ETV Bharat / state

ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସର ହେବ ନବକଳେବର, ୧୪ ବର୍ଷ ଧରି ହୋଇପଡିଥିଲା ଅଚଳ - Panchadeep Market Complex Issue

author img

By ETV Bharat Odisha Team

Published : Jul 29, 2024, 8:33 PM IST

Panchadeep Market Complex Issue: ରାଜଧାନୀ ଭୁବନେଶ୍ବରର ୟୁନିଟ ୪ ସ୍ଥିତ ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସର ହେବ ନବକଳେବର । ଏଥିପାଇଁ କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଏମସି ମେୟର । ବିଏମସି ପକ୍ଷରୁ କେଉଁ ସବୁ ଉନ୍ନତିମୂଳକ କାମ ହେବ ଜାଣନ୍ତୁ ।

Panchadeep Market Complex
Panchadeep Market Complex (ETV Bharat Odisha)

ଭୁବନେଶ୍ବର: ୟୁନିଟ ୪ ସ୍ଥିତ ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସର ହେବ ନବକଳେବର । ଖୋଲିବ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସ । ୧୪ ବର୍ଷ ହେବ ବନ୍ଦ ପଡିଥିବା ମାର୍କେଟ କମ୍ପ୍ଲେକ୍ସର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଏମସି ମେୟର । ସୂଚନା ଅନୁସାରେ, ୧୦ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦୋକାନ ଘର ଗୁଡିକ କାମରେ ଆସୁନଥିଲା । ଫଳରେ ଏଠାରେ ବ୍ୟବସାୟ ଠପ ଥିବାବେଳେ ସନ୍ଧ୍ୟା ହେଲେ ଜମୁଛି ନିଶାସକ୍ତ ଲୋକଙ୍କ ଆଡ୍ଡା । ଆଜି ବିଏମସି ମେୟର ୟୁନିଟ ୪ ମାର୍କେଟ ବୁଲିବାକୁ ଯାଇଥିବାବେଳେ ବ୍ୟବସାୟୀଙ୍କ ଅଭିଯୋଗ ପରେ ମାର୍କେଟ କମ୍ପ୍ଲେକ୍ସର କାମ ଆରମ୍ଭ ହେବ ବୋଲି କହିଛନ୍ତି ।

ବନ୍ଦ ପଡ଼ିଛି ପଞ୍ଚଦୀପ ମାର୍କେଟ କମ୍ଲେକ୍ସ:
ସୂଚନା ଅନୁସାରେ, ଉଦଘାଟନ ପରେ ୧୪ ବର୍ଷ ହେଲା ବନ୍ଦ ପଡ଼ିଛି ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସ । ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇପାରିନାହିଁ । ଆଜି ସ୍ଥିତି ପରଖିବା ପରେ ଖୁବଶୀଘ୍ର ଯୋଜନା ଅନୁଯାୟୀ କାମ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, "୨୪ ଘଣ୍ଟିଆ ସିକ୍ୟୁରିଟି, ସ୍ବଚ୍ଛ ପରିବେଶ, ଫାଷ୍ଟଫୁଡ୍ କୋର୍ଟ, କାର ଓ ବାଇକ୍ ପାର୍କିଂ ବ୍ୟବସ୍ଥା ରହିବ ପଞ୍ଚଦୀପ ମାର୍କେଟ ରାତିର ରଙ୍ଗୀନ ଆଲୁଅରେ ଝଲସିବ ।" ଏହି କ୍ୟାମ୍ପସକୁ କବଜା କରି ଯେଉଁମାନେ ଏବେ ଦୋକାନ କରିଛନ୍ତି ସେସବୁକୁ ଭଙ୍ଗାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମେୟର।

ପଞ୍ଚଦୀପ ମାର୍କେଟ କମ୍ଲେକ୍ସ କେବେ ଉଦଘାଟନ ହୋଇଥିଲା ?

୨୦୧୦ ମସିହାରେ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ର ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ । ଯେହେତୁ ପଞ୍ଚଦୀପ ମାର୍କେଟ ପିପିପି ମୋଡରେ ତିଆରି ହୋଇଥିଲା । ତେଣୁ ବିଏମସି ଓ ପ୍ରାଇଭେଟ ମାଲିକଙ୍କ ଭିତରେ ଦୋକାନ ବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରାଇଭେଟ ମାଲିକ ତାଙ୍କ ଦୋକାନ କିଛି ପରିମାଣର ଆରମ୍ଭ କରିଥିଲେ ବି ବିଏମସି ଗୋଟିଏ ଦୋକାନ ଆଶାୟୀ ଲୋକଙ୍କୁ ଦେଇପାରିନାହିଁ । କିନ୍ତୁ ଦୋକାନ କରି ପେଟ ପୋଷିବା ପାଇଁ ଅନେକ ଆଶାୟୀ ଅଛନ୍ତି । ମାର୍କେଟ ଆରମ୍ଭ ହେଲେ ଆସୋସିଏସନ ଗଠନ ପାଇଁ ବିଏମସି ନିର୍ବାଚନ କରିବ ବୋଲି ମେୟର କହିଛନ୍ତି ।

ମାର୍କେଟ କମ୍ଲେକ୍ସକୁ ନେଇ ବ୍ୟବସାୟୀ ଅସନ୍ତୋଷ:

ମାର୍କେଟ କମ୍ପ୍ଲେକ୍ସ ଏଭଳି ଅଚଳ ପଡିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ଖାଲି ସେତିକି ନୁହେଁ, ଦୋକାନ ଘର ପିଛା ଅତ୍ୟଧିକ ଦାମ ନିଆଯାଉଥିବାରୁ ମଧ୍ୟ ବ୍ୟବସାୟୀଙ୍କ ମୁହଁ ଫେରାଉଛନ୍ତି । ବ୍ୟବସାୟୀ ଅଭିଯୋଗ କରି ଆହୁରି କହିଛନ୍ତି, "ମାର୍କେଟ କମ୍ପ୍ଲେକ୍ସରେ ବିଦ୍ୟୁତ୍ ସରବରାହ, ସଫେଇ, ଟଏଲେଟର ବ୍ୟବସ୍ଥା ନଥିବାରୁ ବ୍ୟବସାୟୀମାନେ ଦୋକାନ ନେବାକୁ ରାଜି ହେଉନାହାନ୍ତି । ସେଥିପାଇଁ ନିର୍ମାଣର ୧୪ ବର୍ଷ ପରେ ମଧ୍ୟ ଏବେ ବି ୮୩ ଦୋକାନ ଘର ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି ।

ଏହା ବି ପଢନ୍ତୁ...ରାଜଧାନୀରେ ବନ୍ଦ ହେବ ମୁକୁଳା ଡ୍ରେନ; ମାସକ ଭିତରେ ସରିବ ବ୍ୟାରିକେଡ କାମ - Slabbing Of Open Drains

ବ୍ୟବସାୟ ସଂଘର ସମ୍ପାଦକ କହିଛନ୍ତି, "ୟୁନିଟ ୪ ମାର୍କେଟର ପରିସୀମା ଏବେ ବଢିବାକୁ ଲାଗିଛି । ଦୋକାନୀମାନଙ୍କର ସୁବିଧା, ଅସୁବିଧା ଏବଂ ଆବଶ୍ୟକ ଥିବା କାମକୁ ବିଏମସି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ।"

କେଉଁ ସୁବିଧା କରାଯିବ:
ନୂଆ ରାସ୍ତା, ପିଣ୍ଡି, ସହ ହାଟର ଚତୁଃପାର୍ଶ୍ବରେ ହେବ ପାଚେରୀ । ଏହାସହ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ ରହିବ । ହାଟ ମଧ୍ୟରେ ଥିବା ୨୩୧ଟି ଦୋକାନ ଘର ଏବଂ ୧୯୫ ଖୋଲା ପିଣ୍ଡିର ମରାମତି କରାଯିବ । ଏହା ବାଦ୍ ହାଟରେ ଖୋଲା ପଡ଼ିଆରେ ବ୍ୟବସାୟ କରୁଥିବା ୨୯୭ ବ୍ୟବସାୟୀଙ୍କୁ ସ୍ୱତନ୍ତ୍ର ଭାବେ ହାଟରେ ଥଇଥାନ କରାଯିବା ନେଇ ମେୟର ସୂଚନା ଦେଇଛନ୍ତି। । ମେୟର କହିଛନ୍ତି, "ହାଟରେ ଯେଭଳି ଅଗ୍ନିନିର୍ବାପକ ଯନ୍ତ୍ର, ପାନୀୟ ଜଳ ଏବଂ ସଫେଇକୁ ଗୁରୁତ୍ଵ ଦେବ ବିଏମସି। ଦୋକାନୀ ଫିଙ୍ଗୁଥିବା ଅଳିଆ ପାଇଁ ଫାଇନ ଆଦାୟ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.