ETV Bharat / state

ଆଜି ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ': କମିଶନରେଟ୍ ପୋଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କେଉଁ ଅଞ୍ଚଳରେ ନୋ ଜୋନ - Security Arrangements For PM Modi

Security Arrangements For PM Modi: ଆଜି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ମୋଦିଙ୍କ ରୋଡ୍ ଶୋ' ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 9, 2024, 8:06 PM IST

Updated : May 10, 2024, 6:52 AM IST

Security Arrangements
Security Arrangements (ETV Bharat Odisha)

ଭୁବନେଶ୍ବର: ଆଜି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ୍ ସୋ' । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି଼ କରିବା ସହ ଟ୍ରାଫିକ ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଛି । ପୋଲିସ କମିଶନର ସଂଜୀବ ପଣ୍ଡା ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି ।

ସୂଚନା ଅନୁସାରେ, ଆଜି ଅର୍ଥାତ୍ ୧୦ ତାରିଖରେ ରହିଛି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' । ଯେଉଁଥିପାଇଁ ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେପି ପାର୍ଟି ଅଫିସରୁ ବାଣୀବିହାର ପର୍ଯ୍ୟନ୍ତ ହେବ ଏହି ଶୋଭାଯାତ୍ରା । ଏଥିପାଇଁ ସମ୍ପୂର୍ଣ୍ଣ ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଏହି ନିୟମ ଅନୁଯାୟୀ ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟତ ବନ୍ଦ ରହିବ । ଆଉ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ୪ ଟାରୁ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଆଜି ଅକ୍ଷୟ ତୃତୀୟା ଥିବାରୁ ଭୁବନେଶ୍ୱରରେ ଯଦି କିଛି କିଣାକିଣି ଥାଏ ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ସେହିଭଳି ଭିଆଇପିଙ୍କ ଯାତାୟତ ପାଇଁ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ନୋ ଜୋନ ରହିବ । କୌଣସି ଡ୍ରୋନ ଏହି ସମୟରେ ବି ଉଡ଼ିପାରିବ ନାହିଁ ସେଥିପାଇଁ 'ନୋ ଡ୍ରୋନ୍' ଜୋନ୍ କରାଯାଇଛି ।

ଏହା ବି ପଢନ୍ତୁ...ରାତି ପାହିଲେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମୋଦି, ରୋଡ ସୋରେ କମ୍ପିବ ରାଜଧାନୀ - PM Modi Roadshow In Bhubaneswar

"ରୋଡ ଶୋ' ହେବାକୁ ଥିବା ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ବାଡ୍ ଯାଞ୍ଚ କରୁଛନ୍ତି । ସୁଉଚ୍ଚ ବିଲଡିଂ ଥିବା ସ୍ଥାନରେ ପୋଲିସ ଗାର୍ଡ ଦିଆଯାଉଛି । ଏହି ରାସ୍ତାରେ ଥିବା ହୋଟେଲ ଓ ବସ୍ତିରେ କଡାକଡି ଚେକିଂ ଚାଲିଛି । କାଲି ରୋଡ ଶୋ'ରେ ସାମିଲ ହେବେ ୫ ଡିସିପି,୧୦ ଅତିରିକ୍ତ ଡିସିପି, ୨୮ ଇସିପି , ୪୧ ଇନ୍ସପେକ୍ଟର , ୧୮୦ ସବ ଇନ୍ସପେକ୍ଟର ଏବଂ ୫୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ ସ୍ପେଶାଲ ପ୍ରାଟିକାଲ ୟୁନିଟ ନିୟୋଜିତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସଂଜୀବ ପଣ୍ଡା । ସେପଟେ ଆଞ୍ଚଳିକ ଗଣମାଧ୍ୟମଙ୍କ ପାଇଁ ରୋଡ ଶୋ'ର ଆରମ୍ଭ, ମଧ୍ୟମ ଓ ଶେଷ ଭାଗରେ ସମ୍ବାଦ ପରିବେଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଛି" ବୋଲି କହିଛନ୍ତି କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.