ETV Bharat / state

ଉପାନ୍ତ ନୁହେଁ ଉପକଣ୍ଠରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ, ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ପାଠପଢା - Shortage Of Teachers In School

author img

By ETV Bharat Odisha Team

Published : Jul 28, 2024, 6:02 PM IST

Barahi Government High School Problems: ସ୍କୁଲରେ ନାଁ ଆବଶ୍ୟକୀୟ ଶିକ୍ଷକ ଅଛନ୍ତି ନା ଭଲ ଶ୍ରେଣୀଗୃହ । ଅବ୍ୟବସ୍ଥାରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା । ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଉପକଣ୍ଠରେ ଥିବା ସ୍କୁଲର ଅବସ୍ଥା ଏହିପରି । ପଢନ୍ତୁ ପୁରା ଖବର

SHORTAGE OF TEACHERS
SHORTAGE OF TEACHERS (ETV Bharat Odisha)

ନିଆଳି: ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆବଶ୍ୟକ ଶ୍ରେଣୀଗୃହ, ଶିକ୍ଷକ ଓ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ କରାଯାଉଛି । ମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ନଥିବା ବେଳେ ଭଙ୍ଗା ଆଜବେଷ୍ଟ ତଳେ ଛାତ୍ରାଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଚାଲିଛି । ଏଭଳି ଅବ୍ୟବସ୍ଥା ନେଇ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏ ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବର୍ଂ ଖୋଦ ରାଜଧାନୀ ଉପକଣ୍ଠରେ ଥିବା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ।

Barahi Government High School (ETV Bharat Odisha)

ଭଙ୍ଗା ଆଜବେଷ୍ଟ ତଳେ ଭବିଷ୍ୟତ ଗଢା:

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଅଭୟମୁଖି ବରାହୀ ଉଚ୍ଚ ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀରେ ପ୍ରାୟ ୧୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ବିଜ୍ଞାନ ଶିକ୍ଷକ, ସଂସ୍କୃତ ଶିକ୍ଷକ, ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ କିରାଣୀ ପଦବୀ ମଧ୍ୟ ଖାଲି ପଡିଥିବା ନେଇ ବିଦ୍ୟାଳୟ ଶିକ୍ଷା କମିଟି ସଦସ୍ୟ କହିଛନ୍ତି । ସେହିପରି ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଛାତ ଘର ବଦଳରେ ଭଙ୍ଗା ଆଜବେଷ୍ଟସ ତଳେ ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ବୋଲି ନିଜେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲରେ ଛାତ୍ରଙ୍କୁ ଶ୍ରମିକ ଭଳି ଖଟେଇଲେ, ଗାଡ଼ିଆରେ ଥାଳି ଧୁଆଇଲେ; ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ, ସହକାରୀ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ - STUDENTS LABOUR ISSUE

ଗୋଟିଏ ଶ୍ରେଣୀଗୃହରେ 2ଟି କ୍ଲାସର ପାଠପଢା: ସେହିପରି ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ସାହିତ୍ୟ ଶିକ୍ଷକ ନଥିବା କାରଣରୁ ଗୋଟିଏ ଶ୍ରେଣୀ ଗୃହରେ ୨ଟି ଲେଖାଏଁ କ୍ଲାସ ହେଉଥିବା ବେଳେ ୨ଟି କ୍ଲାସରେ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ନେଇ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କମିଟି ପକ୍ଷରୁ ଅଭିଯୋଗ ହୋଇଛି । ବାଲିପାଟଣା ବ୍ଲକ ଅଭୟମୁଖି ବରାହୀ ଉଚ୍ଚ ବିଦ୍ୟାଳୟଟି ସର୍ବ ପୁରାତନ ସରକାରୀ ବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି । ଏ ସବୁ ସମସ୍ୟା ସମାଧାନ ପାଇଁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

ସରକାର ବିକାଶର ଦ୍ବାହି ଦେଉଥିବା ବେଳେ ରାଜଧାନୀର ଉପକଣ୍ଠରେ ଥିବା ସ୍କୁଲର ଅବସ୍ଥା ଏପରି । ନାଁ ଅଛନ୍ତି ଆବଶ୍ୟକୀୟ ଶିକ୍ଷକ ନା ଶ୍ରେଣୀଗୃହ । ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.