ETV Bharat / state

ଅଦିନିଆ ବର୍ଷା ଡାକି ଆଣିଲା ଦୁଃଖ, ଚିନ୍ତାରେ ବୌଦ୍ଧ ଚାଷୀ - Farmer worries for Untimely Rain

Untimely Rain brings worries for Farmer: ଅଦିନିଆ ବର୍ଷା ସାଙ୍ଗକୁ ଧାନ ମଣ୍ଡିରେ ଅବ୍ୟବସ୍ଥା କରୁଛି ଚାଷୀଙ୍କୁ ହନ୍ତସନ୍ତ । ଧାନ ମଣ୍ଡିରେ ଅବ୍ୟବସ୍ଥା କାରଣରୁ ବର୍ଷାରେ ଭିଜୁଛି ଧାନ । ଅଧିକ ପଢ଼ନ୍ତୁ

ଅଦିନିଆ ବର୍ଷା ବଢାଉଛି ଚାଷୀଙ୍କ ଚିନ୍ତା
ଅଦିନିଆ ବର୍ଷା ବଢାଉଛି ଚାଷୀଙ୍କ ଚିନ୍ତା
author img

By ETV Bharat Odisha Team

Published : Jan 25, 2024, 9:31 AM IST

ଅଦିନିଆ ବର୍ଷା ବଢାଉଛି ଚାଷୀଙ୍କ ଚିନ୍ତା

ବୌଦ୍ଧ: ଅଦିନିଆ ବର୍ଷା ସାଙ୍ଗକୁ ଧାନ ମଣ୍ଡିରେ ଅବ୍ୟବସ୍ଥା କରୁଛି ଚାଷୀଙ୍କୁ ହନ୍ତସନ୍ତ । ଧାନ ମଣ୍ଡିରେ ଅବ୍ୟବସ୍ଥା କାରଣରୁ ବର୍ଷାରେ ଭିଜୁଛି ଧାନ । ଅନେକ ଧାନ ମଣ୍ଡିରେ ଧାନ ରଖିବା ସୁବିଧା ନଥିବାରୁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଜଳସେଚନ ବ୍ୟବସ୍ଥାକୁ ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣି ଦେଇଛି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବର୍ଷା ଯୋଗୁଁ ଧାନ ଭିଜି ଯାଇଥିବା ବେଳେ ଏନେଇ ଚାଷୀ ମାନେ ବିଭାଗୀୟ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । ଗୋଟିଏ ପଟରେ ଗତକାଲି ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ ହୋଇଥିବା ବେଳେ ଅନ୍ୟ ପଟରେ ଜିଲ୍ଲାରେ ଜଳସେଚନ ପ୍ରକଳ୍ପକୁ ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଅବ୍ୟବସ୍ଥା ଘେରରେ ରହିଥିବା ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖ ବେଶ ବଢାଇ ଦେଇଛି । ଗତ ମଙ୍ଗଳବାର ଠାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଏହା ଦ୍ବାରା ଚାଷୀ କୂଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମୁଦାୟ ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା, 26 ପରେ ବଦଳିବ

ଧାନ ମଣ୍ଡିରେ ଧାନକ୍ରୟ କିମ୍ବା ଚାଷୀଙ୍କ ପାଇଁ କୌଣସି ଆନୁସଙ୍ଗିକ ସୁବିଧା କରାଯାଇ ନଥିବା ବେଳେ ଅଧିକାଂଶ ମଣ୍ଡିରେ କଟନୀ ଛଟନୀ ଯୋଗୁଁ ଚାଷୀ ଅତିଷ୍ଠ ହୋଇ ପଡିଛନ୍ତି । ଅଧିକାଂଶ ସ୍ଥାନରେ ମଣ୍ଡି ନଥିବାରୁ ଖୋଲା ଆକାଶ ତଳେ ନଚେତ ଭଙ୍ଗା ଦଦରା ଘରେ ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି । ହେଲେ ଅଦିନିଆ ବର୍ଷା ଚାଷୀ ଦୁଃଖକୁ ଅଧିକ ବଢ଼ାଇ ଦେଇଛି । ଅନେକ ଧାନ ମଣ୍ଡିରେ ଚାଷୀ ଜରିପାଲ ଘୋଡ଼ାଇ ଧାନକୁ ଜଗିଥିବା ବେଳେ ବର୍ଷା ପାଣି ଯୋଗୁଁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟରେ ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତର ଉଠା ଜଳସେଚନ ବିଭାଗ ପକ୍ଷରୁ ଜଳ ବଣ୍ଟନ ପାଇଁ ଚାଷୀଙ୍କୁ ଆହ୍ବାନ ଦିଆଯାଇଥିଲା । ଅନ୍ୟ ପଟରେ ବୌଦ୍ଧ ଜିଲ୍ଲାର ଗୁରୁଜୀମୁଣ୍ଡା ନିକଟସ୍ଥ ଗମ୍ଭୀରାଦରହ ଠାରେ ସେଚ ପ୍ରକଳ୍ପ ପାଇଁ ଆଜି ଭାରତୀୟ କିଷାନ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.