ETV Bharat / state

ଚାଇନା ଜାହାଜରେ ଆସିଥିଲେ 3 ଆଫ୍ରିକା ନାଗରିକ, ମାଟିକୁ ଓହ୍ଲାଇବାକୁ ଦେଲେନି ସୁରକ୍ଷାକର୍ମୀ - Paradip Port

author img

By ETV Bharat Odisha Team

Published : Aug 31, 2024, 10:50 PM IST

Paradip Port: ପାରାଦ୍ବୀପ ବନ୍ଦରକୁ ଚାଇନା ଜାହାଜ ଆସିଥିବା ବେଳେ ସେଥିରେ ଅଛନ୍ତି 3 ଘାନା ନାଗରିକ । ଏମାନେ କିପରି ଆସିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ତନାଘନା ଜାରି ରହିଛି ।

3 ଆଫ୍ରିକା ନାଗରିକ
3 ଆଫ୍ରିକା ନାଗରିକ (ETV Bharat Odisha)

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରରେ ଲାଗିଛି ଚାଇନା ଜାହାଜ । ଏଥିରେ 3 ଆଫ୍ରିକୀୟ ନାଗରିକ ଥିବା ଜଣାପଡିବା ପରେ ଆଲର୍ଟ ମୋଡରେ ବନ୍ଦର କର୍ତ୍ତୃପକ୍ଷ । ଏହାକୁ ନେଇ ଇମିଗ୍ରେସନ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଜାହାଜକୁ ଜଗି ରହିଥିଲେ ସୁରକ୍ଷାକର୍ମୀ । ସେମାନଙ୍କୁ ତଳକୁ ଓହ୍ଲାଇବାକୁ ଅନୁମତି ଦିଆଯାଇନାହିଁ ।

ଜାହାଜରେ 3 ଘାନା ନାଗରିକ ?

ମିଳିଥିବା ସୂଚନା ଅନୁସାରେ, ଚୀନର ଏକ ମାଲବାହୀ ଜାହାଜ M.V ଗ୍ରେଟ ସେଙ୍ଗ ୱେନ ରୁଷରୁ ଆସି ପ୍ରଥମେ ବିଶାଖାପାଟନମ ଓ ପରେ ପାରାଦ୍ବୀପ ବନ୍ଦରକୁ ଆସି ବନ୍ଦର ର 1 ନମ୍ବର ସିକ୍ୟୁ ବର୍ଥରେ ଲାଗିଥିଲା। ଏହି ଜାହାଜରେ ଋଷରୁ ଆର୍ସଲ ମିତଲ ନିପ୍ପନ ଷ୍ଟିଲ କମ୍ପାନୀ ତାର କୋଇଲା ଆଣି ଆସିଥିବା ଜଣାପଡ଼ିଛି। ଏହି ଜାହାଜ ରେ 20 ଜଣ ନାବିକ( କ୍ରିଉ ମେମ୍ବର) ଥିବାବେଳେ ଆଫ୍ରିକୀୟ ମହାଦେଶ ଘାନା ଦେଶର 3ଜଣ ସନ୍ଦିଗ୍ଧ ଥିବା ଜଣା ପଡିବା ପରେ ଜାହାଜ ଚର୍ତୁଃପାର୍ଶ୍ଵକୁ CISF ଯବାନ ମାନେ ଘେରାବନ୍ଧୀ କରି ରଖିଛନ୍ତି ।

ପଣ୍ୟ ଖଲାସ କରି ଦେଶ ଛାଡିବାକୁ ନିର୍ଦ୍ଦେଶ:

ତୁରନ୍ତ ଜାହାଜରୁ ପଣ୍ୟ ଖଲାସ କରି ଦେଶ ଛାଡିବାକୁ ପାରାଦ୍ବୀପ ବନ୍ଦର ପକ୍ଷରୁ ଜାହାଜ କ୍ୟାପଟେନକୁ ନିର୍ଦ୍ଦେଶ ଦିଆଯାଇଛି । ଘାନାର ନାଗରିକ ଜାହାଜ ମଧ୍ୟକୁ କିଭଳି ଆସିଲେ ଜାହାଜ କମ୍ପାନୀ ଏମାନଙ୍କୁ ଜାଣିଶୁଣି ଜାହାଜରେ ଆଣିଥିଲେ ନାଁ ଏମାନେ ଗଭୀର ସମୁଦ୍ରରେ ଲୁଚି ଜାହାଜ ମଧ୍ୟକୁ ପ୍ରବେଶ କରିଛନ୍ତି ତାକୁନେଇ ଇମିଗ୍ରେସନ ବିଭାଗ ଖୋଳ ତାଡ଼ ଆରମ୍ଭ କରିଛି। ଏହି ଚାଇନା ଜାହାଜକୁ ପାରାଦ୍ବୀପ ବନ୍ଦରର ସୁରକ୍ଷା କର୍ମୀ ମାନେ କଡା ଯାଞ୍ଚ କରିବା CISF ଜଗି ରହିଛନ୍ତି । ସନ୍ଧ୍ୟା ସୁଦ୍ଧା ପଣ୍ୟ ଖଲାସ କରି ତୁରନ୍ତ ଦେଶ ଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଷ୍ଟ ଗାର୍ଡ ମେରାଇନ ପୋଲିସ, CISF ଯବାନ ଜାହାଜ ଉପରେ କଡା ନଜର ରଖିଛନ୍ତି । ପଣ୍ୟ ଖଲାସ କରିବା ପରେ ଦେଶର ଅନ୍ୟ କୌଣସି ବନ୍ଦରରେ ସମ୍ପୃକ୍ତ ଚାଇନା ଜାହାଜକୁ ପ୍ରବେଶ ଅନୁମତି ଦିଆଯିବନାହିଁ ବୋଲି ପୋର୍ଟ ପକ୍ଷରୁ କୁହାଯାଇଛି।

କଣ କହିଲେ ବନ୍ଦର ଲୋକ ସମ୍ପର୍କ ଅଧିକାରୀ ?

ଏନେଇ ଆମ ଇଟିଭି ଭାରତ ଜଗତସିଂହପୁର ପ୍ରତିନିଧି ଫୋନୋ ଯୋଗେ ବନ୍ଦର ଲୋକ ସମ୍ପର୍କ ଅଧିକାରୀ ରତିରଞ୍ଜନଙ୍କ ସହ ଯୋଗାଯୋଗ କରିଥିଲେ । ସେ କହିଛନ୍ତି, ‘ଚାଇନାର MV ଗ୍ରେଟ ସେଙ୍ଗ ୱେନ ପ୍ରଥମେ ଦକ୍ଷିଣ ଆଫ୍ରିକା ଯାଇଥିଲା, ସେଠାରୁ ଋଷିଆରେ ପହଞ୍ଚିଛି ପଣ୍ୟ ଆଣି ପ୍ରଥମେ ବିଶାଖାପାଟନମ ବନ୍ଦର ଓ ପରେ ପାରାଦ୍ବୀପ ଆସିଥିଲା । ପାରାଦ୍ବୀପ ବନ୍ଦରରେ ପ୍ରବେଶ ପୂର୍ବରୁ ବିଭିନ୍ନ ପ୍ରକାର ଯାଞ୍ଚ କରାଯାଏ । ବନ୍ଦର ପକ୍ଷରୁ ଜାହାଜ ଓ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କ ଯାଞ୍ଚ କରାଯିବା ପରେ ଏହି ଘଟଣା ଜଣାପଡିଥିଲା । ପରେ ଇମିଗ୍ରେସନ ବିଭାଗ ପକ୍ଷରୁ ସମ୍ପୃକ୍ତ ତିନିଜଣ ବିଦେଶୀ ନାଗରିକଙ୍କୁ ପଚରା ଉଚରା କରାଯାଇଛି । ସେମାନଙ୍କୁ ଭାରତ ମାଟିରେ ପାଦ ରଖିବାକୁ ଦେଇନି ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ କରି ଶୀଘ୍ର ଚାଲିଯିବାକୁ ବନ୍ଦର ପକ୍ଷରୁ ଜାହାଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି ।

ଏହା ମଧ୍ୟ ପଢନ୍ତୁ: ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.