ETV Bharat / state

ଆଜି ବି ମନେପଡ଼େ ଆଦିବାସୀଙ୍କ ହୁଙ୍କାର, ଗୁଣ୍ଡୁରିଆରେ ଶହୀଦ ଦିବସ ପାଳିତ

author img

By ETV Bharat Odisha Team

Published : Feb 7, 2024, 5:00 PM IST

Gunduria Shahid Diwas: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ପାଳନ କରାଯାଇଛି ଶହୀଦ ଦିବସ । ଆଦିବାସୀ ଲୋକେ ପୂଜାର୍ଚ୍ଚନା । ଅଧିକ ପଢ଼ନ୍ତୁ

ଗୁଣ୍ଡୁରିଆରେ ଶହୀଦ ଦିବସ ପାଳିତ
ଗୁଣ୍ଡୁରିଆରେ ଶହୀଦ ଦିବସ ପାଳିତ
ଶହୀଦ ଦିବସ

ରାଇରଙ୍ଗପୁର: ଆଦିମ ଜନଜାତି ଆଦିବାସୀ ସଂପ୍ରଦାୟ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ପାଳନ କରାଯାଇଛି ଶହୀଦ ଦିବସ । ଶହୀଦ ଆଦିବାସୀମାନଙ୍କୁ ସ୍ମରଣ କରିବା ପାଇଁ ଗୁଣ୍ଡୁରିଆ ଠାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରିଛନ୍ତି ଶହୀଦ ଦିବସ । ଏହି ଅବସରରେ ଓଡ଼ିଶା ରାଜ୍ୟ ସମେତ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗଦାନ କରିଥିଲେ । ହାତରେ ଧନୁତୀର ଧରି ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଗୁଣ୍ଡୁରିଆର ଆଦିବାସୀ । ଜୟ ଜିନ୍ଦ, ଜୟ ଜିନ୍ଦ ନାରା ସହିତ ନାଗରା ବାଜାର ଶବ୍ଦରେ ଚାରିଆଡ କମ୍ପି ଉଠିଥିଲା । ଶହୀଦ ହୋଇଥିବା ସ୍ଥାନରେ ଗୁଣ୍ଡୁରିଆର ଆଦିବାସୀ ଲୋକେ ପୂଜାର୍ଚ୍ଚନା କରିବା ସହିତ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ ।

ତେବେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ଆଦିବାସୀ ସଂପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର "ଦିଶୋମ ରାଜ୍ୟ" ଘୋଷଣା କରିବାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନ୍‌ଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୁଇୟାଁ, ଲୋଧା ଖାଡିଆ ଏବଂ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଏନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶହ ଶହ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ଯୋଗ ଦେଇଥିଲେ । ତେବେ କୌଣସି କାରଣ ବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳିବର୍ଷଣ କରିଥିଲା ପୋଲିସ । ଆଉ ଏହି ଗୁଳିମାଡରେ ଟଳିପଡ଼ିଥିଲେ ଶତାଧିକ ଆଦିବାସୀ ।

ଏହାରି ଭିତରେ ଦୀର୍ଘ 75 ବର୍ଷ ବିତି ଗଲାଣି । ହେଲେ ଆଜି ବି ପୋଲିସ ଗୁଳିରେ ଆଖି ବୁଜିଥିବା ଆଦିବାସୀଙ୍କ ଘଟଣା ଲୋକଙ୍କ ମନରୁ ଲିଭି ପାରୁନି । ଆଦିବାସୀ ସଂପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଶହୀଦଙ୍କ ସ୍ମୃତି ଚାରଣ କରିଥିଲେ । ସେଠାରେ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ସାନ୍ତାଳୀ ପାରମ୍ପରିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଦିନକୁ ମନେ ପକେଇ ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଆଦିବାସୀ ପରମ୍ପରାର ନିଆରା ପର୍ବ ଟୋକିମରା ପାଳିତ

ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୬ ତାରିଖରେ ଶହୀଦ ଦିବସ ପାଳନ କରା ଯାଉଥିବାବେଳେ ଦୀର୍ଘ 75 ବର୍ଷ ତଳେ ହୋଇଥିବା ଏହି ଗୁଳିକାଣ୍ଡର ଘଟଣାର ତଦନ୍ତ ହୋଇପାରିନାହିଁ । ଏଥି ସହିତ ଏଠାରେ ଶହୀଦ ହୋଇଥିବା ଲୋକମାନଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ମଧ୍ୟ କରାଯାଇ ନଥୁବାରୁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଶହୀଦମାନଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ପରିବାର ଲୋକଙ୍କୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.