ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ କେନ୍ଦ୍ରାପଡାରେ ୪ ମୃତ - Lightning Strike

author img

By ETV Bharat Odisha Team

Published : Apr 17, 2024, 11:32 AM IST

Lightning Strikes: କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଘରେ ଥିବା କମ୍ପ୍ୟୁଟର ପୋଡିଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

LIGHTNING STRIKE
LIGHTNING STRIKE
ଆକାଶରୁ ଖସିଲା ମୃତ୍ୟୁ

କେନ୍ଦ୍ରାପଡା: ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ । ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ବଜ୍ରାଘାତ ଯୋଗୁଁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଗଲାଣି । ଗତକାଲି(ମଙ୍ଗଳବାର) କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକମାନେ ହେଲେ ଜିଲ୍ଲାର ଗରଦପୁର ବ୍ଲକର ତଳକୁସୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା, ପୁଣ୍ଡିଲୋ ଗ୍ରାମର ବୃଦ୍ଧ ପୁନା ଛାଟୋଇ, ବିରିଜଙ୍ଗା ଗ୍ରାମର ବୃଦ୍ଧ ଶିବପ୍ରସାଦ ସାହୁ ଓ ଆଳି ଥାନା ଅନ୍ତର୍ଗତ ଶାଳିଅଞ୍ଚ ଗ୍ରାମର ବିଷ୍ଣୁଚରଣ ବେହେରା ।

ସୂଚନା ମୁତାବକ, ଗତକାଲି( ମଙ୍ଗଳବାର) ଅପରାହ୍ନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହଠାତ କାଳବୈଶାଖୀ ଝଡ ସହିତ ବର୍ଷା ଓ ବଜ୍ରପାତ ଆରମ୍ଭ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଏହି ତାଣ୍ଡବ ଲୀଳାରେ ବଙ୍ଗାରୀ ଗ୍ରାମର ଅଧିର କୁମାର ଜେନାଙ୍କ ପୁଅ ଆଶୁତୋଷ ଜେନା ବିଲରୁ ମୁଗ ବୋଝ ଆଣି ଆସୁଥିବା ସମୟରେ ବଜ୍ରପାତ ଘଟିଥିଲା । ଆଶୁତୋଷଙ୍କ ପକେଟରେ ମୋବାଇଲ ଫୋନ ଅନ୍ ଥିବାରୁ ଘଡଘଡି ମାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସେହିପରି ପୁଣ୍ଡିଲୋ ଗ୍ରାମରେ ବୃଦ୍ଧ ପୁନା ଛାଟୋଇ ବର୍ଷା ଆସିବା ଦେଖି ନିଜ ଘର ଛାତ ଉପରେ ଖରାରେ ଶୁଖିଥିବା ମୁଗକୁ ତୋଳୁଥିବା ସମୟରେ ବଜ୍ରପାତ ହେବାରୁ ସେ ଘରର ଛାତ ଉପରେ ଟଳି ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜୀବନ ନେଉଛି ବଜ୍ରପାତ, ଗତ ୫ ବର୍ଷରେ ରାଜ୍ୟରେ ୧୪୭୨ ମୃତ୍ୟୁ

ଅନ୍ୟପଟେ ବିରିଜଙ୍ଗା ଗ୍ରାମର ବୃଦ୍ଧ ଶିବପ୍ରସାଦ ସାହୁ ବିଲରେ ମୁଗ ଓପାଡୁଥିବା ସମୟରେ ବଜ୍ରପାତ ଘଟିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ତିନି ଜଣଙ୍କୁ ପାଟକୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଥାନାରେ ତିନୋଟି ଅପମୃତ୍ୟୁ ମାମଲା ରୁଜୁ ହେଇଛି ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

ସେହିପରି ଆଳିର ଶାଳିଅଞ୍ଚ ଗ୍ରାମରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ସାନପୁଅ ଅନୀଲ ବେହେରା ଗତକାଲି ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେହିପରି ବଜ୍ରପାତରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଘରେ ରଖିଥିବା କମ୍ପ୍ୟୁଟରମାନ ପୋଡି ଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.