ETV Bharat / state

ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବା: ଆଇନ ମନ୍ତ୍ରୀ - PURI RATNA BHANDAR OPEN ISSUE

author img

By ETV Bharat Odisha Team

Published : Jun 24, 2024, 7:43 PM IST

PURI RATNA BHANDAR OPEN ISSUE: ଦାୟିତ୍ୱ ଗ୍ରହଣ କଲେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ, ତାହା ହିଁ ମୋର ପ୍ରାଥମିକତା । ସେପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ

PURI RATNA BHANDAR OPEN ISSUE
PURI RATNA BHANDAR OPEN ISSUE (ETV Bharat Odisha)

ଭୁବନେଶ୍ବର: ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କଲେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା ବୋଲି କହିଲେ ପୃଥ୍ୱୀରାଜ । ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଏହି ଅବସରରେ ସେ ରତ୍ନଭଣ୍ଡାର ଖୋଳାଯିବା ନେଇ ରଖିଛନ୍ତି ସ୍ପଷ୍ଟିକରଣ ।

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଯେଉଁ ବିକାଶର କଥାକୁ କହି ଆମେ ସରକାରକୁ ଆସିଛୁ ତା ଉପରେ ଦୃଷ୍ଟି ଦିଆଯିବ । ବହୁ କାମ ବାକି ଅଛି କରିବାକୁ । ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା ବୋଲି କହିଲେ ପୃଥ୍ୱୀରାଜ । ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି ।"

ସେପଟେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆଜି ଅପରାହ୍ଣରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଅଗଷ୍ଟ ପ୍ରଥମ ସପ୍ତାହରେ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରର ଆଇନଜୀବୀମାନେ ତମ୍ଭୁ ତଳେ ବସୁଥିବା ଦେଖି ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ।ତେଣୁ ତୁରନ୍ତ କାମ ଶେଷ ପାଇଁ ବିଭାଗ ଦେଲେ ନିର୍ଦ୍ଦେଶ । ଆଗାମୀ ଦୁଇମାସ ସମୟ ଭିତରେ କାମ କେମିତି ସରିବ ତାକୁ ନେଇ ସେ ନିଜେ ତଦାରଖ କରିବେ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହା ମଧ୍ୟ ପଢନ୍ତୁ .....କେବେ ଖୋଲିବ ରତ୍ନ ଭଣ୍ଡାର ? କଣ କହିଲେ ଆଇନ ମନ୍ତ୍ରୀ - Puri Ratna Bhandar Open Issue

ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ତାରିଖ ଓ ଗାଇଡ଼ ଲାଇନ ବିଭାଗ ପକ୍ଷରୁ ଘୋଷଣା କରାଯିବ । ସେ ନେଇ ବିଭାଗ କାମ କରୁଛି । ନିର୍ଦ୍ଦିଷ୍ଟ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଏବଂ ଅନ୍ୟ ସମ୍ପତିର ଗଣତି କରାଯିବ । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବ । ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ । ତେବେ ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । କେଉଁଦିନ ଓ କିପରି ଖୋଲାଯିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯିବ । ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା, ତାହା ନିଶ୍ଚୟ ପୂୂରଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.