ETV Bharat / state

ଉଚ୍ଚଶିକ୍ଷାନଷ୍ଠାନରେ ହେବ ବର୍ଷକୁ ଦୁଇଥର ନାମଲେଖା, ଉପକୃତ ହେବେ ଛାତ୍ରଛାତ୍ରୀ - UGC Notification on Admissions - UGC NOTIFICATION ON ADMISSIONS

Universities to be allowed admissions twice in a year: ବିଦେଶରେ ଯେଉଁ ଭଳି ଭାବରେ ଶିକ୍ଷାଦାନ କରାଯାଉଛି ବର୍ଷକୁ ଦୁଇଥର ନାମ ଲେଖା ଯାଉଛି ସେହିଭଳି ଭାରତରେ ଉଚ୍ଚଶିକ୍ଷାନଷ୍ଠାନରେ ବର୍ଷକୁ ଦୁଇଥର ନାମଲେଖା ହେବ । ଅଧିକ ପଢ଼ନ୍ତୁ,

UGC NOTIFICATION
UGC NOTIFICATION (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 7:42 PM IST

ଭୁବନେଶ୍ବର: ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର। ଏଣିକି ଉଚ୍ଚଶିକ୍ଷାନଷ୍ଠାନରେ ବର୍ଷକୁ ଦୁଇଥର ହେବ ନାମଲେଖା। ଛାତ୍ରଛାତ୍ରୀଙ୍କୁ ମିଳିବ ପାଠପଢ଼ାରେ ଅଧିକ ସପୋର୍ଟ ଏବଂ କ୍ୟାମ୍ପସ ନିଯୁକ୍ତି। ବିଦେଶରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ନାମଲେଖା ହୋଇପାରିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମୁଖ୍ୟ ଜଗଦେଶ କୁମାର କହିଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ୟୁଜିସି ପକ୍ଷରୁ କୁହାଯାଇଛି । ଜୁଲାଇ- ଅଗଷ୍ଟ ଏବଂ ଜାନୁଆରୀ -ଫେବ୍ରୃଆରୀରେ ନାମଲେଖା ପ୍ରକ୍ରିୟା କରାଯିବ । ଯଦି ବର୍ଷକୁ ଦୁଇଥର ନାମଲେଖା ହୁଏ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

UGC NOTIFICATION (ETV Bharat Odisha)

ତେବେ ଯଦି କୌଣସି ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଥିବେ ତେବେ ସେମାନଙ୍କୁ ଆଉ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେମାନେ ସେହି ଶିକ୍ଷାବର୍ଷରେ ହିଁ ନାମଲେଖାଇ ପାରିବେ । ବୋର୍ଡ ରେଜଲ୍ଟ ପ୍ରକାଶ ହୋଇନଥିବା ତଥା ସ୍ୱାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ କୌଣସି ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ନଥିଲେ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବ। ସେହିଭଳି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ଦେଇପାରନ୍ତି ବୋଲି ଶିକ୍ଷାବିତ ଜଳିଲ୍ ଖାଁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ଵାରା ଛାତ୍ରଛାତ୍ରୀ ମାନେ ଅଧିକ ଉପକାର ପାଇ ପାରିବେ। ଯେଉଁମାନେ ପ୍ରଥମ ଭାଗରେ ନାମ ଲେଖାଇ ପାରିନାହାନ୍ତି ସେମାନେ ଦ୍ଵିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିବେ। ଯାହା ଫଳରେ ଗୋଟିଏ ପିଲା ଆଉ ଏକ ବର୍ଷ ଡ୍ରପ କରିବାକୁ ପଡ଼ିବ ନାହିଁ।

ଏହା ମଧ୍ୟ ପଢ଼ନ୍ତୁ..ଜୁନ୍‌ ୭ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିଭଳି କରିବେ ଆବେଦନ ? - Plus Two Admission Form Apply Date

ଏପଟେ ଅଭିଭାବକ ଏବଂ ଛାତ୍ରୀ କହିଛନ୍ତି ଯେ, ପିଲାମାନଙ୍କ କ୍ଷେତ୍ରରେ ଆଉ ପ୍ରତିଯୋଗୀ ମାନସିକତା ବୃଦ୍ଧି ପାଇବ ନାହିଁ। ବିଦେଶରେ ଯେଉଁ ଭଳି ଭାବରେ ଶିକ୍ଷାଦାନ କରାଯାଉଛି ବର୍ଷକୁ ଦୁଇଥର ନାମ ଲେଖା ଯାଉଛି ସେହିଭଳି ଭାବରେ ଯଦି ଭାରତରେ ହୁଏ ତେବେ ଶିକ୍ଷା କ୍ଷେତ୍ରରେ ଆହୁରି ଗୁଣାତ୍ମକ ଶିକ୍ଷାରମାନ ବୃଦ୍ଧି ଘଟିବ। ଏହା ଦ୍ବାରା ପାଠ ପଢ଼ିବା ପାଇଁ ପିଲାମାନେ ସମସ୍ତ ଦିଗରୁ ସୁଯୋଗ ନେଇପାରିବେ। ସୂଚନା ଅନୁଯାୟୀ, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦ୍ୱିବର୍ଷୀୟ ନାମଲେଖା ପ୍ରକ୍ରିୟା ଅନୁସରଣ କରୁଛନ୍ତି । ଯଦି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ଏହାକୁ ଅନୁସରଣ କରନ୍ତି, ତେବେ ଆମର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ସେମାନଙ୍କର ଅନ୍ତର୍ଜାତୀୟ ସହଯୋଗ ଏବଂ ଛାତ୍ର ବିନିମୟକୁ ବଢ଼ାଇ ପାରିବେ। ଫଳରେ ଆମର ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ମନବଳାଇବା ସହିତ ବିଶ୍ୱବିସ୍ତରୀୟ ଶିକ୍ଷାଗତ ଯୋଗ୍ୟତା ସହିତ ସମସ୍କନ୍ଦ ହୋଇପାରିବା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.