ETV Bharat / state

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ - krushna balaram besha

KRUSHNA BALARAM BESHA: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୁଏ । କିପରି ହୁଏ କୃଷ୍ଣ ବଳରାମ ବେଶ ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 31, 2024, 7:39 PM IST

KRUSHNA BALARAM BESHA
KRUSHNA BALARAM BESHA (ETV Bharat Odisha)

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ପରମ୍ପରା ଅନୁଯାୟୀ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଡ଼ଭାଇ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । ମହାପ୍ରଭୁଙ୍କ ଏହି ବେଶ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ ।

କୃଷ୍ଣ ବଳରାମ ବେଶ କିପରି ହୁଏ ?

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହୋଇଛନ୍ତି । ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳରାମ ଅର୍ଥାତ୍ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ । ସେହିପରି ବଳରାମଙ୍କ ଡ଼ାହାଣ ହାତରେ ଶିଘାଂ ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ । କିରୀଟ ଉପରେ ସପ୍ତଫେଣିଆ ସର୍ପ ମଧ୍ୟ ବିରାଜମାନ କରିଥାନ୍ତି । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥିବା ବେଳେ ଏହି ପାଗଦ୍ୱୟ କିରୀଟ ଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା ଜରି ଜମ୍ୱୁରାରେ ଆଛାଦିତ ସିଂହାସନରେ ଚକାମୁଣ୍ତି ପକାଇ ପ୍ରଭୁ ପଦ୍ମାସନରେ ଉପନିବେଶ କରନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ୱ ଫୁଲ ଶୋଭାପାଇଥାଏ ।

ଅଧିକ ପଢନ୍ତୁ ...Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

କ'ଣ କ'ଣ ପରିଧ୍ୟାନ କରିବେ ଶ୍ରୀଜିଉ:

ଆଜିର ଏହି କୃଷ୍ଣ ବଳରାମ ବେଶରେ ମହାପ୍ରଭୁ ଶ୍ରୀପୟର, ପାଉଁଜି, ପାହୁଡ଼, ଗୋଡ଼ମୁଦି, ମଲ୍ଲୀକଢ଼, ଚନ୍ଦ୍ର, ଚିତା, ନାକଚଣା, ହାତଫେର, ଖଡୁ ଭଳି ଅନେକ ଅଳଙ୍କାର ପରିଧାନ କରିଥାନ୍ତି । ସୁଭଦ୍ରାଙ୍କ ମସ୍ତକରେ କିରୀଟ ମଧ୍ୟ ଶୋଭା ପାଇଥାଏ । ସୁବ ଠାକୁରଙ୍କ କିରୀଟରେ କଦମ୍ୱ ଫୁଲ ସହ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବାସୁଦେବ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ତାୟମାନ ଭଙ୍ଗୀରେ ରଖାଯାଏ । ଶ୍ରୀଜୀଉମାନଙ୍କ ଏହି ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ ହୋଇଥିବାବେଳେ ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ଶ୍ରୀଜୀଉଙ୍କର ଏହି କୃଷ୍ଣ ବଳରାମ ବେଶ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିବ । ଏହି ବେଶରେ ମହାପ୍ରଭୁଙ୍କୁ ତାଙ୍କ ପ୍ରିୟ ଖିରି ଓ ଅମାଲୁ ଭୋଗ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.