ETV Bharat / state

ଅସଦାଚରଣ କରିଥିବା ଅଭିଯୁକ୍ତକୁ ବାନ୍ଧୁନି ପୋଲିସ, ତାତିଲା ଆଦିବାସୀ ସଂଘ

author img

By ETV Bharat Odisha Team

Published : Jan 26, 2024, 10:19 AM IST

Tribal Community Protest: ଅବକାରୀ କର୍ମଚାରୀ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା ଆଦିବାସୀ ସଂଘ । ଅଧିକ ପଢନ୍ତୁ

ଆଦିବାସୀ ମହିଳାଙ୍କୁ ଅସାଦାଚରଣ ଅଭିଯୋଗ, ଏସଡିପିଓ କାର୍ଯ୍ୟଳୟ ଘେରିଲେ ସଂଘ

ଢେଙ୍କାନାଳ: ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଏସଡିପିଓ ଅଫିସ ଘେରିଲେ ଆଦିବାସୀ । ବାରମ୍ବାର ଅଭିଯୋଗ ସତ୍ତ୍ବେ ଗିରଫ କରାଯାଉନଥିବା ଅଭିଯୋଗ କରିଛି ଆଦିବାସୀ ସଂଘ । ଗତକାଲି ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳିନାହିଁ ,ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଅବକାରୀ କର୍ମଚାରୀ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ସୂଚନାମୁତାବକ ଗତ ୧୦ ତାରିଖ (ବୁଧବାର) ସକାଳ ସମୟରେ କଙ୍କଡାହାଡ ଥାନା ବାଲିକୁମା ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିଲା । ଚଢାଉ ବେଳେ ସେହି ଗ୍ରାମର ଟୁଡୁ ମଦ ରାନ୍ଧୁଥିବା ଅଭିଯୋଗରେ ଅବକାରୀ ବିଭାଗର କର୍ମଚାରୀମାନେ ମହିଳାଙ୍କୁ ଟଣାଓଟରା କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହେଇଛି । ଏହାସହ ମହିଳାମାନଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ସେମାନଙ୍କ ଘରୁ ଆସବାବପତ୍ର ଫିଙ୍ଗା ଫୋପଡା ଓ ଲୁଟପାଟ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଅବକାରୀ ବିଭାଗର ଉକ୍ତ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗତ ୧୨ ତାରିଖରେ କଙ୍କଡାହାଡ ଥାନା ସମ୍ମୁଖରେ ଘେରାଉ କରିବା ସହ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ଓ କଙ୍କଡାହାଡ ତହସିଲଦାର ପହଞ୍ଚି ୭ ଦିନ ଭିତରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଜଗତସିଂହପୁରରେ ମଣ୍ଡି ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

ହେଲେ ଆଜକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳିଲାନାହିଁ । ଯାହାଫଳରେ ଗତକାଲି ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଜିରିଡାମାଳି ଛକଠାରୁ ଏକ ରାଲିରେ ବାହାରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହୋବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ।

ଇଟିଭି , ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.