ରାୟଗଡ଼ା : ଜୀବନ ନେଲା ଲୌହ ଦାନବ । ରାୟଗଡ଼ା-ଜେକେପୁର ମଧ୍ୟରେ ଟ୍ରାଏଲ ରନ କରାଯାଉଥିଲା । ସେହି ସମୟରେ ୨ ଜଣଙ୍କ ଉପରେ ଟ୍ରେନ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେନେଇ ସେଠାରେ ଉତ୍ତେଜନା ପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନ ଆସିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ।
ରେଳ ଚଳାଚଳକୁ ସୁଗମ କରିବାକୁ ରାୟଗଡ଼ାରୁ ସିଙ୍ଗାପୁର ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାମ ଚାଲିଛି । ସେନେଇ ଆଜି ରାୟଗଡ଼ା-ଜେକେପୁର ମଧ୍ୟରେ ଟ୍ରାଏଲ ରନ କରାଯାଉଥିଲା । ତେବେ ଟ୍ରାଏଲ ରନ ବେଳେ ୨ ଜଣଙ୍କ ଉପରେ ଟ୍ରେନ ଚଢ଼ିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେଉଁ ପରିସ୍ଥିତିରେ ଏମିତି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ରେଳ ନିରାପତ୍ତା କମିସନର ବ୍ରିଜେଶ କୁମାର ଆଜି ସକାଳେ ଏହି ଲାଇନ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ହିଁ ଅଘଟଣର ସୂଚନା ମିଳିଛି । ଗାଡି ପ୍ରାୟ ସାଢ଼େ ୯ ଟାରେ ଟ୍ରାଏଲ ପାଇଁ ବାହାରିଥିବା ବେଳେ ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଟ୍ରାକରେ କଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ
ମୃତକ ମାନେ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଲଗୁଡା ଗାଁର ଆମିସିରାଓ ପୁଲାକା ଓ ଶିବାନା କାଡ୍ରାକା । କୌଣସି କାରଣ ବସତ ଦୁଇଜଣ ରେଳ ଟ୍ରାକ ଉପରେ ବସିଥିବା ବେଳେ ସ୍ପିଡ ମେକର ଟ୍ରାଇଲ ଇଞ୍ଜିନ ଆସି ଦୁଇ ଜଣଙ୍କୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୁହିଁଙ୍କର ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କ୍ଷତି ପୂରଣ ଦାବିରେ ଗାଁ ଲୋକ ଅଡ଼ି ବସିଥିଲେ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ବୁଝାସୁଝା କରିବାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।
ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ‘‘ପାଖରେ ଗାଁ ଗଣ୍ଡା ଥିବାରୁ ଟ୍ରାଏଲ ରନ ପୂର୍ବରୁ ହର୍ଣ୍ଣ ଦେବାର ଥିଲା । ଯେହେତୁ ତୃତୀୟ ଲାଇନର କାମ ଚାଲିଥିଲା ଅଜାଣତରେ ସେମାନେ ସେଠାକୁ ଯାଇଥିଲେ । ରେଳ କର୍ମଚାରୀ ପକ୍ଷରୁ ସଙ୍କେତ ଦିଆଯାଇଥିଲେ ଏଭଳି ଘଟଣା ଘଟି ନଥାନ୍ତା ।’’
ଇଟିଭି ଭାରତ, ରାୟଗଡ଼ା