ETV Bharat / state

ଗୋପାଳପୁରରେ ଓଲଟିଲା ବସ୍, ଜଣେ ମୃତ ୧୬ ଆହତ

author img

By ETV Bharat Odisha Team

Published : Feb 14, 2024, 8:29 PM IST

Updated : Feb 15, 2024, 8:14 AM IST

Bus Accident: ପୁଣି ଭାରସାମ୍ୟ ହରାଇଲା ଓଲଟିଲା ଯାତ୍ରୀବାହୀ ବସ୍ । କଟକ ଜିଲ୍ଲା ଗୋପାଳପୁର ଠାରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଅଧିକ ପଢନ୍ତୁ

ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୧୬ ଆହତ
ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୧୬ ଆହତ
ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୧୬ ଆହତ

କଟକ: ଓଲଟିଲା ଯାତ୍ରୀବାହୀ ବସ । ଗୋପାଳପୁର ଛକରେ ଚନ୍ଦନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାତୀୟ ରାଜପଥ ୧୬ରେ ଏହି ଦୁର୍ଘଟଣା ଘଟିଛି । ବାଲେଶ୍ଵରରୁ ଭୁବନେଶ୍ବର ଅଭିମୁଖେ ବସ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ବସର କଣ୍ଡକ୍ଟର । ସେ କଟକ ସଦର ଥାନା ଅଞ୍ଚଳର ପ୍ରକାଶ ସ୍ୱାଇଁ ବୋଲି ପରିଚୟ ମିଳିଛି । ବସ ଓଲଟି ପଡିବା ବେଳେ କଣ୍ଡକ୍ଟର ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ କଟକ ବଡ଼ ମେଡିକାଲକୁ ନିଆଯାଇଛି ।

ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି । ସେପଟେ ଜନଗହଳିପୂର୍ଣ୍ଣ ରାସ୍ତା ଥିବାରୁ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ବ୍ୟବସ୍ଥା କରୁଛି । କ୍ରେନ ଯୋଗେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଦ୍ରୁତଗତି ଦୁର୍ଘଟଣାର କାରଣ ବୋଲି ଆଲୋଚନା ହେଉଛି ।

କଟକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ପ୍ରାୟ ୬ଟା ବେଳେ ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା ଚନ୍ଦନ ନାମକ ଏକ ଯାତ୍ରୀବାହୀ ବସ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହଠାତ୍ ଜଣେ ସାଇକେଲ ଆରୋହୀ ବସ୍ ଆଗକୁ ଚାଲି ଆସିବାରୁ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁପ...ହାଇୱାକୁ ସାମ୍ନାରୁ ଧକ୍କା ଦେଲା ବାଇକ, ଚାଳକ ମୃତ 2 ଗୁରୁତର

ଖବର ପାଇ କଟକ ସଦର ଥାନା, ମଧୁପାଟଣା ଥାନା ଓ ଟ୍ରାଫିକ ପୋଲିସ ଥାନା ସହ ଦମକଳ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହା ପୂର୍ବରୁ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ବସର ଝରକା କାଚ ଭାଙ୍ଗି ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ପରେ ଟ୍ରାଫିକ୍‌ ଭିଡ଼ ରହିଛି । ଫଳରେ ଯାତାୟତରେ କିଛି ସମୟ ପାଇଁ ଅସୁବିଧା ଦେଖାଯାଇଛି । କଟକ ବଡ଼ ମେଡିକାଲକୁ ୧୧ଜଣ ଆହତ ଆସି ଥିବାବେଳେ ଜଣେ ମୃତକ ଅଛନ୍ତି । ବାକି ୧୦ ଜଣ ଆହତଙ୍କ ମଧ୍ୟରୁ ୮ ଜଣ ପୁରୁଷ ରହିଥିବା ବେଳେ ୨ଜଣ ମହିଳା । ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ , କଟକ

Last Updated : Feb 15, 2024, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.