ETV Bharat / state

ସ୍ନାନଯାତ୍ରା ଟ୍ରାଫିକ କଟକଣା: ଜାଣନ୍ତୁ କେଉଁଠି ରଖିବେ ଗାଡ଼ି; କିପରି କରିବେ ଦର୍ଶନ - SNANA YATRA Traffic restrictions

author img

By ETV Bharat Odisha Team

Published : Jun 21, 2024, 7:46 PM IST

Snana Yatra 2024: ଦେବସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜମିବ ଭିଡ଼ । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କଟକଣା ଜାରି କଲା ପୁରୀ ପୋଲିସ । ଜରୁରୀକାଳୀନ ସ୍ଥିତି ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର । ଅଧିକ ପଢ଼ନ୍ତୁ

Snana Yatra 2024
Snana Yatra 2024 (ETV Bharat Odisha)

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଜମିବ ଭିଡ଼ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା । ଆଜି, ଅର୍ଥାତ୍ ଶୁକ୍ରବାର ରାତି ୧୦ଟାରୁ ଆସନ୍ତାକାଲି (ଶନିବାର) ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଶେଷ ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଲାଗୁ କରିଛି ପୁରୀ ପୋଲିସ । ଭକ୍ତଙ୍କ ଶୃଙ୍ଖଳିତ ଓ ସୁବିଧାରେ ଯାତାୟତ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ, ଭୁବନେଶ୍ବର ଓ କଟକ ମଧ୍ୟରେ ନିୟମିତ ଚଳାଚଳ କରୁଥିବା ବସ ପାଇଁ କୌଣସି କଟକଣା କରାଯାଇନଥିବାବେଳେ ସବୁଦିନ ଭଳି ପୁରୀ ବସଷ୍ଟାଣ୍ଡରୁ ବସ୍ ଗୁଡ଼ିକ ଯାତାୟତ କରିପାରିବ । କିନ୍ତୁ ଭୁବନେଶ୍ବର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା ବସ୍ ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ପଥ ପରିବର୍ତ୍ତନ କରାଯାଇପାରେ ।

Snana Yatra 2024
Snana Yatra 2024 (ETV Bharat Odisha)

ଭୁବନେଶ୍ବର/ବ୍ରହ୍ମଗିରି ପଟରୁ ଆସୁଥିଲେ:- ପୁରୀ ଟାଉନ୍ ସଟଲ୍ ବସ୍ ଓ ଅଟୋ ରିକ୍ସାକୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି । ପ୍ରୋଟୋକଲ ଯାନ ଗୁଡିକୁ ଗଦାଧର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାର ଅନୁମତି ଦିଆଯାଇଥିବାବେଳେ ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ପରେ ସେମାନେ ବ୍ୟାଟେରୀ ଚାଳିତ ଯାନର‌ ସୁବିଧା ପାଇପାରିବେ । ତେବେ ଜେବିପିସି ଓ ପୁରୁଣା ଜେବିପିସିରେ ପାର୍କିଂ ସୁବିଧା ପାଇବା ପାଇଁ ଭୁବନେଶ୍ଵର ଆଡ଼ୁ ଆସୁଥିବା ହାଲୁକା ମୋଟର ଯାନ ହରେକୃଷ୍ଣପୁର ଛକଠାରୁ ଶ୍ରୀସେତୁ ଆଡ଼କୁ ସ୍ଥାନାନ୍ତରିତ ହୋଇପାରିବ । ଜେବିପିସି ପାର୍କିଂ ପୂରଣ ହେବା ପରେ ହରେକୃଷ୍ଣପୁର ଛକଠାରୁ ଜେଲ୍ ରୋଡରେ ପାର୍କିଂ ପାଇଁ ଅଠରନଳା ଆଡକୁ ଯିବାକୁ ଅନୁମତି ଦିଆଯିବ । ବ୍ରହ୍ମଗିରିରୁ ଆସୁଥିବା ହାଲୁକା ମୋଟର ଯାନ ଗୁଡିକ ଯାତ୍ରିକା, ବ୍ଲୁ ଫ୍ଲାଗ୍‌ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ ପାଇଁ ମଙ୍ଗଳା ଘାଟ ଛକଠାରେ ପଥ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଏସ୍‌ପି । ସେହିପରି ଦୁଇଚକିଆ ଗାଡ଼ି ଗୁଡ଼ିକ ବଡ଼ଦାଣ୍ଡରେ ନାୟକ ପ୍ଲାଜା ପର୍ଯ୍ୟନ୍ତ ଥିବା ପାର୍କିଂ ଜୋନ୍‌ରେ ପାର୍କିଂ ହୋଇପାରିବ ।

Snana Yatra 2024
Snana Yatra 2024 (ETV Bharat Odisha)

କୋଣାର୍କ ପଟରୁ ଆସୁଥିଲେ:- ସେହିପରି କୋଣାର୍କ ପାର୍ଶ୍ବରୁ ଆସୁଥିବା ହାଲୁକା ମୋଟର ଯାନ ଗ୍ରିଡ୍‌ ଷ୍ଟେସନ ଛକଠାରୁ ବ୍ଲୁ ଫ୍ଲାଗ୍‌ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରିବେ । ତେବେ ଏହି ସବୁ ପାର୍କିଂ ସ୍ଥାନ ପୂର୍ଣ୍ଣ ହେବା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ ।‌ ମାର୍କେଟ ଛକଠାରୁ ଜଗା ବଳିଆ ଲଜ୍‌ ଏବଂ ମନ୍ଦିର ଚତୁଃପାର୍ଶ୍ଵରେ ନୋ-ଭେଇକିଲ୍‌ ଜୋନ୍‌ ଘୋଷଣା କରାଯାଇଛି । ତେବେ ମାର୍କେଟ ଛକଠାରୁ କେବଳ ପାସ୍‌ ଥିବା ଯାନ, ଜରୁରୀକାଳୀନ ଯାନ, ଅଫିସିଆଲ୍‌ ଯାନକୁ ଆଗକୁ ଯିବା ପାଇଁ ଅନୁମତି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଆଇନ ମନ୍ତ୍ରୀ - Law Minister in Puri

Snana Yatra 2024
Snana Yatra 2024 (ETV Bharat Odisha)

କିପରି ଦର୍ଶନ କରିବେ ଭକ୍ତ:- ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ । ଭକ୍ତମାନେ ମାର୍କେଟ ଛକଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ଶ୍ରୀକୃଷ୍ଣ ସିନେମା ହଲ୍‌ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ । ଶ୍ରୀଜଗନ୍ନାଥ ରିସେପସନ୍‌ ସେଣ୍ଟର ଠାରେ ପହଞ୍ଚିବା ପରେ ଯାଞ୍ଚ ପ୍ରକ୍ରିୟାରେ ସାମିଲ୍‌ ହୋଇ ଦୋଳବେଦୀ କୋଣ ଠାରେ ଥିବା ଷ୍ଟିଲ୍‌ ବ୍ୟାରିକେଡ୍‌ରେ ପ୍ରବେଶ କରିବେ । ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ବାରରେ ପ୍ରସ୍ଥାନ କରିବେ । ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ପାଇଁ ପ୍ରାତଃ ସମୟରେ ଧାଡ଼ିରେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିବେ । ତେବେ ପହଣ୍ଡି ସରିବା ପରେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।

Snana Yatra 2024
Snana Yatra 2024 (ETV Bharat Odisha)

ପୋଲିସ ହେଲ୍ପ ଲାଇନ୍‌:- ପୋଲିସ ପକ୍ଷରୁ ଯେକୌଣସି ସହାୟତା ଆବଶ୍ୟକ ହେଲେ, ୨୪ ଘଣ୍ଟିଆ ହେଲ୍ପଲାଇନ ୬୩୭୦୯୬୭୧୦୦‌ ଏବଂ ୧୧୨ ନମ୍ବର‌ରେ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ଏସ୍‌ପି । ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ମହାପ୍ରଭୁଙ୍କ ଏହି ଯାତ୍ରାକୁ ସଫଳ କରିବା ପାଇଁ ପୁରୀ ସହରବାସୀ ଓ ସମସ୍ତ ଭକ୍ତ, ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.