ETV Bharat / state

ଥଇଥାନ ଦାବି ନେଇ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କଲେ ଉଠା ଦୋକାନୀ - Street Vendors Association Protest - STREET VENDORS ASSOCIATION PROTEST

Street Vendors Association Stage Protest: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଜୀବିକା ହରାଇଥିବା ଉଠାଦୋକାନୀ ମାନେ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଛନ୍ତି । ପୂର୍ବରୁ ଏନେଇ ପୁରୀ ମୁନିସିପାଲଟି ସାମ୍ନାରେ ଧାରଣା ଓ ପ୍ରତିବାଦ କରିଥିଲେ ଉଠା ଦୋକାନୀ ସଂଘ । ଅଧିକ ପଢନ୍ତୁ

ଥଇଥାନ ଦାବି ନେଇ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କଲେ ଉଠା ଦୋକାନୀ

author img

By ETV Bharat Odisha Team

Published : Apr 3, 2024, 10:32 PM IST

ଥଇଥାନ ଦାବି ନେଇ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କଲେ ଉଠା ଦୋକାନୀ

ପୁରୀ: ମିଛ ପ୍ରତିଶୃତି ଦେଇ ଠକି ଦେଇଛି ଜିଲ୍ଲାପ୍ରଶାସନ ଓ ସରକାର । ଏଭଳି ଅଭିଯୋଗ ଆଣିଛି ଉଠା ଦୋକାନୀ ସଂଘ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଚାରିପାଖରେ ବିସ୍ଥାପିତ ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଉଠା ଦୋକାନୀ ସଂଘ ।

ତେଣୁ ତୁରନ୍ତ ଥଇଥାନ ଦାବି ଧାରଣା ଦେଇଛନ୍ତି ଉଠା ଦୋକାନୀ ସଂଘ, ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ଉଠା ଦୋକାନୀ । ଉଠା ଦୋକାନୀ ମାନଙ୍କ ନେତୃତ୍ଵ ନେଇଥିବା ସମାଜସେବୀ ଆଦିତ୍ୟ ନାରାୟଣ ବାରିକ କହିଛନ୍ତି ଯେ, ରାଜ୍ୟ ସରକାର ଗରିବ ଉଠା ଦୋକାନୀ ମାନଙ୍କ ପ୍ରତି ପାତରଅନ୍ତର ନୀତି କରୁଛନ୍ତି । ପୂର୍ବରୁ ଏନେଇ ପୁରୀ ମୁନିସିପାଲଟି ସାମ୍ନାରେ ଧାରଣା ଓ ପ୍ରତିବାଦ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ସମାଧାନର ପ୍ରତିଶୃତି ଦେଇଥିଲା । ବଡଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀଙ୍କୁ ସରକାର ଥଇଥାନ କରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର, କାକୁଡି ଖାଇ ଛକ, ସିଂହ ଦ୍ବାରରୁ ଉଚ୍ଛେଦ ହେଇଥିବା ଉଠା ଦୋକାନୀଙ୍କ ଥଇଥାନ ରାଜ୍ୟ ସରକାର ମୁଣ୍ଡ ପୁରାଉ ନାହାଁନ୍ତି । ଯାହାକି ଅତି ଦୁଃଖ ଦାୟକ ।

ଏହା ମଧ୍ୟ ପଢନ୍ତୁ... ଟୀକାରକରଣ ବେଳେ ଅଘଟଣ, ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟାର ଖସି ୨ ଆହତ - Plaster Fells In Anganwadi

ବଡ ଦେଉଳର ଚାରି ପାଖରେ ବେପାର କରି ଚଳୁଥିବା ଉଠା ଦୋକାନୀ ମାନେ ଉଚ୍ଛେଦ ପରେ ରୋଜଗାର ହରାଇ ତଳିତଳାନ୍ତ ହୋଇ ଗଲେଣି । ଘରେ ଓଳିଏ ଖାଇଲେ ଓଳିଏ ଉପାସ ରେ ରହୁଛନ୍ତି । ଔଷଧ ଖାଇବା ପାଇଁ ହାତରେ ଟଙ୍କା ନାହିଁ । ତେବେ 2 ଶହରୁ ଅଧିକ ଉଠା ଦୋକାନୀମାନେ ୪ ମାସ ଧରି ଜୀବନ ଜୀବିକା ହରାଇଥିବା ବେଳେ ପ୍ରଶାସନ ନିକଟ ଥଇଥାନ ଦାବି କଲେ କେହି କର୍ଣ୍ଣପାତ କରୁନାହାନ୍ତି । ଗରିବ ଉଠା ଦୋକାନୀଙ୍କ ପେଟକୁ ଲାତ ମାରିବା କେତେ ଠିକ ବୋଲି ପ୍ରଶାସନକୁ ଉଠା ଦୋକାନୀ ପ୍ରଶ୍ନ କରିଛନ୍ତି । ତେବେ ଉଠା ଦୋକାନୀଙ୍କୁ ସରକାର ତୁରନ୍ତ ଥାଇଥାନ ନ କଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବା ସହ ଆଗାମୀ ନିର୍ବାଚନରେ ୫୦୦ ଉଠା ଦୋକାନୀ ଓ ସେମାନଙ୍କ ପରିବାର ଭୋଟ ବର୍ଜନ କରିବେ ବୋଲି ଉଠା ଦୋକାନୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.