ETV Bharat / state

ସ୍କୁଲରେ ଅଘଟଣ, ମଧ୍ୟାହ୍ନ ଭୋଜନ ଖାଇ 50 ଛାତ୍ରଛାତ୍ରୀ ଅସୁସ୍ଥ - Students Fall Sick - STUDENTS FALL SICK

Students Fall Sick: ମଧ୍ୟାହ୍ନ ଭୋଜନ ଖାଇ 50ରୁ ଊର୍ଦ୍ଧ୍ଵ ପିଲା ଅସୁସ୍ଥ । ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି । ପୂର୍ବରୁ ମଧ୍ୟ ସେହି ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଅଧିକ ପଢନ୍ତୁ

Students Fall Sick
Students Fall Sick (ETV Bharat Odisha)
author img

By ETV Bharat Odisha Team

Published : Aug 8, 2024, 11:06 PM IST

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ଖାଇ 50ରୁ ଊର୍ଦ୍ଧ୍ଵ ପିଲା ଅସୁସ୍ଥ । ଚଳିତ ମାସରେ ସୋର ଅଞ୍ଚଳରେ ଦ୍ବିତୀୟ ଥର ପାଇଁ ଘଟିଛି ଏଭଳି ଘଟଣା ।

Students Fall Sick (ETV Bharat Odisha)

ଗତ ୨୭ରେ ଅସୁସ୍ଥ ହୋଇଥିଲେ ଛାତ୍ରଛାତ୍ରୀ:

ଗତ ଜୁଲାଇ ମାସ 27 ତାରିଖରେ ବାଣୀସିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବା ଘଟଣା ସାମ୍ନାକୁ ଆସିଥିଲା। ଆଜି ପୁଣି ସିରାପୁର ସ୍ଥିତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟର ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିଲେ । ଏହାପରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ୨ ଜଣ ପିଲା ଏବେବି ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ପିଲାଙ୍କୁ ତରକାରୀ ଓ ଭାତ ଦିଆଯାଇଥିଲା । ଯାହାକୁ ଖାଇବା ପରେ କିଛି ଛାତ୍ରଛାତ୍ରୀଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେମାନଙ୍କ ବାନ୍ତି ହେବାରୁ ଅସୁସ୍ଥ ହୋଇପଡିଥିଲେ । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବରମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ ।

ସ୍ବାସ୍ଥ୍ୟବସ୍ଥା ବୁଝିଲେ ବିଧାୟକ:

ସୋର ମେଡିକାଲରେ ବିଧାୟକ ମାଧବ ଧଡ଼ା ପହଞ୍ଚି ଅସୁସ୍ଥ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ। ପିଲାମାନଙ୍କ ସହ ମେଡିକାଲ ଆସିଥିବା ଅଭିବାବିକା ନିଳିମା ବେହେରା କହିଛନ୍ତି," ମଧ୍ୟାହ୍ନ ଭୋଜନ ଖାଇବା ପରେ ଝିଅ ଅସୁସ୍ଥ ହୋଇ ପଡ଼ିଥିଲା। ସ୍କୁଲରୁ ଘରକୁ ଫେରିବା ପରେ ସେ ଅଧିକ ଅସୁସ୍ଥ ହେବାରୁ ତାକୁ ଡାକ୍ତରଖାନା ଅଣାଯାଇଥିଲା। ଖାଦ୍ୟରେ ଝିଟିପିଟି ପଡିଥିବା ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ଝିଅ କହିଥିଲା। ପେଟରେ ଯନ୍ତ୍ରଣା ସହ ଝିଅର ମୁଣ୍ଡ ବୁଲାଇଥିଲା । ଖାଇ ସାରିବା ପରେ କହିଲେ ଯେ, ସେଥିରେ ଝିଟିପିଟି ପଡି ଯାଇଛି । ଏବେ ସୁଦ୍ଧା 25ରୁ ଉର୍ଦ୍ଧ୍ଵ ପିଲା ଚିକିତ୍ସିତ ହେଉଛନ୍ତି ।"

ଏହା ବି ପଢନ୍ତୁ...ମଧ୍ୟାହ୍ନ ଭୋଜନ ଅଣ୍ଡା ତରକାରୀ ବିଗାଡିଲା ସ୍ବାସ୍ଥ୍ୟ, ଅସୁସ୍ଥ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତଦନ୍ତ:
ଏହି ଘଟଣାରେ ସୋର ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାସ ଖବର ପାଇ ସୋର ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି, " ମୁଁ ଖବର ପାଇଲି ଯେ, ସିରାପୁର ବିଦ୍ୟାଳୟରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କମିଟି ମେମ୍ବରମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କୁ ଦେଖିବାକୁ ଆସିଥିଲି, ସମସ୍ତେ ପ୍ରାୟ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । କେବଳ ଦୁଇ ଜଣ ପିଲାଙ୍କୁ ସାଲାଇନ ଲାଗିଛି ସେହି ଦୁଇଜଣ ଗୁରୁତର ଅଛନ୍ତି। ପ୍ରାୟ 50ରୁ ଉର୍ଦ୍ଧ୍ଵ ପିଲାମାନେ ଚିକିତ୍ସିତ ହୋଇ ସେମାନଙ୍କ ଅଭିଭାବକମାନଙ୍କ ସହ ଘରକୁ ଫେରିଛନ୍ତି ।"

ସେ ଆହୁରି କହିଛନ୍ତି, "ଖାଦ୍ୟରେ କିଛି ଅସୁବିଧା ହୋଇଛି । ଖାଦ୍ୟ ଖାଇବା ପରେ ପିଲାମାନଙ୍କ ମୁଣ୍ଡ ବୁଲାଇବା, ପେଟ ଦରଜ କରିବା ଏବଂ ବାନ୍ତି ହେବା ଭଳି ଲକ୍ଷଣ ଦେଖା ଦେଇଥିଲା। ଝିଟିପିଟି ଖାଦ୍ୟରେ ପଡିଥିଲା କି ନାହିଁ ତାହା ତ ନ ଦେଖିଲେ କହିହେବ ନାହିଁ, ତଥାପି ଆମେ ସନ୍ଦେହ କରୁଛୁ ସେହିଭଳି କିଛି ଘଟିଛି ଯେଉଁଥିପାଇଁ ପିଲାମାନେ ଅସୁସ୍ଥ ହୋଇଛନ୍ତି। ଏହି ଘଟଣାର ନିଶ୍ଚିତ ଭାବେ ତଦନ୍ତ କରାଯିବ, ଯିଏ ଏଥିପାଇଁ ପ୍ରକୃତରେ ଦୋଷୀ ହୋଇଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଇଟିିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.