ETV Bharat / state

ଭୋଳାବାବାଙ୍କୁ ଜଳଲାଗି ପୂର୍ବରୁ ଅଘଟଣ: ଓଲଟିଲା ବୋଲବମ ଗାଡି, 9 କାଉଡିଆ ଗୁରୁତର - KAUDIAS INJURED

author img

By ETV Bharat Odisha Team

Published : Aug 5, 2024, 4:22 PM IST

Road Accident In Bhuban: ଶ୍ରାବଣ ତୃତୀୟ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ପାଇଁ ବୋଲବମରେ ବାହାରିଥିବା କାଉଡିଆଙ୍କ ଗାଡ଼ି ଦୁର୍ଘଟଣାଗସ୍ତ । ୯ ଜଣ କାଉଡିଆ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ।

ଭୁବନରେ ବୋଲବମ୍ ଗାଡ଼ି ଦୁର୍ଘଟଣାଗସ୍ତ; ୯ ଜଣ କାଉଡିଆ ଗୁରୁତର
ଭୁବନରେ ବୋଲବମ୍ ଗାଡ଼ି ଦୁର୍ଘଟଣାଗସ୍ତ; ୯ ଜଣ କାଉଡିଆ ଗୁରୁତର (ETV Bharat Odisha)

ଢେଙ୍କାନାଳ: ଶ୍ରାବଣର ତୃତୀୟ ସୋମବାରରେ ଅଘଟଣ । ବୋଲବମ ଟାଟା ଏସି ଓଲଟି ୯ ଜଣ କାଉଡିଆ ଗୁରୁତର ହୋଇଛନ୍ତି । ୫୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୯ ଜଣ କାଉଡିଆ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ତଳସାହିରୁ ଶ୍ରାବଣ ଭାର ପାଣି ଢ଼ାଳିବାକୁ ଏକ ଟାଟା ଏସି ଗାଡ଼ି ଯୋଗେ ୧୫ରୁ ୨୦ଜଣ କାଉଡ଼ିଆ ଗନ୍ଦିଆ ଥାନା କରମୂଳ ସ୍ଥିତ ଦୋଉଡେଶ୍ୱର ଅଭିମୁଖେ ଏକ ଟାଟା ଏସି ଗାଡ଼ିରେ ଆଜି ସକାଳୁ ବାହାରିଥିଲେ । ନିଜ ଗ୍ରାମ ସୁରପ୍ରତାପପୁରରୁ ବାହାରି ୫୩ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥଲା l ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣାରେ ୯ ଜଣ କାଉଡିଆ ଗୁରୁତର ହୋଇଛନ୍ତି ।

୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନ ପୋଲିସ ପହଞ୍ଚି ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଣେ ଗୁରୁତର ଥିବା ନାବାଳକଙ୍କ ହାତରେ ଗଭୀର ଆଘାତ ଲାଗିଛି । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ୫ ଜଣଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପିଦେଲା ଟ୍ରକ; ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକ ମୃତ, ଏକାଠି ଚାଲିଗଲା ବାପ-ପୁଅଙ୍କ ଜୀବନ

ଆହତଙ୍କୁ ଭେଟିଛନ୍ତି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା

ଘଟଣାର ଖବର ପାଇ ମେଡିକାଲରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଆହତ ମାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା ବୁଝିଥିଲେ । ଏହି ସମୟରେ ବାପା ମା' ମାନେ ୧୮ ବର୍ଷ ହୋଇନଥିବା ପିଲା ମାନଙ୍କୁ ବୋଲବମ୍ ପାଇଁ ନ ପଠାଇବାକୁ ଅନୁରୋଧ କରିଛନ୍ତି ବିଧାୟକ । ସେ କହିଛନ୍ତି,''ଆମ ଅଞ୍ଚଳର ଏହା ଏକ ଦୁଃଖଦ ଘଟଣା । ସୁରକ୍ଷିତ ଗାଡ଼ିରେ ବୋଲବମ ଯାତ୍ରା କରନ୍ତୁ ଏବଂ ୧୮ ବର୍ଷ ପିଲାଙ୍କୁ ବାପା ମାଆ ମାନେ ବୋଲବମ ପାଇଁ ଛାଡ଼ନ୍ତୁ ନାହିଁ ।''

ଭୁବନେଶ୍ୱର, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.