ETV Bharat / state

ଗୋତିଗୁଡ଼ାରେ ଅଜଣା ରୋଗ ଆତଙ୍କତ, ଗଡ଼ିଲାଣି ୩ ଶିଶୁଙ୍କ ମୁଣ୍ଡ - DIPHTHERIA DISEASE in koraput

author img

By ETV Bharat Odisha Team

Published : Jun 24, 2024, 9:19 PM IST

DIPHTHERIA DISEASE IN KALAHANDI: କୋରାପୁଟ ଜିଲ୍ଲାରେ ଡିପଥେରିଆ ଆତଙ୍କ । ଗୋଟିଏ ସପ୍ତାହକ ମଧ୍ୟରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗୋତିଗୁଡା ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

DIPHTHERIA DISEASE IN KORAPUT
DIPHTHERIA DISEASE IN KORAPUT (ETV Bharat Odisha)

କୋରାପୁଟ: ନାରୟଣାପାଟଣାରେ ଅଜଣା ରୋଗରେ ତିନି ଶିଶୁ ମୃତ୍ୟୁବରଣ କରିଥିବା ଅଭିିଯୋଗ ।ଏକାଧିକ ଆକ୍ରାନ୍ତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ଗତ ସପ୍ତାହରେ ନିକଟବର୍ତ୍ତୀ ବନ୍ଧୁଗାଁ ବ୍ଲଳର କୁମ୍ଭାରୀପୁଟରେ ଜଣେ ଶିଶୁ ଡିପଥେରିଆରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ନାରାୟଣପାଟଣା ବ୍ଲକର ଗୋତିଗୁଡାରରେ ଗାଁରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି । ସେପଟେ ଗାଁରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଅନୁଧ୍ୟାନ କରୁଛି ।

ଡିପଥେରିଆ ଭଳି ସମାନ ଲକ୍ଷଣ ଦେଖା ଦେଉଥିବାରୁ କାଳେ ସେହିରୋଗ ହୋଇଥିବା ସନ୍ଦେହରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଦୁଇ ଜଣ ଶିଶୁ ଗାଁରେ ମୃତ୍ୟୁ ବରଣ କରିଥିବା ବେଳେ କୋରାପୁଟ ମେଡିକାଲରେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମଲିଛି । ମୃତକଙ୍କ ମଧ୍ୟରେ ଛଅ ବର୍ଷର ବାଳିକା ଲେଜର ମେଲେକା ଓ ଅନନ୍ତ ମଉକାଙ୍କ ଛଅ ମାସର ଶିଶୁକନ୍ୟା ଗାଁରେ ମୃତ୍ୟୁବରଣ କରିଥିବାବେଳେ ଆଜି କୋରାପୁଟ ହସ୍ପିଟାଲରେ ବିଡି ନାଚିକାଙ୍କ ଛଅ ମାସର ଶିଶୁ କନ୍ୟା ମୃତ୍ୟୁବରଣ କରିଛି । ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଗଳା ଫୁଲିବା ସହ ଜ୍ୱର ହେଉଥିବା ଲୋକେ କହିଛନ୍ତି । ଗୋତିଗୁଡାରରେ ମେଡିକାଲ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେପଟେ ଆଜି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବ ପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟରେ ଏବେ ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ସଂକ୍ରମଣ ଭୟାବହତା ବଢିଚାଲିଛି । ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ନେଲାଣି । ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଏଥିରେ ରୋକ ଲଗାଇବା ଏବେ ବିଭାଗ ପାଇଁ ଏହା ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି । ଆଜି ଜାପାନିଜ୍ ଏନ୍‌ସେଫାଲାଇଟିସ୍, ଡିପ୍‌ଥେରିଆ ଓ ଜଣ୍ଡିସ୍ ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ଏହା ମଧ୍ୟ ପଢନ୍ତୁ ......ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ ରୋଗ, 3 ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ - Health Minister Meeting

ବର୍ତ୍ତମାନ ସୁଦ୍ଧା ଡିପ୍‌ଥେରିଆରେ ୬ ଜଣଙ୍କ ଜୀବନ ଗଲାଣି। । ସେମାନଙ୍କ ମଧ୍ୟରୁ ୫ଜଣ କେବଳ ଶିଶୁ ଅଛନ୍ତି । କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଯୁଦ୍ଧକାଳୀନ ଭିଭିରେ ଟିକାକରଣ, ସ୍କ୍ରିନିଂ ଓ ଚିକିତ୍ସା ଜାରି ରହିଛି ।ସେପଟେ ସମ୍ବଲପୁରରେ ଶିଶୁଙ୍କୁ ଜଣ୍ଡିସ ଭୟ ଘାରିଛି । ଜଣ୍ଡିସରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । କିଭଳି ଓ କେଉଁ ପରିସ୍ଥିତିରେ ଜଣ୍ଡିସ୍ ବ୍ୟାପିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.