ETV Bharat / state

ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ଡେସ୍କ କି ବେଞ୍ଚ; କାନ୍ଥ ଫାଟି ଆଁ, ଭୟ ଆଶଙ୍କାରେ ଚାଲିଛି ଭବିଷ୍ୟତ ଗଢା - Cracks In School Building - CRACKS IN SCHOOL BUILDING

Cracks In Adarsha Vidyalaya Building: ତଳେ ବସି ପାଠ ପଢୁଛନ୍ତି ଆଦର୍ଶ ବିଦ୍ୟାଳୟର ୨୪୨ ଛାତ୍ରଛାତ୍ରୀ । ସ୍କୁଲ କାନ୍ଥ ଫାଟି ଆଁ । ଅବ୍ୟବସ୍ଥାରେ ଚାଲିଛି ପାଠପଢ଼ା । ଅଧିକ ପଢ଼ନ୍ତୁ

Cracks In Adarsha Vidyalaya Building
Cracks In Adarsha Vidyalaya Building (ETV Bharat Odisha)
author img

By ETV Bharat Odisha Team

Published : Jun 28, 2024, 5:20 PM IST

କେନ୍ଦ୍ରାପଡ଼ା: ପାଲ ଉପରେ ଚାଲିଛି ଦେଶର ଭବିଷ୍ୟତ ଗଢ଼ା ! ଛାତ୍ରଛାତ୍ରୀଙ୍କ ପାଇଁ ଡେସ୍କ କିମ୍ବା ବେଞ୍ଚ ତ ଦୂରର କଥା ନୂଆ କରି ଗଢ଼ା ହେଇଥିବା ସ୍କୁଲ କାନ୍ଥ କେତେବେଳେ ଯେ ଭୁଶୁଡି ଯିବ ତାହା ଏବେ ସନ୍ଦେହରେ । ସ୍କୁଲର କାନ୍ଥ ଫାଟି ଆଁ କରିଛି । ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା ପାଇଁ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି l କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ପାଇଁ ଏବେ ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ପ୍ରହଶନ ପାଲଟି ଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟରେ ।

Cracks In Adarsha Vidyalaya Building (ETV Bharat Odisha)

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ଆଦର୍ଶ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକରାଙ୍କ ପକ୍ଷରୁ ଆଦର୍ଶ ବିଦ୍ୟାଳୟ କରାଯାଇଛି । ନୂଆ କରି ବିଦ୍ୟାଳୟ ତିଆରି ହୋଇଥିଲା ହେଲେ ଏବେ ଏହାର ଅବସ୍ଥା ନକହିବା ଭଲ । ଖାଲି ସ୍କୁଲ ସିନା ଖୋଲା ହୋଇଗଲା ହେଲେ ପିଲାଙ୍କ ପାଇଁ ବସିବା ପାଇଁ ଡେସ୍କ କିମ୍ବା ବେଞ୍ଚର ବ୍ୟବସ୍ଥା ନାହିଁ । ଆଉ ଏପଟେ ବିଦ୍ୟାଳୟ ତିଆରି ହେବାର ବର୍ଷ କେଇଟା ଭିତରେ ସ୍କୁଲର କାନ୍ଥ ଫାଟି ଆଁ କରିଛି । ଯାହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି l

ବିଦ୍ୟାଳୟ ଖୋଲାଯିବା ଇତି ମଧ୍ୟରେ ୩ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ପିଲାଙ୍କ ପାଇଁ ଏଯାଏଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବେଞ୍ଚ କିମ୍ବା ଡେସ୍କ ଯୋଗାଇ ଦିଆଯାଇନାହିଁ l ଶିକ୍ଷା ଅଧ୍ୟୟନ ପାଇଁ ନିଯୁକ୍ତି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ଚେୟାର, ଟେବୁଲ, ଆଲମିରା, ଭଳି ଅନ୍ୟ ସରଞ୍ଜାମ ଦିଆଯାଇନାହିଁ l ଚଳିତ ଶିକ୍ଷା ବର୍ଷ ପାଇଁ ଗତ ୧୭ ତାରିଖରୁ ବିଦ୍ୟାଳୟ ଖୋଲାଯାଇଛି l ଅନ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଶିକ୍ଷକ ନଥିବା ଏବଂ ରାତ୍ର ଜଗୁଆଳ ଓ ଦିନ ଜଗୁଆଳ ନଥିବାରୁ ଭୟଭୀତରେ ଅଛନ୍ତି ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସେପଟେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଅଧିକାରୀ ଜଣଙ୍କ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ଏମିତି ବି ଆସେ ମୁତ୍ୟୁ ! ସ୍କୁଲରେ ପାଣିଟାଙ୍କି ଭୁଶୁଡି ଗଲା ଛାତ୍ରଙ୍କ ଜୀବନ - SCHOOL WATER TANK COLLAPSED

ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ଛାତ୍ରଛାତ୍ରୀଙ୍କ ସହ କିଛି ଅଘଟଣ ଘଟେ ଏଥିପାଇଁ ଦାୟି ରହିବ କିଏ ? ଏଭଳି ଖାମଖିଆଲ ନୀତି କରୁଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.