ETV Bharat / state

ସେଚ୍ଛାସେବୀଙ୍କୁ ସଲାମ: ଯେବେ ରଥଯାତ୍ରାରେ ଘଟିଲା ଅଘଟଣ, ଦେବଦୂତ ସାଜି ପହଞ୍ଚିଥିଲେ ଆପଦ ମିତ୍ର - Ratha Yatra Social Workers

Social Workers In Rath yatra: ରଥଯାତ୍ରାରେ ଦେବଦୂତ ସାଜିଲେ ସ୍ବେଚ୍ଛାସେବୀ ସଂଗଠନ । ଆହତମାନଙ୍କୁ ଯୋଗାଇ ଦେଲେ ଚିକିତ୍ସା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 9:52 PM IST

Puri Rath yatra 2024
Puri Rath yatra 2024 (ETV Bharat Odisha)

ନିମାପଡ଼ା: ରଥଯାତ୍ରା ପାଇଁ ଉଛୁଳି ପଡ଼ୁଥିଲା ବଡ଼ଦାଣ୍ଡ । ଏଣେ ଖୋଲା ଆକାଶ ତଳେ ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ନାହିଁ ନଥିବା ଭିଡ଼ । ସୋରିଷ ବୁଣିବା ପାଇଁ ଜାଗା ଟିକେ ବି ନଥିଲା । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଭିତରେ ଦଳାଚକଟାରେ ଅଣନିଶ୍ବାସୀ ଅନେକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଥିଲେ । ଆଉ ଏହି ଜନ ଗହଳି ଭିତରେ ଅସୁସ୍ଥଙ୍କ ପାଇଁ ଦେବଦୂତ ସାଜିଥିଲେ ଅନେକ ସ୍ବେଚ୍ଛାସେବୀ ସଂଗଠନ ।

ସମସ୍ତଙ୍କୁ ସେବା, ସମ୍ମାନ ଓ ଶ୍ରଦ୍ଧା ମନୋଭାବ ଆମ ଓଡ଼ିଆ ସଂସ୍କୃତି ସାରା ବିଶ୍ବକୁ ସିଖାଏ । ଆଉ ଏହି ନିଶ୍ବାର୍ଥ ସେବା ଭାବର ଝଲକ ଦେଖିବାକୁ ମିଳିଛି ବିଶ୍ବନିଅନ୍ତଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ । ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବଡ଼ଦାଣ୍ଡ ଏକ ପ୍ରକାର ଜନ ସମୁଦ୍ର ପାଲଟିଥିଲା । ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ ଅନେକ ଭକ୍ତ ଦଳା ଚକଟାରେ ଅସୁସ୍ଥ ହୋଇପଡ଼ିଥିବା ବେଳେ କିଛି ଭକ୍ତ ଅଣନିଶ୍ବସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ହେଲେ ଏହି ଜନ ଗହଳି ଭିତରେ ଦେବଦୂତ ସାଜି ଅସୁସ୍ଥଙ୍କୁ ନିଶ୍ବାର୍ଥପର ଭାବେ ସେବା ଯୋଗାଇ ଦେଇଥିଲେ କିଛି ସ୍ବେଚ୍ଛାସେବୀ ସଂଗଠନ । ଆଉ ଏହାରି ରହିଥିଲେ ଆପଦ ମିତ୍ର ସ୍ବେଚ୍ଛାବାସୀ ସଂଗଠନ ।

ଯେଉଁ ଭକ୍ତ ଅସୁସ୍ଥ ହୋଇପଡ଼ୁଥିଲେ ଏହି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେମାନଙ୍କ ପାଖରେ ହାଜର ହୋଇପଡ଼ୁଥିଲେ । ତୁରନ୍ତ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଚିକିତ୍ସା ଯୋଗାଇ ଦେଉଥିଲେ । ଆଉ ଏହି ନିସ୍ବାର୍ଥପର ସେବା ଯୋଗାଇ ସେଚ୍ଛାସେବୀ ସଂଗଠନର ସଦସ୍ୟମାନେ ବେଶ ଉତ୍ସାହିତ ଥିବା ବେଳେ ସେବା ଆଗରେ ସବୁକିଛି ମୂଲ୍ୟହୀନ ବୋଲି କହିଛନ୍ତି ସେଚ୍ଛାସେବୀ ।

ଆଜି ପୁରୀ ରଥଯାତ୍ରାରେ ଅସହ୍ୟ ଗୁଳିଗୁଳି ଭିତରେ ହନ୍ତସନ୍ତ ହୋଇଛନ୍ତି ଭକ୍ତ । ଶତାଧିକ ଭକ୍ତ ଗରମରେ ଅସୁସ୍ଥ ହୋଇ ପଡିଛନ୍ତି । ଆମ୍ବୁଲାନ୍ସ ଯୋଗେ ସ୍ବେଚ୍ଛାସେବୀ ସଂଗଠନମାନେ ସେମାନଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି । ସେପଟେ ଗତକାଲି ଭଳି ଆଜି ମଧ୍ୟ ବଳଭଦ୍ର ରଥ ସମ୍ମୁଖରେ ଦଳା ଚକଟାରେ ଏକାଧିକ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଦଳା ଚକଟାରେ ଭିତରେ ଜଣେ ଭକ୍ତଙ୍କ ହାତ ଭାଙ୍ଗିଯାଇଛି । ବେଲଗୁଣ୍ଠା ବ୍ଲକ ଭଞ୍ଜନଗରର ଆହତ ଭକ୍ତ ଅମିତ କୁମାର ନାୟକ ନିଜ ସାଙ୍ଗମାନଙ୍କ ସହିତ ରଥଯାତ୍ରା ଦେଖିବାକୁ ଆସିଥିଲେ । ରଥଯାତ୍ରା ଗହଳି ଭିତରେ ଅମିତଙ୍କ ସହ ତାଙ୍କ ସହିତ ଆସିଥିବା ତାଙ୍କ ସାଙ୍ଗ ମଧ୍ୟ ଦଳା ଚକଟାରେ ଆଘାତ ପାଇଛନ୍ତି । ଗତକାଲି ଅପେକ୍ଷା ଆଜି ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରି ବଡ଼ଦାଣ୍ଡକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବଳଭଦ୍ର ରଥ ସମ୍ମୁଖରେ ଦଳା ଚକଟା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦାଣ୍ଡରେ ପୋଲିସର ଗୁଣ୍ଡାରାଜ ! କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ - POLICE ATTACKED DOCTOR

ସୂଚନା ଥାଉକି, ଗତକାଲି ବଳଭଦ୍ର ରଥ ସମ୍ମୁଖରେ ବଲାଙ୍ଗୀର ଅଞ୍ଚଳର ଜଣେ ଭକ୍ତ ଅଚେତ ହୋଇ ପଡିଥଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସମୁଦ୍ରରେ ଗାଧୋଇବା ପାଇଁ ଆଜି କଟକଣା ଜାରି ରଖିଥିବାରୁ ଗତକାଲି ଅପେକ୍ଷା ଆଜି ସମୁଦ୍ରରୁ ଗାଧୋଇ ହୋଇ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ରହିଥିଲା । ଅନ୍ୟପଟେ ଆଜି ବିଭିନ୍ନ ସ୍ଥାନରେ ଓଭର ଲୋଡିଂ ପାଇଁ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବେଳେ ଅନେକ ଅଟୋରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ଆମ୍ବୁଲାନ୍ସ ଡ୍ରାଇଭର ଓ ମେଡ଼ିକାଲ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.