗଡିବ ଆଉ ତିନୋଟି ‘ବନ୍ଦେ ଭାରତ ଏକ୍ସପ୍ରେସ’ । ବ୍ରହ୍ମପୁରରୁ ଟାଟାନଗରକୁ ଗଡିବାକୁ ଥିବା ଏକ୍ସପ୍ରେସକୁ ବ୍ରହ୍ମପୁରରେ ଶୁଭାରମ୍ଭ ହେବ । ଟାଟାନଗରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇ ଏହି ଟ୍ରେନଗୁଡିକର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ଥାନୀୟ ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିବେ ।

Vande Bharat express inaugurate (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁୃ-ରାଜ୍ୟ ପାଇଁ ଖୁସି ଖବର, 15ରେ ଗଡ଼ିବ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ - New Vande Bharat

  • ଷ୍ଟେସନ ତଦାରଖ:

ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ଵର ଫୁଙ୍କଆରଙ୍କ ସେମେତ ଖୋର୍ଦ୍ଧା ରୋଡ ସ୍ଥିତ ଡିଆରଏମ୍ ଏଚ୍.ଏସ୍. ବାଜୱା ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଗତକାଲି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଆସି ଷ୍ଟେସନର ତଦାରଖ କରିଥିଲେ । ‘ବନ୍ଦେ ଭାରତ ଏକ୍ଲପ୍ରେସ’ ବ୍ରହ୍ମପୁର ଷ୍ଟେସନରେ ୪-ନମ୍ୱର ପ୍ଲାର୍ଟଫର୍ମର କେଉଁ ସ୍ଥାନରେ ରହିବ, ଉକ୍ତ ପ୍ଲାର୍ଟଫର୍ମରେ କେଉଁ କେଉଁ ସୁବିଧା ରହିଛି, ଆର୍.ପି.ଏଫ୍ ବ୍ୟାରେକଠାରୁ ଆରମ୍ଭ କରି ଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ମହଜୁଦ ରହିଛି କି ନାହିଁ, ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ କେଉଁ ସ୍ଥାନରୁ ହେବ, ସାଧାରଣ ସଭା କେଉଁଠି ହେବ ସେନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ରେଳ ଷ୍ଟେସନର ସ୍ଥିତି ତଦାରଖ କରିଥିଲେ ।

Vande Bharat express
Vande Bharat express (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-Good News: ଓଡ଼ିଶା ପାଇଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ସରିଲା ଟ୍ରାଏଲ-ରନ୍, ଏହି ସ୍ଥାନକୁ ଗଡ଼ିବ - Vande Bharat Trial Run

  • ବ୍ରହ୍ମପୁରରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ:

ଏହି ଅବସରରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ଵର ଫୁଙ୍କଆର ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି, ''ଆସନ୍ତାକାଲି ଦିନ ୧୧ଟା ସମୟରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁରରୁ ଗଡିବାକୁ ଥିବା ଟ୍ରେନର ଟାଟାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେକାଇ ଭିଡିଓ କନଫରେସିଂ ମାଧ୍ୟମରେ ଶୁଭାରମ୍ଭ କରିବେ । ରେଳମନ୍ତ୍ରୀ ଟାଟାନଗରରେ ଉପସ୍ଥିତ ରହିବେ । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବୋଧନ କରିବେ । ସାଂସଦ ଓ ବିଧାୟକ ମାନେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ବ୍ରହ୍ମପୁରରେ ସେହି ଦିନ ସକାଳ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହେବ ।

ଏହା ମଧ୍ୟ ପଢନ୍ତୁ-Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 15, 2024, 8:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.