ETV Bharat / state

କଲେଜରେ ଝୁଲୁଛି ତାଲା, ଆନ୍ଦୋଳନରେ ୬୬୨ ବର୍ଗର ଅଧ୍ଯାପକ - ଭୁବନେଶ୍ବର ଅଧ୍ୟାପକ ପ୍ରତିବାଦ

Lecturers On Strike: ୬୬୨ କଲେଜରେ ଝୁଲୁଛି ତାଲା । କଳା ବ୍ୟାଚ୍ ପରିଧାନ କରି କଲେଜ ଗେଟ୍ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଅଧ୍ୟାପକ । ଅଧିକ ପଢନ୍ତୁ

ଅଧ୍ୟାପକଙ୍କ ଆନ୍ଦୋଳନ
ଅଧ୍ୟାପକଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Feb 10, 2024, 4:02 PM IST

ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ବର: ବିଭିନ୍ନ କଲେଜରେ ଝୁଲୁଛି ତାଲା । ଗାଁରୁ ସହର ସବୁଠି ଆନ୍ଦୋଳନ ଚାଲିଥିବାବେଳେ ପ୍ରଭାବିତ ରହିଛି ପିଲାଙ୍କ ପାଠପଢା । କଳା ବ୍ୟାଚ୍ ପରିଧାନ କରି କଲେଜ ଗେଟ୍ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଅଧ୍ୟାପକ । ଯଦି ସରକାର ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଯୁକ୍ତ ଦୁଇ ପରୀକ୍ଷାରେ ସହଯୋଗ ନକରିବାକୁ ଚେତାବନୀ ଦେଇଛନ୍ତି ଅଧ୍ୟାପକ । ଏପଟେ ଦୀର୍ଘ ୩୫୮ ଦିନ ଧରି ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର କୌଣସି ଦାବିକୁ କର୍ଣ୍ଣପାତ କରୁନଥିବା କହିଛି ସଂଘ। ତେବେ ୬୬୨ ବର୍ଗର ଅଧ୍ୟାପକମାନେ ପ୍ରତ୍ୟେକ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବିପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନକାରୀ ଅଧ୍ୟାପକ କହିଛନ୍ତି, "ଏପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରିନାହାନ୍ତି ସରକାର। ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଗତ ଦିନରେ ୬ ଥର ମହାସମାବେଶ କରାଯାଇଛି। ହେଲେ ଫଳ ଶୂନ।" ୧ ବର୍ଷ ହେବ ସଂଘ ତା’ର ନ୍ୟାର୍ଯ୍ୟ ଦାବି ଯଥା, 'ସମାନ କାମକୁ ସମାନ ଗ୍ରେଡ ପେ' ଆଧାରରେ ଦରମା ପ୍ରଦାନ, ଏହି ବର୍ଗର କର୍ମଚାରୀମାନଙ୍କୁ ଚାକିରୀରେ ଯୋଗଦାନକୁ ଭିତ୍ତିକରି ପେନସନ ପ୍ରଦାନ କରିବା, ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଆଦି ଦାବି ହୋଇଆସୁଛି । ଏପରିକି ୪ ହଜାର ୨୦୦ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କଠାରୁ ୪ ହଜାର ୬୦୦ ଗ୍ରେଡପେ କର୍ମଚାରୀମାନଙ୍କୁ କମ୍ ଦରମା ଦିଆଯାଉଛି। ଅଧିକାଂଶ କର୍ମଚାରୀ ଏହା ମଧ୍ୟରେ ଅବସର ନେଇଥିବାବେଳେ ସେମାନଙ୍କୁ ପେନସନ୍‌ ପରିସରଭୁକ୍ତ ନକରିବା ଯୋଗୁଁ ସେମାନେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ।

ଏହା ବି ପଢନ୍ତୁ...ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ: 'ବେକାରୀ ହାଟ' କରି ବିକିଲେ ମୁଢ଼ି, ଚିକେନ ଓ ପିଠା

ଏହା ବି ପଢନ୍ତୁ...ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ, ଦାବି ପୂରଣ ପାଇଁ ଅହୋରାତ୍ର ଗଣଧାରଣା

ଏହା ବି ପଢନ୍ତୁ...ଦଶ ଦଫା ଦାବିରେ 12ରେ ସୁବର୍ଣ୍ଣପୁରରେ ଚାଷୀ ଆନ୍ଦୋଳନ

ଫେବ୍ରୁଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାର ଅଛି। ସମସ୍ୟାର ସମାଧାନ ନହେଲେ ଏହି ପରୀକ୍ଷା ଓ ମୂଲ୍ୟାଙ୍କନରେ ୬୬୨ ଅଧ୍ୟାପକ ସଂଘ କୌଣସି ଭାବରେ ସହଯୋଗ କରିବ ନାହିଁ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ପାଠପଢା ବନ୍ଦ କରି ରାଜରାସ୍ତାରେ ଅଧ୍ୟାପକମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.